ବନ୍ଦ ହେବ ଚର୍ଚ୍ଚିତ ଟିଭି ସିରିଏଲ ‘କସୌଟି ଜିନ୍ଦେଗୀ କି’, ଏହି ଦିନ ଆସିବ ଶେଷ ଏପିସୋଡ, ଜାଣନ୍ତୁ କାହିଁକି ଏପରି ନିଷ୍ପତ୍ତି ନେଲେ ଏକତା କପୁର

ଚର୍ଚ୍ଚିତ ଟିଭି ସିରିଏଲ ‘କସୌଟି ଜିନ୍ଦେଗୀ କି’ ବନ୍ଦ ହେବାକୁ ଯାଉଛି। ଖବର ରହିଛି କି, ବିଭିନ୍ନ ସମସ୍ୟା ଭିତରେ ପ୍ରଯୋଜକ ଏକତା କପୁର ଶୋ’ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘କସୌଟି ଜିନ୍ଦେଗୀ କି’ର ଶେଷ ଏପିସୋଡ ୩ ଅକ୍ଟୋବରରେ ପ୍ରସାରିତ ହେବ। ଏଥର ସିରିଏଲର ଅନ୍ତ ଦୁଃଖଦ ରହିବ। ଗତଥର ‘କସୌଟି ଜିନ୍ଦେଗୀ କି’ର ଶେଷ ଏପିସୋଡରେ ଅନୁରାଗ ଓ ପ୍ରେରଣା ମରିଯାଇଥିଲେ। କିନ୍ତୁ ଏଥର ଏମିତି ହବନି।

cc

କହି ରଖୁଛୁ, ‘କସୌଟି ଜିନ୍ଦେଗୀ କି’କୁ ଗତବର୍ଷଠାରୁ ଗୋଟିଏ ପରେ ଗୋଟିଏ ସମସ୍ୟା ସାମ୍ନା କରିବାକୁ ପଡୁଛି। ଯେବେଠୁ ହିନା ଖାନଙ୍କୁ ଶୋ’ ଛାଡିବାକୁ ପଡିଥିଲା, ସେବେଠୁ ଏହି ସିରିଏଲର ସମସ୍ୟା ଆରମ୍ଭ ହୋଇଥିଲା। ପୁଣି କରଣ ସିଂ ଗ୍ରୋଭରଙ୍କ ସ୍ଥାନରେ କରଣ ପଟେଲଙ୍କୁ ଅଣାଗଲା। ଏହାପରେ ଯେତେବେଳେ ଲକଡାଉନ ସମୟ ଆରମ୍ଭ ହେଲା, ସେହି ସମୟରେ ଶୋ’ର ମୁଖ୍ୟ ଅଭିନେତା ପାର୍ଥ ସମନାଥ ବଲିଉଡରେ ନିଜର କ୍ୟାରିୟର ବନେଇବା ପାଇଁ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ପାର୍ଥ ଅନୁରାଗ ବାସୁଙ୍କ ଭୂମିକାରେ ଅଭିନୟ କରୁଥିଲେ।

ccn

ପରେ ଏକତା କପୁର ଅନୁଭବ କରିଥିଲେ କି, ଏମିତି ଜଣଙ୍କ ପରେ ଜଣେ କଳାକାର ଶୋ’ ଛାଡ଼ୁଛନ୍ତି ଏବଂ ପ୍ରତ୍ୟେକ ଥର ତାଙ୍କ ଭୂମିକାରେ ନୂଆ କଳାକାରଙ୍କୁ ଅବତୀର୍ଣ୍ଣ କରାଇବାର କୌଣସି ମତଲବ ନାହିଁ। ଏହା ଏକ ପ୍ରକାର ଦର୍ଶକଙ୍କୁ ବାଧ୍ୟ କଲା ଭଳି ହେବ। ଏପରିକି, ପ୍ରେରଣା ଭୂମିକା ନିଭାଉଥିବା ଏରିକା ଫର୍ଣ୍ଣାଡିସ ନିଜ ଘର ଛାଡ଼ି ଅନ୍ୟ କେଉଁଠି ସୁଟିଂ କରିବାକୁ ମନା କରିଦେଇଛନ୍ତି।

cx

ତେବେ ଏରିକାଙ୍କ ସର୍ତ୍ତ ଶୁଣିବା ପରେ ଶୋ’ର ନିର୍ମାତାମାନେ ନୂଆ ପ୍ରେରଣାଙ୍କୁ ଆଣିବା ପାଇଁ ମନ ବଳାଇଥିଲେ, କିନ୍ତୁ ଏକତା କପୁର ମନା କରିଦେଇଥିଲେ। ସେ କହିଥିଲେ କି, ଏରିକାଙ୍କ ପରି ପରଫେକ୍ଟ ପ୍ରେରଣା ନ ମିଳିଲେ ଶୋ’ ବନ୍ଦ କରିଦିଆଯିବ। ଏପରିକି, ଏକତା, ପାର୍ଥଙ୍କୁ ରୋକିବା ପାଇଁ ବହୁତ ଚେଷ୍ଟା କରିଥିଲେ, ହେଲେ ନିରାଶ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.