ନବରଙ୍ଗପୁର: କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ନବରଙ୍ଗପୁର(କେନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀ ରଜନୀ କାନ୍ତ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ । କଂଗ୍ରା ପଞ୍ଚାୟତରେ ରାସ୍ତା, ସ୍କୁଲ ଓ ପାଚେରୀ କାମର ବିଲ ତଦାରଖ କରୁଥିବା ବେଳେ କାମର ବିଲ କରାଇଦେବାକୁ ନେଇ ୬ରୁ ୭ ଜଣ ଦୁର୍ବୃତ୍ତ ବ୍ଲକ ପରିସରରେ ଘେରି ଯାଇ ମୁଣ୍ଡରେ ବନ୍ଧୁକ ରଖି ପଛପଟୁ ଆକ୍ରମଣ କରିଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ରଜନୀ କାନ୍ତ ଭକ୍ତ ।

ଗୁରୁତର ଅବସ୍ଥାରେ ତେନ୍ତୁଳିଖୁଣ୍ଟି ବିଡିଓଙ୍କ ସାହାଯ୍ୟରେ କନିଷ୍ଠ ଯନ୍ତ୍ରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ବର୍ତମାନ ଅବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.