ବ୍ୟସ୍ତ ବହୁଳ ଜୀବନରେ ସୁସ୍ଥ ରହିବା ପାଇଁ କିପରି କାର୍ଯ୍ୟ କରିବା ଉଚିତ, ଜାଣନ୍ତୁ …

କର୍ମକ୍ଷେତ୍ରରେ ଅଧିକ ସମୟ ବସିବା ଓ ବାହାରର ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢିବା ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହିସବୁ ସମସ୍ୟାରୁ ବଞ୍ଚିତ ରହିବା ପାଇଁ ପ୍ରତିଦିନ ଜୀବନରେ କିଛି ସୁସ୍ଥ କାର୍ଯ୍ୟ କରିବା । ଯେପରି ବ୍ୟାୟାମ, ଯୋଗ ଓ ହେଲ୍ଦି ଖାଦ୍ୟ ଖାଇବା ଉଚିତ ।

ମଣିଷ ଜୀବନର ଅଧିକ ସମୟ କାର୍ଯ୍ୟ କରୁଥିବା ସ୍ଥାନରେ ଅତିବାହିତ କରିଥାଏ । କର୍ମକ୍ଷେତ୍ରରେ ଅଧିକ ସମୟ ବସିବା ଓ ବାହାରର ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢିବା ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହିସବୁ ସମସ୍ୟାରୁ ବଞ୍ଚିତ ରହିବା ପାଇଁ ପ୍ରତିଦିନ ଜୀବନରେ କିଛି ସୁସ୍ଥ କାର୍ଯ୍ୟ କରିବା । ଯେପରି ବ୍ୟାୟାମ, ଯୋଗ ଓ ହେଲ୍ଦି ଖାଦ୍ୟ ଖାଇବା ଉଚିତ ।

ଓଜନ ବଢିବାରୁ ବଞ୍ଚିବା କିପରି :

କାର୍ଯ୍ୟ କରୁଥିବା ସ୍ଥାନରେ କର୍ମକୁ ନେଇ ଚାପ, ଅଧିକ ସମୟ ବସିବା ଓ ଖାଦ୍ୟକୁ ନେଇ ଅବହେଳା କରିବା ଓଜନ ବଢିବାର ଏକ ପ୍ରମୁଖ କାରଣ ହୋଇଥାଏ । ଏହା ଛଡା ବାହାରର ଖାଦ୍ୟ ଓ ବ୍ୟାୟାମ ନକରିବା ଦ୍ୱାରା ବି ଓଜନ ବଢିଥାଏ । ସେଥିପାଇଁ ଏହା ପ୍ରତି ଧ୍ୟାନ ଦେବା ଆବଶ୍ୟକ  ।

କାର୍ଯ୍ୟକ୍ଷେତ୍ରରେ ସକ୍ରିୟତା ବଢିବାର ଉପାୟ :

ଯଦି କାର୍ଯ୍ୟ କରୁଥିବା ସ୍ଥାନରେ ଅଧିକ ସମୟ ବସିକରି କାର୍ଯ୍ୟ କରୁଛନ୍ତି । ତାହେଲେ ନିଜ ପ୍ରତି ଦିନ ଜୀବନରେ ଯୋଗାଭ୍ୟାସ କରିବା ଆବଶ୍ୟକ । ଏହା ଦ୍ୱାରା ଜୀବନରେ ସକ୍ରିୟତା ବଢିଥାଏ ।

ସୁସ୍ଥ ଖାଦ୍ୟର ଅଭ୍ୟାସ :

କର୍ମକ୍ଷେତ୍ରରେ ଖାଦ୍ୟ ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ ଉଚିତ ହୋଇଥାଏ । ସେଥିପାଇଁ ହେଲ୍ଦି ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ । ଏହା ସୁସ୍ଥ ରହିବା ପାଇଁ ଏକ ବିକଳ୍ପ ହୋଇଥାଏ ।

ମାନସିକ ସ୍ଥିରତା ରହିବା ଉଚିତ :

ଶାରୀରିକ ସୁସ୍ଥତା ସହିତ ମଣିଷକୁ ମାନସିକ ସୁସ୍ଥତାର ମଧ୍ୟ ଧ୍ୟାନ ଦେବା ଉଚିତ । ସେଥିପାଇଁ ପ୍ରତିଦିନ ଧ୍ୟାନ ଓ ଯୋଗ ମାନସିକ ସ୍ଥିରତା ପାଇଁ କରିବା ଜରୁରୀ  ।

ଠିକ ଭାବେ ନିଦ ହେବା ଜରୁରୀ :

କାର୍ଯ୍ୟରେ ଅଧିକ ଚାପ ଯୋଗୁ ସଠିକ୍‌ ଭାବେ ନିଦ ହୋଇନଥାଏ । ଯାହା ଓଜନ ବଢିବାର ଏକ କାରଣ ହୋଇଥାଏ । ଏଥିପାଇଁ ଠିକ୍‌ ଭାବେ ଶୋଇବା ଉଚିତ । ଯାହା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏବଂ କୌଣସି ପ୍ରକାରର ସମସ୍ୟା ହୋଇନଥାଏ ।

ସେଥିପାଇଁ ମଣିଷର ବ୍ୟସ୍ତ ବହୁଳ ଜୀବନରେ ସଠିକ୍‌ ଭାବେ ସମୟକୁ ଅତିବାହିତ କରିବା ଉଚିତ । ଯାହା ଦ୍ୱାରା ସମୟ ବାହାର କରି ବ୍ୟାୟାମ ଓ ଯୋଗ କରିବା ସ୍ୱାସ୍ଥ୍ୟ ପ୍ରତି ଭଲ  । ଏହା ଦ୍ୱାରା ମଣିଷ ସୁସ୍ଥ ରହିଥାଏ ଓ ସ୍ୱାସ୍ଥ୍ୟଗତ ସମସ୍ୟାରୁ ବଞ୍ଚିତ ରହିଥାଏ । ତେବେ କାର୍ଯ୍ୟରେ ବ୍ୟସ୍ତ ରହିବା ସହିତ ଏହି ସବୁ କାର୍ଯ୍ୟରେ ଧ୍ୟାନ ଦେବା ଜରୁରୀ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.