ଗଞ୍ଜାମ ଜିଲ୍ଲପାଳଙ୍କ ଅଭିନବ ପ୍ରୟାସ, ସାମାଜିକ ଦୂରତା ବଜାୟୀ ରଖିବା ପାଇଁ ସମସ୍ତେ ଛତା ନେଇ ଘରୁ ବାହାରିବାକୁ ଦେଲେ ପରାମର୍ଶ

ବ୍ରହ୍ମପୁର(କେନ୍ୟୁଜ): ଗଞ୍ଜାମ ଜିଲ୍ଲପାଳଙ୍କ ଅଭିନବ ପ୍ରୟାସ। ଘରକୁ ପଦାକୁ ବାହାରିଲା ବେଳେ ସମସ୍ତେ ଛତାନେଇ ବାହାରନ୍ତୁ ବୋଲି ପରାମର୍ଶ ଦେଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଛତା ଧରି ପଦାକୁ ବାହାରିବାରେ ଅନେକ କାରଣ ରହିଛି ପ୍ରଥମତଃ ଛତା ଥିଲେ ଖରାଦାଉରୁ ନିଜକୁ ସୁରକ୍ଷା ମିଳିପାରିବ। ଏହା ବ୍ୟତୀତ ଛତା ଧରିବା ଦ୍ୱାରା ସାମାଜିକ ଦୂରତା ରକ୍ଷା କରାଯାଇପାରିବ ।ଛତା ଖୋଲିଲେ ଲୋକେ ଜଣକଠୁ ଅନ୍ୟ ଜଣେ ଦୂରତାରେ ରହିବେ। ଏଭଳି ପଦକ୍ଷେପ ଦ୍ୱାରା ଲୋକେ ଏହି ସାମାଜିକ ଦୂରତା ନିୟମକୁ ଠିକ ଭାବେ ପାଳନ କରିପାରିବେ ବୋଲି ଜିଲ୍ଲାପାଳ ଆଶାପୋଷଣ କରିଛନ୍ତି।

ସେହିପରି ଗଞ୍ଜାମକୁ ଫେରିବା ପାଇଁ ପ୍ରାୟ ୨ ଲକ୍ଷ ଲୋକ ରେଜିଷ୍ଟ୍ରେସନ୍ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟବସ୍ଥା କରାଯାଇଛି। ପ୍ରତି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ବାହାରୁ ଆସୁଥିବା ଲୋକଙ୍କୁ ରଖାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.