ଆଗାମୀ ଦଲାଇଲାମା ଚୟନରେ ଚୀନର ହସ୍ତକ୍ଷେପ ଉପରେ କଟକଣା ଲଗାଇଲା ଆମେରିକା

ପରବର୍ତ୍ତୀ ଦଳାଇଲାମାଙ୍କ ଚୟନ ପ୍ରକ୍ରିୟାରେ ଚୀନର ହସ୍ତକ୍ଷେପ ଉପରେ କଟକଣା ଲଗାଇଛି ଆମେରିକା | ଏହି ପ୍ରକ୍ରିୟାର ପ୍ରତିଟି ପ୍ରକ୍ରିୟାରୁ ଦୁରେଇ ରହିବାକୁ ଚେତାବନୀ ଦେଇଛି ଆମେରିକା । ସୂଚନା ଥାଉକି, ବର୍ତ୍ତମାନର ତିବ୍ବତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲମାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଅଛି। ଏମିତିରେ ଏହି ଚତୁର୍ଦ୍ଦଶ ଦଳାଇଲମାଙ୍କୁ ୮୪ ବର୍ଷ ବୟସ ହେଲାଣି। ଲଗାତାର ଯାତ୍ରା କରି ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ମଧ୍ୟ ଲାଗିଛି । ଚଳିତ ବର୍ଷ ଆରମ୍ଭରେ ଛାତିରେ ସଂକ୍ରମଣ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅତିଶୀଘ୍ର ନୂତନ ଗୁରୁ ଙ୍କ ଚୟନ କରାଯିବ ବୋଲି ଯୋଜନା ଚାଲିଛି । କିନ୍ତୁ ଏହି ପ୍ରକ୍ରିୟାରୁ ନିଜକୁ ଦୁରେଇ ରଖିବା ପାଇଁ ଆମେରିକା ଚୀନକୁ ଚେତାବନୀ ଦେଇଛି ।

ଏହା ସହ ପଢନ୍ତୁ:

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତେଜସ୍ ରେ ଭରିଲେ ଉଡାଣ, ଜାଣନ୍ତୁ କେମିତି ଏହା ଚୀନ୍-ପାକ୍ କୁ ଦେବ ଟକ୍କର

 

ଯଦି ଚୀନ ଏହାକୁ ଅବମାନନା କରି କୌଣସି ପ୍ରକାର ହସ୍ତକ୍ଷେପ କରେ ତେବେ ତାକୁ ଅନ୍ତର୍ଜାତୀୟ କ୍ଷେତ୍ରରେ ଅପମାନିତ ହେବାକୁ ହେବ ବୋଲି ମଧ୍ୟ ଧମକ ଦେଇଛି । ଆମେରିକା କଂଗେସରେ ଚିରାଚରିତ ଭାବେ ଏକ ବିଧାୟକ ପାସ ହେବା ପରେ ହିଁ ଆମେରିକା ଚୀନକୁ ଏହି ବିଷୟରେ ସ୍ପଷ୍ଟ କରିଛି । ପ୍ରକୃତରେ ଚୀନ ଓ ତିବ୍ବତୀୟ କାର୍ଯ୍ୟକର୍ତ୍ତା ମାନେ ଏହି କଥାକୁ ଭଲ ଭାବେ ଜାଣିଛି ଯେ ଦଳାଇଲମାଙ୍କ ନିଧନ ପରେ ହିମାଳୟ କ୍ଷେତ୍ରରେ ସେମାନଙ୍କ ପ୍ରବେଶର ପ୍ରୟାସକୁ ଏକ ଶକ୍ତ ଧକ୍କା ଲାଗିବ ।

ସୂଚନା ଅନୁଯାୟୀ ଚୀନ ଦୀର୍ଘ ୯ ବର୍ଷ ହେବ ଦଲାଇଲାମାଙ୍କ ପ୍ରତିନିଧି ମାନଙ୍କ ସହ କୌଣସି ସମ୍ପର୍କ ରଖିନାହିଁ । ଏହା
ସହ ଚୀନ ଲଗାତାର ଭାବେ ଏହା ସଂକେତ ଦେଉଛି ଯେ ଭବିଷ୍ୟତର ଉତ୍ତରାଧିକାରୀଙ୍କୁ ସେ ହିଁ ଚୟନ କରିବ । ପରେ ଏହି କ୍ଷେତ୍ର ଉପରେ କେବଳ ତାର ହିଁ ଶାସନ ଚାଲି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.