Below header

ନୂଆ ଉତ୍ସାହର ସହିତ ଅମିତାଭ ଆରମ୍ଭ କରିବେ ଶୋ, ୨୮ ସେପ୍ଟେମ୍ବରରୁ କୌନ ବନେଗା କରୋଡପତି

ମେଗାଷ୍ଟାର ଅମିତାଭ ବଚ୍ଚନ ଦୁଇ ଦଶକରୁ କୌନ ବନେଗା କରୋଡପତି(କେବିସି)ର ମଙ୍ଗ ସମ୍ଭାଳୁଛନ୍ତି। ଏହି ଶୋ ଟିଆରପି ଲିଷ୍ଟରେ ମଧ୍ୟ ଟପ୍‌ରେ ରହିଛି। ଏବେ ଖୁବଶୀଘ୍ର ଶୋ’ର ୧୨ ସିଜିନ ଆରମ୍ଭ ହେବାକୁ ଯାଉଛି। ଏବେ ଶୋ କେବେ ଠାରୁ ଅଫିସିଆଲ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୨୮ ତାରିଖରୁ ଶୋ ଆରମ୍ଭ ହେବାକୁ ଯାଉଛି।

ବଲିଉଡର ମହାନ ଅଭିନେତା ଅମିତାଭ ବଚ୍ଚନ ନିକଟରେ କରୋନାରୁ ଭଲ ହୋଇ କାମକୁ ଫେରିଛନ୍ତି ଏବଂ ସେ ଏହି ସମୟରେ ନିଜ ସ୍ୱାସ୍ଥ୍ୟ ସହିତ ଅନ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବି ପୂରା ଧ୍ୟାନ ରଖୁଛନ୍ତି। ବିଗ ବି ଇନଷ୍ଟାଗ୍ରାମରେ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି ୧୨’ର ସେଟରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଫେସ ଶିଲଡ ସହିତ ନଜର ଆସୁଛନ୍ତି। ଫଟୋ ସେୟାର କରି ବିଗ ବି କ୍ୟାପସନ ଲେଖିଛନ୍ତି ଯେ ‘ସୁରକ୍ଷିତ ରୁହନ୍ତୁ ଏବଂ ସୁରକ୍ଷାରେ ରୁହନ୍ତୁ’।

ଶୋ ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବ, ଯାହାର ପ୍ରୋମୋ ରିଲିଜ ହୋଇସାରିଛି। ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସୋନୀ ଟିଭିରେ ରାତି ୯ଟାରେ ପ୍ରସାରଣ ହେବ କେବିସି। ପ୍ରୋମୋ ସେୟାର କରି ଅମିତାଭ ଲେଖିଛନ୍ତି, ‘ଆଦର, ନମସ୍କାର, ଅଭିନନ୍ଦନ, ଆଭାର, କେବିସି ୧୨ର ଆରମ୍ଭ ୨୮ ସେପ୍ଟେମ୍ବର ସୋମବାରରୁ ଶୁକ୍ରବାର ରାତି ୯ଟାରେ ଆରମ୍ଭ ହେବାକୁ ଯାଉଛି। ପ୍ରୋମେ ଭିଡିଓରେ ଅମିତାଭ ବଚ୍ଚନଙ୍କ ଜୋସ ଏବଂ ଉତ୍ସାହ ଦେଖିବାକୁ ମିଳିଛି। ଏବେ ସୁଟିଂରେ ବ୍ୟସ୍ତ ରହିଛନ୍ତି ଅମିତାଭ ବଚ୍ଚନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.