ଖୁବଶୀଘ୍ର ରିଲିଜ ହେବକୁ ଯାଉଛି ‘ଚନ୍ଦ୍ରମୁଖୀ ୨’, ଫିଲ୍ମର ପ୍ରଥମ ପୋଷ୍ଟର ଆସିଲା ସାମ୍ନାକୁ

ଲାଇକା ପ୍ରଡକ୍ସନରୁ ‘ଚନ୍ଦ୍ରମୁଖୀ ୨’ ର କଙ୍ଗନାଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି । ‘ଚନ୍ଦ୍ରମୁଖୀ ୨’ରେ ସାଉଥ୍‌ ହିରୋ ରାଘବ କଙ୍ଗନାଙ୍କ ସହ ଲିଡ୍‌ ରୋଲରେ ନଜର ଆସିବେ । ଏହି ଫିଲ୍ମ ଗଣେଷ ଚତୁର୍ଥୀରେ ସିନେମା ହଲ୍‌ରେ ରିଲିଜ ହେବ ।

ବଲିଉଡ କୁଇନ କଙ୍ଗନା ରଣାଓ୍ଵତ ଇଣ୍ଡଷ୍ଟ୍ରୀରେ ତାଙ୍କ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ପୁଣି କଙ୍ଗନା ତାଙ୍କ ନୂଆ ହରର କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଲାଇକା ପ୍ରଡକ୍ସନରୁ ‘ଚନ୍ଦ୍ରମୁଖୀ ୨’ ର କଙ୍ଗନାଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି । ସେଥିରେ କଙ୍ଗନା ଗ୍ରିନ୍‌ ଶାଢି ଓ ହେବି ଜୁଏଲାରି ପିନ୍ଧିଥିବା ପୋଷ୍ଟରରେ ନଜର ଆସିଛନ୍ତି । ତେବେ କଙ୍ଗନାଙ୍କ ଏହି ଲୁକ୍‌ ଦେଖି ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ କ୍ରେଜ୍‌ ବଢିଯାଇଛି । ତେବେ ଗଣେଷ ଚତୁର୍ଥୀରେ ଫିଲ୍ମଟି ରିଲିଜ ହେବକୁ ଯାଉଛି ।

 

View this post on Instagram

 

A post shared by Lyca Productions (@lycaproductions)

‘ଚନ୍ଦ୍ରମୁଖୀ ୨’ର ପୋଷ୍ଟରରେ ଦେଖିବା ପାଇଁ ମିଳିଛି ଯେ, କଙ୍ଗନା ଏକ ମହଲ ଭିତରେ ଛିଡା ହୋଇଛନ୍ତି । ଲାଇକା ପ୍ରଡକ୍ସନ୍ସ ଏହି ପୋଷ୍ଟର ସେୟାର କରିଛି ଓ ସେହି କ୍ୟାପ୍‌ସନରେ ଲେଖାଯାଇଛି, କଙ୍ଗନାଙ୍କ ଏହି ସୁନ୍ଦର ଲୁକ୍‌ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି । ଏହା ବ୍ୟତୀତ ‘ଚନ୍ଦ୍ରମୁଖୀ ୨’ରୁ ଚନ୍ଦ୍ରମୁଖୀର ପ୍ରଥମ ଲୁକ୍‌ରେ କଙ୍ଗନା ରଣାଓ୍ଵତ ଫ୍ୟାନ୍ସଙ୍କ ସାମ୍ନାକୁ ଆସିଛନ୍ତି ।

ଲାଇକା ପ୍ରଡକ୍ସନ୍ସ କଙ୍ଗନାଙ୍କ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ କଙ୍ଗନାଙ୍କ ସବୁ ଭିନ୍ନ ଭିନ୍ନ ଫିଲ୍ମର ଭୂମିକା ଦେଖିବା ପାଇଁ ମିଳିଛି । ସେଥିରେ ଏକ କ୍ୟାପସନ ମଧ୍ୟ ଲେଖାଯାଇଛି ,ଅପେକ୍ଷା ଶେଷ ହେଲା । ବର୍ଷ ବର୍ଷ ଧରି ମନରେ ରାଜ କରୁଥିବା ରାଣୀ ଫେରି ଆସିଛନ୍ତି ।

‘ଚନ୍ଦ୍ରମୁଖୀ ୨’ରେ ସାଉଥ୍‌ ହିରୋ ରାଘବ କଙ୍ଗନାଙ୍କ ସହ ଲିଡ୍‌ ରୋଲରେ ନଜର ଆସିବେ । ଏହି ଫିଲ୍ମ ଗଣେଷ ଚତୁର୍ଥୀରେ ସିନେମା ହଲ୍‌ରେ ରିଲିଜ ହେବ । ଏହା ବ୍ୟତୀତ ଫିଲ୍ମଟି ପାଞ୍ଚଟି ଭାଷାରେ ଯଥା ତାମିଲ, ତେଲଗୁ, ହିନ୍ଦୀ, ମାଲାୟାଲମ୍‌ ଓ କନ୍ନଡରେ ରିଲିଜ ହେବ । ତେବେ ଏହି ହରର କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨’କୁ ଫ୍ୟାନ୍ସ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

 

 

View this post on Instagram

 

A post shared by Lyca Productions (@lycaproductions)

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.