Below header

ଇରଫାନ ଖାନ ଋଷି କପୁରଙ୍କୁ ନେଇ କହିଥିଲେ ଏମିତି କଥା, ଯାହାକୁ ଶୁଣିଲେ ଭାବବିହ୍ଵଳ ହୋଇଯିବେ ଆପଣ

ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହି ସପ୍ତାହ ଦୁଇ ଦୁଇଟି ଦୁଃଖଦ ଖବର ନେଇ ଆସିଛି। ଦୁଇ ଦିନରେ ଇଣ୍ଡଷ୍ଟ୍ରି ଦୁଇ ବର୍ଷିୟାନ ଅଭିନେତାଙ୍କୁ ହରାଇଛି। ବୁଧବାର ଅର୍ଥାତ ୨୯ ଏପ୍ରିଲରେ ଅଭିନେତା ଇରଫାନ ଖାନଙ୍କ ନିଧନ ହୋଇଥିଲା। ଏହି ଘଟଣାକୁ ଲୋକେ ଭୁଲି ନଥିବାବେଳେ ଗୁରୁବାର ଅର୍ଥାତ ୩୦ ଏପ୍ରିଲରେ ଅଭିନେତା ଋଷି କପୁରଙ୍କ ପରଲୋକ ଖବର ସାମ୍ନାକୁ ଆସିଛି। ଦୁଇ ଅଭିନେତା କର୍କଟ ରୋଗ ସହିତ ଲଢେଇ କରୁଥିଲେ। ଋଷି କପୁର ଗତ ବର୍ଷ ନ୍ୟୁୟର୍କରୁ ଚିକିତ୍ସିତ ହୋଇ ଫେରିଥିଲେ। ସେହିପରି ଦୁଇ ଜବରଦସ୍ତ ଏବଂ ଦମଦାର ଅଭିନେତାଙ୍କୁ ହରାଇଥିବା ଦୁଃଖକୁ ଇଣ୍ଡଷ୍ଟ୍ରି କେବେବି ଭୁଲି ପାରିବନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଦୁଇ ଅଭିନେତା ସାଥିରେ ମଧ୍ୟ କାମ କରିଛନ୍ତି।

irfanଇରଫାନ ଖାନ ଏବଂ ଋଷି କପୁର ନିଖିଳ ଆଡ଼ଭାଣିଙ୍କ ନିର୍ଦେଶନାରେ ହୋଇଥିବା ଫିଲ୍ମ ‘ଡି ଡେ’ରେ ସାଥିରେ କାମ କରିଥିଲେ। ଏହି ଫିଲ୍ମକୁ ନେଇ ବହୁତ ବର୍ଷ ପୂର୍ବରୁ ଇରଫାନ ଖାନ ନିଜ ଇଣ୍ଟର୍ଭୁରେ କହିଥିଲେ। ସେ ଋଷି କପୁରଙ୍କ ସହିତ କାମ କରିବା ଏକ ସ୍ୱପ୍ନ ଭଳି ଥିଲା ବୋଲି କହିଥିଲେ। ଆଜି ଯେତେବେଳେ ଆମେମାନେ ଏହି ଦୁଇ ବର୍ଷିୟାନ ଅଭିନେତାଙ୍କୁ ହରାଇଛୁ ତେବେ ଏମିତିରେ ଇରଫାନ ଖାନଙ୍କୁ ଋଷି କପୁର କହିଥିବା ଏହି କଥା ଆପଣଙ୍କୁ ଇମୋସନାଲ କରିବା ସହିତ ଆଖିରେ ଲୁହ ଆଣିଦେବ।

rishiଇରଫାନ ଫିଲ୍ମ ସହିତ ଜଡିତ ମୁହୂର୍ତ୍ତ ବିଷୟରେ କହି ଜଣାଇଥିଲେ ଯେ ‘ଡି ଡେ’ଫିଲ୍ମ ସୁଟିଂ ଶେଷ ହେବା ପରେ ଆମେ ସମସ୍ତେ ଋଷି କପୁରଙ୍କ ଚାରିପଟେ ବସି ଯାଉଥିଲୁ। ଋଷି କପୁରଙ୍କ ପାଖରେ ବହୁତ କାହାଣୀ ରହିଥିଲା ଏବଂ ସେ ସେସବୁକୁ ଶୁଣାଇ ସମସ୍ତଙ୍କୁ ମନୋରଞ୍ଜନ କରାଉଥିଲେ। ଋଷି କପୁର ଜଣେ ଅସାଧାରଣ କଳାକାର ଏବଂ ତାଙ୍କ ସହିତ କାମ କରି ବହୁତ ଭଲ ଲାଗୁଛି। ଇରଫାନ କହିଥିଲେ ଯେ ଋଷି କପୁରଙ୍କ ସହିତ କାମ କରିବା କୌଣସି ସ୍ୱପ୍ନ ଠାରୁ କମ ନୁହେଁ। ମୋର ଏହି ସ୍ୱପ୍ନ କେବେ ସତ ହେଇପାରିବ ମୁଁ ଆଦୌ ବି ଭାବିନଥିଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.