କଙ୍ଗନାଙ୍କ ନୂଆ ଫିଲ୍ମ, ସୀତା ଭୂମିକାରେ ଆସିବେ ନଜର
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଏବଂ ୪ ଥର ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତ୍ରୀ କଙ୍ଗନା ରଣାୱତ ବଡ ପରଦାରେ ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିବା ପରେ ଏବେ ଆଉ ଏକ ବଡ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। କଙ୍ଗନା ଏବେ ‘ଦ ଇନକାର୍ନେସନ- ସୀତା’ ରେ ମୁଖ୍ୟ ଚରିତ୍ର ଅର୍ଥାତ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିବେ। ଯାହାକୁ ନେଇ ଏଇମାତ୍ର କିଛି ସମୟ ପୂର୍ବରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି।
ତେବେ କିଛି ଦିନ ପୂର୍ବରୁ ଏହି ଚରିତ୍ରରେ କରିନା କପୁର ଅଭିନୟ କରିବେ ବୋଲି କୁହାଯାଉଥିଲା। କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଏହି ଚରିତ୍ର ପାଇଁ କରିନା ମୋଟା ଅଙ୍କର ଫି’ ଦାବି କଲେ। ଯାହାପରେ ତାଙ୍କ ସ୍ଥାନରେ କଙ୍ଗନାଙ୍କୁ ରଖାଯାଇଛି।
‘ଥଲାଇଭି’ ପରେ ‘ସୀତା’ କଙ୍ଗନାଙ୍କ ଆଉ ଏକ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ ଯାହା ୫ଟି ଭାଷାରେ ରିଲିଜ ହେବ। ‘ସୀତା’ର ନିର୍ଦ୍ଦେଶନା ଅଲୌକିକ ଦେଶାଇ କରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅନେକ ନାଁ ମଧ୍ୟରେ ନିର୍ମାତା କଙ୍ଗନାଙ୍କ ନାଁ ଫାଇନାଲ କରିଛନ୍ତି। କଙ୍ଗନା ନିଜେ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏ ସମ୍ବନ୍ଧରେ ଜଣାଇଛନ୍ତି।
View this post on Instagram