ଭିକିଙ୍କ ସହ ପ୍ରଥମ କରୱାଚୌଥ ପାଳିଲେ କ୍ୟାଟ୍ରିନା: ମଥାରେ ସିନ୍ଦୁର, ବେକରେ ମଙ୍ଗଳ ସୂତ୍ର ପକାଇ ଟ୍ରାଡିସନାଲ୍‌ ଲୁକ୍‌ରେ ଆସିଲେ ନଜର

ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀଙ୍କ ପାଇଁ ବିବାହ ପରେ ଚଳିତ ବର୍ଷ ପ୍ରଥମ ଥର କରୱାଚୌଥ ଥିଲା। ଏହି ସମୟରେ ବିଟାଉନ୍‌ରୁ ଅନେକ ସେଲିବ୍ରେଟଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ସେମାନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ମଧ୍ୟ ସାମିଲ୍‌ ଅଛନ୍ତି। ଭିକିଙ୍କ ଦୀର୍ଘ ଜୀବନ କାମନା କରି କ୍ୟାଟ୍ରିନା ଉପବାସ ରଖିଥିଲେ। ଏହା ମଧ୍ୟ କୁହାଯାଉଛି ଯେ ଭିକି କୌଶଲ ମଧ୍ୟ ପତ୍ନୀ କ୍ୟାଟ୍ରିନା ପାଇଁ ଉପବାସ କରିଥିଲେ। ଏହି ବିଶେଷ ଦିନରେ ଭିକିଙ୍କ ପିତାମାତା ମଧ୍ୟ ତାଙ୍କ ସହ ଥିଲେ। ତେବେ କ୍ୟାଟ୍ରିନା କୈଫ ଖୁବ ଧୁମଧାମରେ କରୱାଚୌଥ ଉତ୍ସବ ପାଳନ କରିଥିଲେ । ଏହାରି ମଧ୍ୟରେ କ୍ୟାଟ୍ରିନା ଅନେକ ଫଟୋ ସେୟାର କରିଛନ୍ତି।

ସେୟାର କରିଥିବା ଫଟୋରେ ଦେଖାଯାଇଛି ଯେ ଭିକି ଏବଂ କ୍ୟାଟ୍ରିନା ବାଲକୋନୀରେ ଏକାଠି ଠିଆ ହୋଇଛନ୍ତି । ଯେଉଁଥିରେ କ୍ୟାଟ୍ରିନା ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ମଥାରେ ସିନ୍ଦୁର ହାତରେ ଚୁଡି ଏବଂ ବେକରେ ଏକ ମଙ୍ଗଳ ସୁତ୍ର ପିନ୍ଧିଛନ୍ତି । କ୍ୟାଟ୍ରିନାକୈଫ ତାଙ୍କ ଶାଶୁଙ୍କ ଘରେ ପ୍ରଥମ ଥର କରୱାଚୌଥ ପାଳନ କରିଥିଲେ। କ୍ୟାଟ୍ରିନା ଟ୍ରାଡିସନାଲ୍‌ ଲୁକ୍‌ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍‌ ପ୍ରଶଂସା କରୁଛନ୍ତି ।

 

View this post on Instagram

 

A post shared by Katrina Kaif (@katrinakaif)

କ୍ୟାଟ୍ରିନାଙ୍କ ଏହି ପୋଷ୍ଟରେ ଅନେକ ବଡ ବଡ ସେଲେବ୍‌ମାନେ କମେଣ୍ଟ କରିଛନ୍ତି। ମିନି ମଥୁର ଲେଖିଛନ୍ତି – ‘ବହୁତ ସୁନ୍ଦର।ଏହା ବ୍ୟତୀତ କ୍ୟାଟ୍ରିନାଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି, ‘ପ୍ରଥମ କରୱାଚୌଥର ଅଭିନନ୍ଦନ। ଜଣେ ପ୍ରଶଂସକ ଲେଖିଛନ୍ତି ଯେ ପ୍ରତିବର୍ଷ ତୁମ ଜୀବନରେ ପ୍ରେମର ରଙ୍ଗ ଗାଢ଼ ହେଉ। ଅନ୍ୟ ଜଣେ କହିଛନ୍ତି, ତୁମେ ଭାରତୀୟ ପୋଷାକରେ ଆହୁରି ସୁନ୍ଦର ଦେଖାଯାଉଛ।

ସୂଚନାଯୋଗ୍ୟ ବଲିଉଡ୍‌ର ବାର୍ବି ଗର୍ଲ ଅର୍ଥାତ୍‌ କ୍ୟାଟ୍ରିନା କୈଫ୍‌ ୯ ଡିସେମ୍ବର ୨୦୨୧ରେ ଅଭିନେତା ଭିକ୍କି କୌଶଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁଇ ଜଣଙ୍କର ବିବାହ ରାଜସ୍ଥାନର ସବାଇ ମାଧୋପୁରରେ ଧୁମ୍‌ଧାମରେ ହୋଇଥିଲା। ଏହି ବିବାହରେ ବଲିଉଡ୍‌ର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ। ଭିକ୍କି ଓ କ୍ୟାଟ୍ରିନାଙ୍କ ବିବାହ ଉତ୍ସବ ୭ ଡିସେମ୍ବରରୁ ଆରମ୍ଭ ହୋଇଥିଲା। ଏଥିପାଇଁ ରାଜସ୍ଥାନର ୪୫ ବଡ଼ ହୋଟେଲକୁ ବୁକ୍‌ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.