ପୁଣି ଥରେ ଧମାଲ୍ ମାଚାଇବେ କପିଲ୍ – ସୁନୀଲ୍ , ଏହି ସୋ ଜରିଆରେ କମ୍ ବ୍ୟାକ୍ କରୁଛନ୍ତି କମେଡିର ସୁପରହିଟ୍ ଯୋଡି

କମେଡି ସୋ ଦେଖୁଥିବା ଦର୍ଶକ ପାଇଁ ଏକ ଖୁସି ଖବର । ପୁଣି ଥରେ ଧମାଲ୍ ମଚାଇବ କପିଲ୍ ଏବଂ ଗୁଥିଙ୍କ ଯୋଡି । ଅର୍ଥାତ୍ ପୁଣି ଥରେ ଟିଭି ପରଦାକୁ ଏକାଠି ଆସୁଛନ୍ତି କମେଡି କିଙ୍ଗ୍ କପିଲ୍ ଶର୍ମା ଏବଂ ସୁନୀଲ୍ ଗ୍ରୋଭର୍ ।

ମିଳିଥିବା ସୂଚନା ଅନୁସାରେ ନିଜର ନୂଆ ସୋ ଦ କପିଲ୍ ଶର୍ମା ସୋ ସିଜିନ୍ ୨ ଜରିଆରେ କମ୍ ବ୍ୟାକ୍ କରୁଛନ୍ତି କମେଡି କିଙ୍ଗ୍ । ଆଉ କପିଲଙ୍କ ସହ ଏଣ୍ଟ୍ରି କରିବେ ସୁନୀଲ୍ । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଦୁଇ ଜଣଙ୍କ ମିଳନ କରିଛନ୍ତି ବଲିଉଡ୍ ସୁଲତାନ୍ ସଲମାନ୍ ଖାନ୍ । ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ଏବଂ ମନୋମାଳିନ୍ୟକୁ ଦୂର କରିଦେଇଛନ୍ତି ଭାଇଜାନ୍ ।

Salman-Khan-Kapil-Sharmaକପିଲ୍ ଶର୍ମାଙ୍କ ଏହି ନୂଆ ସୋକୁ ପ୍ରଡ୍ୟୁସ୍ କରୁଛନ୍ତି ନିଜେ ଭାଇଜାନ୍ । ତେଣୁ ସୋକୁ ଆସିବା ପାଇଁ ସୁନୀଲଙ୍କୁ ମନାଇଛନ୍ତି ସଲମାନ୍ । ଅନ୍ୟପଟେ ସଲମାନଙ୍କ ଫିଲ୍ମ ଭାରତରେ ମଧ୍ୟ କାମ କରୁଛନ୍ତି ସୁନୀଲ୍ । ତେଣୁ ସଲମାନଙ୍କ କଥାକୁ ଟାଳପାରିଲେନି ଗୁଥି । ଆଉ କପିଲଙ୍କ ସହ କାମ କରିବାକୁ ରାଜି ହୋଇଗଲେ ।

ଏହି ଖବର ପରେ ସ୍ପଷ୍ଟ ହୋଇଗଲା ଯେ ଏବେ ପୁଣି ଥରେ ଧମାଲ୍ ମଚାଇବ ଏହି ଯୋଡି । ଯାହାକୁ ଦୀର୍ଘ ଦିନ ଧରି ମିସ୍ କରୁଥିଲେ ଦର୍ଶକ । କାରଣ ଯଦିଓ କପିଲ୍ କମେଡି କିଙ୍ଗ ସିଂହାସନରେ ବସିଛନ୍ତି ତଥାପି ବିନା ଡକ୍ଟର ଗୁଲାଟିରେ ଯେମିତ ଏହା ଅଧୁରା । ଏମିତି ଲାଗେ ଯେମିତି ପରସ୍ପର ବ୍ୟତୀତ ଅସମ୍ପୂର୍ଣ୍ଣ କପିଲ୍ ଏବଂ ସୁନୀଲ୍ । ଏବେ ଏହି ଯୋଡି ଏକାଠି ହୋଇ ପୁଣି ଦର୍ଶକଙ୍କୁ ଯୋଗାଇବେ ମନୋରଞ୍ଜନର ଖୋରାକ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.