ଶାଶୁ ମା’ଙ୍କ କୋଳରେ ବସି ଗେଲ ହେଉଛନ୍ତି କ୍ୟାଟ୍ରିନା, ଫଟୋ ସେୟାର କଲେ ଭିକ୍କି କୌଶଲ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବଲିଉଡ୍ ଅଭିନେତା ଭିକ୍କି କୌଶଳ ନିଜ ଇନ୍ଷ୍ଟାଗ୍ରାମ୍ ସ୍ତ୍ରୀ କ୍ୟାଟ୍ରିନା କୈଫ୍ ଓ ମା’ ବୀଣା କୌଶଲଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଶାଶୁ- ବୋହୂଙ୍କର ଏହି ଫଟୋରେ ବୀଣା କ୍ୟାଟ୍ରିନାଙ୍କୁ କୋଳେଇ ନେଉଥିବା ଦେଖାଯାଇଛି। ଉଭୟେ ଫଟୋରେ ମନ ଖୋଲା ହସ ହସୁଛନ୍ତି। ଏହି ଫଟୋରେ ଭିକ୍କି ଏକ ସୁନ୍ଦର କ୍ୟାପ୍ସନ୍ ବି ପୋଷ୍ଟ କରିଛନ୍ତି। ଭିକ୍କି ଲେଖିଛନ୍ତି- ମୋ ଶକ୍ତି, ମୋ ଦୁନିଆ। ଏଥିସହ ଭିକ୍କି ଏକ ହାର୍ଟ ଇମୋଜି ବି ଦେଇଛନ୍ତି।
View this post on Instagram
ଭିକ୍କି କୌଶଲ ସେୟାର କରିଥିବା ଫଟୋରେ କ୍ୟାଟ୍ରିନା ଲାଲ ରଙ୍ଗର ଲଙ୍ଗ୍ ଡ୍ରେସ୍ ପିନ୍ଧିଥିବା ବେଳେ ବୀଣା ଏକ ବ୍ଲୁ କଲରର ଚୁଡ଼ିଦାର ପିନ୍ଧିଛନ୍ତି। ଫଟୋରେ କ୍ୟାଟ୍ରିନା ଶାଶୁଙ୍କ କୋଳରେ ବସି ହାତରେ ଏକ ଉପହାର ଧରିଥିବା ଦେଖାଯାଇଛି।
ଏହା ପୂର୍ବରୁ କ୍ୟାଟ୍ରିନା ନିଜ ଇନ୍ଷ୍ଟାଗ୍ରାମ୍ରେ ନିଜ ସମସ୍ତ ଭଉଣୀଙ୍କ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ କ୍ୟାଟ୍ରିନାଙ୍କ ସବୁ ଭଉଣୀ କ୍ୟାମେରା ଆଡ଼କୁ ପଛ କରି ଠିଆ ହେଇଥିବା ଦେଖିବାକୁ ମିଳିଛି। କ୍ୟାଟ୍ରିନାଙ୍କର ମୋଟ୍ ୬ ଜଣ ଭଉଣୀ ଅଛନ୍ତି। ମହିଳା ଦିବସ ଅବସରରେ ମହିଳାଙ୍କୁ ସଶକ୍ତ କରିବା ଲାଗି ମେସେଜ୍ ଦେବା ଅବସରରେ କ୍ୟାଟ୍ରିନା ଲେଖିଛନ୍ତି- ‘ଗୋଟିଏ ପରିବାରରେ ବହୁତ ମହିଳା’।
View this post on Instagram
ସୂଚନାଯୋଗ୍ୟ ଯେ ନିକଟରେ କ୍ୟାଟ୍ରିନା କେଫ୍ ଓ ଭିକ୍କି କୌଶଲ ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟଙ୍କ ବାହାଘରରେ କେବଳ ପରିବାର ଲୋକ ଓ ନିକଟତର ବନ୍ଧୁ ବାନ୍ଧବ ସାମିଲ ହୋଇଥିଲେ।