Below header

‘କୌନ ବନେଗା କରୋଡପତି ସିଜିନ ୧୫ ’ ଆରମ୍ଭକୁ ନେଇ ଚର୍ଚ୍ଚା, ପ୍ରଥମ ପ୍ରୋମ ରିଲିଜ

‘କୌନ ବନେଗା କରୋଡପତି’ ୧୪ ଅଗଷ୍ଟ ରାତି ୯ ରୁ ସୋନି ଟିଭିରେ ଆରମ୍ଭ ହେବାକୁ ଯାଉଛି ।  ସୋନି ଟିଭି ଅମିତାଭ ବଚ୍ଚନଙ୍କ ହୋଷ୍ଟ କରୁଥିବା ସୋ ‘କୌନ ବନେଗା କରୋଡପତି’ ସିଜିନ ୧୫ ଆରମ୍ଭ ହେବା ବୋଲି ଘୋଷଣା କରିଛି । ପ୍ରୋମୋର ଆରମ୍ଭରେ ଅମିତାଭ ବଚ୍ଚନଙ୍କ ଡ୍ୟାନ୍ସର ଝଲକ ଦେଖିବାକୁ ମିଳିଛି ।

‘କୌନ ବନେଗା କରୋଡପତି’ ଏବେ ପୁଣି ଆରମ୍ଭ ହେବାକୁ ଯାଇଛି । ‘କୌନ ବନେଗା କରୋଡପତି’ ୧୪ ଅଗଷ୍ଟ ରାତି ୯ ରୁ ସୋନି ଟିଭିରେ ଆରମ୍ଭ ହେବାକୁ ଯାଉଛି ।  ସୋନି ଟିଭିରେ ଅମିତାଭ ବଚ୍ଚନଙ୍କ ହୋଷ୍ଟ କରୁଥିବା ସୋ ‘କୌନ ବନେଗା କରୋଡପତି’ ସିଜିନ ୧୫ ଆରମ୍ଭ ହେବା ବୋଲି ଘୋଷଣା କରିଛି । ପ୍ରୋମୋର ଆରମ୍ଭରେ ଅମିତାଭ ବଚ୍ଚନଙ୍କ ଡ୍ୟାନ୍ସର ଝଲକ ଦେଖିବାକୁ ମିଳିଛି । ଅମିତାଭ ବଚ୍ଚନ ଏହାର ପ୍ରୋମୋରେ ନୂଆ ଆରମ୍ଭ ବୋଲି କହିଛନ୍ତି ।

ଏହାର ଅଫିସିଆଲ ପୋଷ୍ଟରେ ଲେଖାଯାଇଛି ,  ‘କୌନ ବନେଗା କରୋଡପତି’ ଆସିବାକୁ ଯାଇଛି । ଏହି ସିଜିନ ଏକ ନୂଆ ଭାରତ ଓ ଏହାର ପରିବର୍ତ୍ତନକୁ ନେଇ ଆସୁଛି । ସୋ ରେ ଦର୍ଶକ ଓ ପ୍ରତିଯୋଗୀଙ୍କ ପାଇଁ ନୂଆ ଏଲିମେଣ୍ଟସ୍‌ ରହିଛି ।

ବିଗ୍‌ ବି ଅନେକ ସିଜିନ ଧରି ଏହି ସୋ ହୋଷ୍ଟ କରି ଆସୁଛନ୍ତି । ସେ ପ୍ରତ୍ୟେକ ସିଜିନରେ କିଛି ନୂଆ କରୁଥିବାର ନଜର ଆସନ୍ତି । ଏହି ସିଜିନରେ ମଧ୍ୟ କିଛି ନୂଆ କଥା ରହିଛି । ତେବେ କଣ ରହିଛି ନୂଆ ତାହା ସୋ ଆରମ୍ଭ ହେଲେ ଦେଖିବାକୁ ମିଳିବ ।

ଟ୍ଵିଟରରେ ଅମିତାଭ ବଚନ ‘କୌନ ବନେଗା କରୋଡପତି’ ର ସୁଟିଂର ଫଟୋ ପୋଷ୍ଟ କରିଛନ୍ତି । ତାହାର କ୍ୟାପସନରେ ବାରମ୍ବାର ରିହର୍ସାଲ ଓ ଏହି ସୋ ରେ କାମ କରୁଛନ୍ତି ଲେଖା ଥିବାର ଦେଖିବାକୁ ମିଳିଛି ।

ବଲିଉଡର ବିଗ୍‌ ବି ଭାବେ ଜଣାଶୁଣା ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଏହି ସୋ ହୋଷ୍ଟ କରିବେ । ସେ ବଲିଉଡ ଇଣ୍ଡଷ୍ଟ୍ରୀକୁ ଅନେକ ଫିଲ୍ମ କରିଛନ୍ତି । ତାଙ୍କ ଅଭିନୟ ଓ ଡ୍ୟାନ୍ସକୁ ନେଇ ଫ୍ୟାନ୍ସଙ୍କର କିଛି ଅଲଗା ପ୍ରକାରର କ୍ରେଜ ରହିଛି । ସେ ପ୍ରାୟ ବଲିଉଡରେ ୨୦୦ ଟି ଫିଲ୍ମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.