ପବନରେ ଉଡି କ୍ୟାଚ୍‌ ଧରିଲେ ହରମନପ୍ରୀତ କୌର, ଦେଖନ୍ତୁ ଭିଡିଓ

ମଙ୍ଗଳବାର ମହିଳା ଟି୨୦ ଚ୍ୟାଲେଞ୍ଜରେ ମୁହାଁମୁହିଁ ହୋଇଥିଲେ ସୁପରନୋଭାସ୍ ଓ ଭିଲୋସିଟି ଟିମ୍ । ଦୀପ୍ତି ଶର୍ମାଙ୍କ ନେତୃତ୍ୱରେ ଭିଲୋସିଟି ଯେତେବେଳେ ବ୍ୟାଟିଂ କରୁଥିଲା ସେତେବେଳେ ସୁପରନୋଭାର ଅଧିନାୟକ ହରମନପ୍ରୀତ କୌର ଏକ ଦମଦାର କ୍ୟାଚ୍ ଧରିଥିଲେ । ଯାହାକୁ କ୍ୟାଚ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ କୁହାଯାଉଛି ।

କ୍ରିଜରେ ସେଫାଳୀ ବର୍ମା ଦମଦାର ବ୍ୟାଟିଂ କରୁଥିଲେ । ଯେତେବେଳେ ସେ ଥାର୍ଡମ୍ୟାନ୍ ଦିଗରେ ଏକ ସଟ୍ ଖେଳିଥିଲେ । ସେତେବେଳେ ହରମନପ୍ରୀତ କୌର ଡାଇଭ୍ ଲଗାଇ ଗୋଟିଏ ହାତରେ କ୍ୟାଚ୍ ଧରି ନେଇଥିଲେ । ଏହି କ୍ୟାଚର ଭିଡିଓ ଖୁବ୍ ଭାଇରଲ ହେଉଛି । ସମସ୍ତେ ହରମନପ୍ରୀତଙ୍କ ଫ୍ୟାନ୍ ହୋଇ ଯାଇଛନ୍ତି ।

ଭିଲୋସିଟି ବ୍ୟାଟିଂ କରୁଥିବା ବେଳେ ଦଶମ ଓଭରରେ ଏହି ଘଟଣା ଘଟିଥିଲା । ଏହି ଓଭରରେ ବୋଲିଂ କରୁଥିଲେ ଡାଏଣ୍ଡ୍ରା ଡାଣ୍ଡିନ୍ । ଆଉ କ୍ରିଜରେ ଥିଲା ସେଫାଳୀ । ଓଭରର ଚତୁର୍ଥ ବଲରେ ସେଫାଳୀ କଟ୍ ସଟ୍ ଖେଳିଥିଲେ । କିନ୍ତୁ ହରମନପ୍ରୀତଙ୍କ ହାତରେ ଧରା ପଡିଯାଇଥିଲେ ।

ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ସୁପରନୋଭାସ ୧୫୦ ରନ୍ କରିଥିଲା । ହରମନପ୍ରୀତ ମଧ୍ୟ ୫୧ ବଲରୁ ୭୧ ରନ୍ କରିଥିଲେ । ଯେଉଁଥିରେ ୭ ଚଉକା ଓ ୩ ଛକା ରହିଥିଲା । ତେବେ ଭିଲୋସିଟି ଏହି ଲକ୍ଷ୍ୟକୁ ଚେଜ୍ କରିନେଇଥିଲା । ସେଫାଳୀ ୩୫ ବଲରୁ ୫୧ ରନର ଧୂଆଁଧାର ପାଳି ଖେଳିଥିଲେ । ଯେଉଁଥିରେ ଗୋଟିଏ ଛକା ଓ ୫ ଚଉକା ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.