ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ କର୍ଣ୍ଣାଟକରୁ ଗିରଫ ହେଲେ କଙ୍ଗନାଙ୍କ ବଡିଗାର୍ଡ଼

ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ସୋସିଆଲ ମିଡିଆରେ ରହିଥାନ୍ତି ଚର୍ଚ୍ଚାରେ । ତାଙ୍କର ପ୍ରତିଟି ଆକ୍ସନରେ ଫ୍ୟାନ୍ସ ତଥା ଦର୍ଶକଙ୍କର ରହିଥାଏ ରିଆକ୍ସନ । ଯାହାପାଇଁ ସେ ଟପ ପେଜରେ ରହିଥାନ୍ତି । ଏବେ ତାଙ୍କୁ ନେଇ ଆଉ ଏକ ଘଟଣା ସାମ୍ନାକୁ ଆସିଛି । କର୍ଣ୍ଣାଟକରୁ ଅଭିନେତ୍ରୀଙ୍କ ବଡିଗାର୍ଡ଼କୁ ପୋଲିସ ଗିରଫ କରିଛି ।

ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଡିଗାର୍ଡ଼ କୁମାର ହିଗଡେଙ୍କୁ ପୋଲିସ ଗିରଫ କରିଛି । ହିଗଡେଙ୍କୁ କର୍ଣ୍ଣାଟକ ସ୍ଥିତ ଗାଁରୁ ପୋଲିସ ଗିରଫ କରିଛି । ତାଙ୍କ ଉପରେ ଜଣେ ମହିଳା ବିବାହର ମିଥ୍ୟା ପ୍ରତିଶ୍ରୁତି ଦେବାର ଆରୋପ ଲଗାଇଛନ୍ତି । ଏହାସହ ଯୌନ ଶୋଷଣର ଆରୋପ ମଧ୍ୟ ଲଗାଇଛନ୍ତି । ପୀଡ଼ିତା ମହିଳା ଜଣକ ମୁମ୍ବାଇ ପୋଲିସ ଷ୍ଟେସନରେ ହିଗଡେଙ୍କ ବିରୁଦ୍ଧରେ ଏଫଆଇଆର ଲେଖିଥିଲେ । ଏହି ମହିଳା ଜଣକ ବୟସ ୩୦ ବର୍ଷ । ପେଶାରେ ସେ ଜଣେ ବ୍ୟୁଟିସିଆନ ।

ମୁମ୍ବାଇ ପୋଲିସର ଏକ ଟିମ ଶନିବାର ଦିନ ହିଗଡେଙ୍କୁ କର୍ଣ୍ଣାଟକରୁ ଗିରଫ କରିଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ , ଗତ ବର୍ଷ ଜୁନରେ ହିଗଡେ ମହିଳା ଜଣକୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରେ ଶାରୀରିକ ସମ୍ପର୍କ ରଖିଥିଲେ ।ଏହାପରେ ସେ ବିବାହ କରିନଥିଲେ । ତେଣୁ ମହିଳା ଜଣକ ହିଗଡେଙ୍କ ବିରୁଦ୍ଧରେ ଏଫଆଇଆର ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.