ହନିମୁନ୍‌ରୁ ଫେରିଲେ ବିକ୍କି ଏବଂ କ୍ୟାଟ୍ରିନା, ଦେଖିବାକୁ ମିଳିଲା ଭିନ୍ନ ଅନ୍ଦାଜ

ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ ଛୁଟି କଟାଇ ଫେରିଛନ୍ତି। ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଭିନ୍ନ ଲୁକ୍‌ରେ ନଜର ଆସିଥିଲେ। ଫେରିବା ବେଳେ ଦୁହେଁ ପରସ୍ପର ହାତ ଧରି ଆସୁଥିବା ନଜର ଆସିଥିଲେ। ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଦୁହେଁ ଛୁଟି କାଟି ବହୁତ କ୍ଲାନ୍ତ ଥିବା ନଜର ମଧ୍ୟ ଆସୁଛନ୍ତି।

ବିକ୍କି କାଜୁଆଲ ସାର୍ଟ ଏବଂ ପ୍ୟାଣ୍ଟରେ ନଜର ଆସିଥିବା ବେଳେ କ୍ୟାଟ୍ରିନା ଗ୍ରୀନ ଆଉଟ୍‌ଫିଟରେ ନଜର ଆସିଥିଲେ। ବିବାହ ପରେ ଦୁହେଁ କାମରେ ବ୍ୟସ୍ତ ଥିବା ଯୋଗୁଁ ଏକାସାଙ୍ଗରେ ଛୁଟି କଟାଇବାକୁ ଯାଇପାରିନଥିଲେ। ଏବେ କାମ ସରିବା ପରେ ମିନି ହନିମୁନ୍‌ ପାଇଁ ଯାଇଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହୋଇଥିଲା।

vicky

କିନ୍ତୁ ଦୁହେଁ କେଉଁଠିକୁ ଛୁଟି କଟାଇବାକୁ ଯାଇଥିଲେ, ତାହା ଜଣାଇନଥିଲେ। ଦୁହିଁଙ୍କର ଯେଉଁ ଫଟୋ ଭାଇରଲ ହୋଇଥିଲା, ସେଥିରେ ସେମାନେ କେଉଁ ବିଚ୍‌ରେ ଛୁଟି କଟାଇଥିବା ନଜର ଆସିଛନ୍ତି। ଛୁଟି ସରିବା ପରେ ଦୁହିଁଙ୍କର ଏୟାରପୋର୍ଟ ଲୁକ୍‌ ଏବେ ଭାଇରଲ ହେବାରେ ଲାଗିଛି। ଯାହା ସେମାନଙ୍କ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.