କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି : ଲାପଟପ୍, ଟାବଲେଟ୍ ଓ କମ୍ପ୍ୟୁଟର ଆମଦାନୀ ଉପରେ ଲାଗିଲା ରୋକ, ମେକ୍ ଇନ୍ ଇଣ୍ଡିଆକୁ ପ୍ରାଧାନ୍ୟ, ଚୀନକୁ ବ୍ରେକ

ଏବେ ଆଉ ମୁକ୍ତ ଭାବେ ବାହାରୁ ଆମଦାନୀ କରିପାରିବେନି କମ୍ପ୍ୟୁଟର,ଲାପଟପ ଓ ଟାବଲେଟ | କେନ୍ଦ୍ର ସରକାର ଗୁରୁବାର ଦିନ ନେଇଛନ୍ତି ଏକ ବଡ ନିଷ୍ପତ୍ତି | ବିଦେଶରୁ ଆମଦାନୀ ହେଉଥିବା କମ୍ପ୍ୟୁଟର, ଲାପଟପ୍ ଓ ଟାବଲେଟ ଉପରେ ଲାଗିଲା ପ୍ରତିବନ୍ଧକ।

ନୂଆଦିଲ୍ଲୀ : ଏବେ ଆଉ ମୁକ୍ତ ଭାବେ ବାହାରୁ ଆମଦାନୀ କରିପାରିବେନି କମ୍ପ୍ୟୁଟର,ଲାପଟପ ଓ ଟାବଲେଟ | କେନ୍ଦ୍ର ସରକାର ଗୁରୁବାର ଦିନ ନେଇଛନ୍ତି ଏକ ବଡ ନିଷ୍ପତ୍ତି | ବିଦେଶରୁ ଆମଦାନୀ ହେଉଥିବା କମ୍ପ୍ୟୁଟର, ଲାପଟପ୍ ଓ ଟାବଲେଟ ଉପରେ ଲାଗିଲା ପ୍ରତିବନ୍ଧକ। ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନୁଯାୟୀ ଏହି ପ୍ରତିବନ୍ଧିତ ସାମଗ୍ରୀ ଆମଦାନୀ ପାଇଁ ପଞ୍ଜିକରଣ କରିବାକୁ ପଡିବ | ତେବେ ଯାଇ ଆମଦାନୀ କରିପାରିବେ କମ୍ପ୍ୟୁଟର, ଲାପଟପ୍ ଓ ଟାବଲେଟ | ସରକାରଙ୍କ ଏହି ନିୟମ ଜାରି ହେବା ପରେ ବଡ କମ୍ପାନିଙ୍କୁ ଲାଗିଛି ଧକ୍କା |

ସରକାର ଏହିସବୁ ଜିନିଷ ଆମଦାନୀ ଉପରେ ତତ୍କାଳ ପ୍ରତିବନ୍ଧକ ଲଗାଇଛନ୍ତି | ଏ ସମ୍ପର୍କରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ବିଜ୍ଞପ୍ତି ଜାରି କରିଛି | ଏଥିରେ ଇ-କମର୍ସ ପୋର୍ଟାଲ କିମ୍ବା କୁରିୟର ମାଧ୍ୟମରେ କିଣାଯାଉଥିବା କମ୍ପ୍ୟୁଟର ବି ସାମିଲ ରହିଛି ।

ଏସବୁ ପ୍ରତିବନ୍ଧିତ ସାମଗ୍ରୀର ଆମଦାନୀ ପାଇଁ ସର୍ତ୍ତ ସହ ଅନୁମତି ପ୍ରଦାନ କରାଯିବ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଏହାସହ ଆମଦାନୀ ହୋଇଥିବା ସାମଗ୍ରୀକୁ କେବଳ ସର୍ତ୍ତ ମୁତାବକ ବ୍ୟବହାର କରାଯାଇପାରିବ । ଏହାକୁ ଅନ୍ୟ କାହାକୁ ବିକ୍ରି କରାଯାଇପାରିବ ନାହିଁ ବୋଲି କୁହାଯାଇଛି |

ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ବଢାଇବାକୁ ନିଆଯାଇଥିବା ଏହି ପଦକ୍ଷେପ ଏବେ ଉତ୍ପାଦନକାରୀଙ୍କ ସହ କିଛି ବିଦେଶୀ କମ୍ପାନୀ ଲାଭବାନ ହେବେ । ଯେଉଁ ବିଦେଶୀ କମ୍ପାନୀମାନେ ଭାରତରେ ଉତ୍ପାଦନ କରି ଲୋକାଲ ଯୋଗାଣ ଓ ବିଦେଶକୁ ରପ୍ତାନୀ କରୁଛନ୍ତି ।

order

ଏହାସହ ଏହି ନିଷ୍ପତ୍ତିର ଭଲ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡିବ ବୋଲି ଆଶା କରାଯାଇଛି । କମ୍ପ୍ୟୁଟର, ଲାପଟପ୍ ଓ ଟାବଲେଟ ଆଦି ଜିନିଷ ବାର୍ଷିକ ଭାରତର ମୋଟ ଆମଦାନୀର 1.5 % ହୋଇଥିବାବେଳେ ଏହାର ଅଧା ଆମଦାନୀ କେବଳ ଚୀନର ବୋଲି ସରକାରୀ ଡଟାରୁ ଜଣାପଡିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.