ଟି ସାର୍ଟ ପୋଲିସର କିନ୍ତୁ ବ୍ୟବସାୟ ବ୍ରାଉନ ସୁଗାରର

ବାଲେଶ୍ବର ଜିଲ୍ଲା ଭ୍ରାମ୍ଯମାଣ ଅବକାରୀ ବିଭାଗ ୨୧ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି । ନୀଳଗିରି ଥାନା ଅଧୀନ ରାଜନଗର ଅଞ୍ଚଳରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗ୍ରାହକ ବେଶରେ ଯାଇ ଧରିଲା ଅବକାରୀ ବିଭାଗ

ବାଲେଶ୍ବର(କେନ୍ୟୁଜ୍): ପନ୍ଧି ଥିଲା ଓଡ଼ିଶା ପୋଲିସର ଟି ସାର୍ଟ କିନ୍ତୁ ବ୍ୟବସାୟ କରୁଥିଲା ବ୍ରାଉନ ସୁଗାର । ବାଲେଶ୍ବର ଜିଲ୍ଲା ଭ୍ରାମ୍ଯମାଣ ଅବକାରୀ ବିଭାଗ ୨୧ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନ ସୁଗାର ଜବତ କରିଛି । ନୀଳଗିରି ଥାନା ଅଧୀନ ରାଜନଗର ଅଞ୍ଚଳରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗ୍ରାହକ ବେଶରେ ଯାଇ ଧରିଲା ଅବକାରୀ ବିଭାଗ । ଜବତ ବ୍ରାଉନ ସୁଗାର ୨୧୦ଗ୍ରାମ ହୋଇଥିବା ବେଳେ ବ୍ୟବସାୟୀ ଶ୍ରୀକାନ୍ତ କୁମାର ନାୟକ ଗିରଫ କରିଛି ଅବକାରୀ ବିଭାଗ। ବର୍ଷେ ହେଲା ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଫେରାର ହୋଇ ଯାଉଥିଲା ବ୍ରାଉନ ସୁଗାର ବ୍ୟବସାୟୀ ।

ସବୁଠାରୁ ବଡ଼ କଥା ହେଲେ ବ୍ୟବସାୟୀ ଜଣକ ପୂର୍ବରୁ ଗଂଜେଇ ବ୍ୟବସାୟରେ ନିଜକୁ ସାମିଲ କରୁଥିବା ବେଳେ ବର୍ଷେ ହେବ ବ୍ରାଉନ ସୁଗାର ବ୍ୟବସାୟ କରୁଥିଲା। ବାଲେଶ୍ବର  ଜିଲ୍ଲାପାଳ ଓ  ଅବକାରୀ ବିଭାଗ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉରେ ୮ ଜଣ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।

 ଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.