ଡ୍ରେସ ପ୍ରେସ ହୋଇ ନ ଥିବାରୁ କରୀନା କପୁରଙ୍କୁ ଆସିଲା ଭୟଙ୍କର ରାଗ, ଶୁଟିଂ ସେଟରେ ଷ୍ଟାଫମାନଙ୍କୁ ଏମିତି ଦେଲେ ଗାଳି, ଦେଖନ୍ତୁ ଭାଇରଲ ଭିଡ଼ିଓ

ଏବେ ଏବେ କରୀନା କପୁର ଖାନଙ୍କ ରେଡ଼ିଓ ଚ୍ୟାଟ ଶୋ’ ‘What Women Want 2’ର ସେଟରୁ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି। ଏଥିରେ କରୀନା ନିଜ ଷ୍ଟାଫଙ୍କୁ ଗାଳି କରୁଥିବାର ଦେଖିବାକୁ ମିଳୁଛି।

ପ୍ରଥମେ ଜଣେ ଷ୍ଟାଫଙ୍କୁ ଅଧିକ କଫି ପକେଇବାକୁ କହୁଛନ୍ତି। ପୁଣି କାହାକୁ ତାଙ୍କୁ ଷ୍ଟ୍ରେସ ନ ଦେବା ପାଇଁ କହୁଛନ୍ତି। ସେହିପରି ତୃତୀୟ ଷ୍ଟାଫଙ୍କୁ ବେବୋ କପଡ଼ା ଠିକ ଭାବେ ପ୍ରେସ ହୋଇ ନ ଥିବାରୁ ଗାଳି କରୁଛନ୍ତି। କପଡ଼ାକୁ ଆଇରନରେ ପ୍ରେସ ନ କରି ଗାର୍ମେଣ୍ଟ ଷ୍ଟିମରରେ ଡ୍ରେସକୁ ଠିକ କରିବା ପାଇଁ କହୁଛନ୍ତି।

ଇନଷ୍ଟାଗ୍ରାମରେ ଏକ ଫ୍ୟାନ ପେଜରୁ କରୀନାଙ୍କ ଏହି ଭିଡ଼ିଓକୁ ସେୟାର କରାଯାଇଛି। ଏଥିରେ ଅଭିନେତ୍ରୀ ଜଣକ ନଖରା ଦେଖାଉଥିବା ନଜର ଆସୁଛନ୍ତି। ତେବେ ସୋସିଆଲ ମିଡ଼ିଆ ୟୁଜରମାନଙ୍କୁ କରୀନାଙ୍କ ଏଭଳି ହରକତ ଆଦୌ ପସନ୍ଦ ଆସିନି। ଅନେକ ୟୁଜର କମେଣ୍ଟ ଦେଇ ତାଙ୍କୁ ଏଭଳି ନ କରିବାକୁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.