ରିଲିଜ ହେଲା ‘ଧାକଡ଼’ର ଟିଜର, ଫିଲ୍ମରେ ୭ଟି ଅଲଗା ଅଲଗା ଲୁକ୍ସରେ ନଜର ଆସିବେ କଙ୍ଗନା

କଙ୍ଗନା ରଣାଓ୍ଵତଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଧାକଡ’ର ଟିଜର ରିଲିଜ ହୋଇଛି। ଅନେକ ଦିନ ଥରି ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଟ୍ରେଲର ଆରମ୍ଭରେ କଙ୍ଗନାଙ୍କର ବୋଲ୍ଡ ଲୁକ୍‌ ନଜର ଆସିଛି। କଙ୍ଗନା ବିକିନୀ ପିନ୍ଧି ଡ୍ରିଙ୍କ କରୁଥିବାର ନଜର ଆସିଛନ୍ତି। ଏହା ପରେ ବାଥଟବ୍‌ରେ ମଧ୍ୟ ନଜର ଆସିଛନ୍ତି। ତା’ ପରେ କଙ୍ଗନା ଆକ୍ସନ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ କଙ୍ଗନାଙ୍କ ଅଲଗା ଅଲଗା ଲୁକ୍ସ ନଜର ଆସିଛି। ଫିଲ୍ମରେ କଙ୍ଗନା ଜଣେ ସ୍ପାଏ ଭୂମିକାରେ ନଜର ଆସିବେ।

ଟିଜରର ପ୍ରଥମରେ କଙ୍ଗନା ଏକ ଡାଇଲଗ କହୁଥିବା ନଜର ଆସିଛନ୍ତି। କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ଆପଣ ପୂର୍ବରୁ କେବେ ଦେଖିନଥିବେ। ଟ୍ରେଲର ସେୟାର କରି କଙ୍ଗନା ଲେଖିଛନ୍ତି, ଆକ୍ସନ, ଷ୍ଟାଇଲ ଥ୍ରୀଲ ସବୁକିଛି । ଏଜେଣ୍ଟ ଅଗ୍ନି ଆସିଯାଇଛି।

ଟିଜର ଅନେକ ସିନରେ ଖଳନାୟକ ଝଲକ ମଧ୍ୟ ଦେଖିବାକୁ ମିଳିଛି, କିନ୍ତୁ ତାଙ୍କ ଚେହେରା ଦେଖିବାକୁ ମିଳିନାହିଁ। ଫିଲ୍ମରେ ଅର୍ଜୁନ ରାମପାଲ ଖଳନାୟକ ଭୂମିକାରେ ନଜର ଆସିବେ। ରିପୋର୍ଟ ମୁତାବକ, ଏହି ଫିଲ୍ମରେ କଙ୍ଗନାଙ୍କର ୭ଟି ଅଲଗା ଅଲଗା ଲୁକ୍ସ ଦେଖିବାକୁ ମିଳିବ। ଏହି ଫିଲ୍ମ ପାଇଁ କଙ୍ଗନା କଠିନ ପରିଶ୍ରମ ମଧ୍ୟ କରୁଛନ୍ତି। ଏହି ଫିଲ୍ମର ଗୋଟିଏ ଆକ୍ସନ ସିନ୍‌ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଚର୍ଚ୍ଚା ହେଉଛି।

 

View this post on Instagram

 

A post shared by Kangana Dhaakad (@kanganaranaut)

ଫିଲ୍ମର ନିର୍ଦ୍ଦେଶନା ରଜନୀଶ ରେଜୀ ଘାଇ କରୁଛନ୍ତି। କଙ୍ଗନାଙ୍କ ଛଡା ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ପ୍ରମୁଖ ଭୂମିକାରେ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.