ଟ୍ରାଫିକ ଚେକିଂରୁ ରକ୍ଷା ପାଇବା ପାଇଁ ମେଟ୍ରୋରେ ଯାତ୍ରା କଲେ ଖିଲାଡି ଷ୍ଟାର ଅକ୍ଷୟ, ମାତ୍ର ଚିହ୍ନିପାରିଲେନି ଲୋକେ
ବଲିଉଡର ଖିଲାଡି ଷ୍ଟାର ହେଉଛନ୍ତି ଅକ୍ଷୟ କୁମାର। ଅଭିନେତା ଅକ୍ଷୟ କୁମାର କୌଣସି ବି ରିସ୍କ ନେବା ପାଇଁ ପଛ ଘୁଞ୍ଚା ଦିଅନ୍ତି ନାହିଁ। ଏବେ ନିକଟରେ ସେ ଏମିତି ଏକ ରିସ୍କ ନେଇଛନ୍ତି ଯାହା ତାଙ୍କୁ ସମସ୍ୟାରେ ପକାଇ ପାରିଥାନ୍ତା। ଖିଲାଡି ମାଷ୍ଟର ଅକ୍ଷୟ ଟ୍ରାଫିକ ଭିଡରୁ ନିଜକୁ ରକ୍ଷା କରିବା ପାଇଁ ମେଟ୍ରୋରେ ଯାତ୍ରା କରିଥିଲେ। ଯାତ୍ରା ବେଳେ ଅକ୍ଷୟ କୁମାର ଏକ ଭିଡିଓ ସେୟାର କରି ପୂରା କାହାଣୀ ସମ୍ପର୍କରେ କହିଛନ୍ତି ଏବଂ ମେଟ୍ରୋ ଭିତରର ଦୃଶ୍ୟ ମଧ୍ୟ ଦେଖାଇଛନ୍ତି।
ଭିଡିଓରେ ଅକ୍ଷୟ କହୁଛନ୍ତି ଯେ, ‘ମୁଁ ଏବେ ମେଟ୍ରୋରେ ଅଛି, ଚୁପଚାପ ଆସିଛି। ମୁଁ ସୁଟିଂ କରୁଥିଲି ମୋତେ ଅନ୍ୟ ଏକ ଜାଗାକୁ ଯିବାର ଥିଲା , ତେବେ ସେଠାକୁ ଯିବା ପାଇଁ ମୋ ମ୍ୟାପ୍ ୨ ଘଣ୍ଟା ୫ ମିନିଟ୍ ଦେଖଉଥିଲା। ମୋ ସହିତ ଡାଇରେକ୍ଟର ରାଜ୍ ମେହେତା ଅଛନ୍ତି। ସେ ମୋତ କହିଲେ ଯେ ଚାଲ ମେଟ୍ରୋରେ ଯିବା। ମୁଁ କହିଲି ଭିଡ ଅଧିକ ଥିବ ତେଣୁ ସେ କହିଲେ ଚାଲ ଦେଖିବା। ତେବେ ମୁଁ ବି ରାଜି ହୋଇଗଲି ରିସ୍କ ନେବା ପାଇଁ। ଏବେ ପର୍ଯ୍ୟନ୍ତ ଏଠାରେ ଯାତ୍ରା କରୁଥିବା ଲୋକ ମୋତେ ଜାଣିପାରୁନାହାନ୍ତି।
ନିଶ୍ଚିତ ପଢନ୍ତୁ : ଏହି ଡ୍ରାଇଭରଙ୍କ ଗୀତ ଶୁଣିଲେ କୁମାର ସାନୁ ବି ହୋଇଯିବେ ଆଶ୍ଚର୍ଯ୍ୟ , ଆପଣ ବି ଥରେ ଶୁଣନ୍ତୁ !
ତେବେ ଅକ୍ଷୟଙ୍କ ଏହି ଭିଡିଓରେ ତାଙ୍କ ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରୀୟା ଦେଉଛନ୍ତି। ଜଣେ ଫ୍ୟାନ ଲେଖିଛନ୍ତି, ‘ ଭାଇ ତୁମେ ତ ପ୍ରଥମ ଥର ବସିଲ, ଦିଲ୍ଲୀ ମେଟ୍ରୋରେ ତ ଆହୁରି ଅନେକ ଆନନ୍ଦ ଆସିଥାଏ।’ ଆଉ ଜଣେ ଲେଖିଛନ୍ତି କାସ୍ ମୁଁ ସେହି ଟ୍ରେନ ଏବଂ ସେହ ବଗିରେ ବସିଥାନ୍ତି।
ଅକ୍ଷୟ ସେୟାର କରିଥିବା ସେହି ଭିଡିଓକୁ ଦେଖନ୍ତୁ।
View this post on Instagram