କିଏ ଇଂଜିନିୟର ତ କିଏ ୧୦ମ ପାସ୍‌! ଜାଣନ୍ତୁ କେତେ ପଢିଛନ୍ତି ବଲିଉଡ୍‌ ଜଗତର ଏହିସବୁ କଳାକାର

ଆପଣମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ହିରୋ ହିରୋଇନ୍‌ଙ୍କୁ ଦେଖିଛନ୍ତି କିନ୍ତୁ କେବେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ବା ସେମାନେ କେତେ ପାଠ ପଢ଼ିଛନ୍ତି ସେ ବିଷୟରେ ଜାଣିଛନ୍ତି କି? ତେବେ ଆଜି ଆସନ୍ତୁ ଜାଣିବା ବଲିଉଡ୍ ଜଗତର କିଛି ହିରୋଙ୍କ ବିଷୟରେ, ଯେଉଁମାନେ ଅଭିନୟ ମାଧ୍ୟମରେ ତ ଦର୍ଶକଙ୍କ ମନରେ ରାଜ୍ କରିଛନ୍ତି କିନ୍ତୁ ପ୍ରକୃତରେ ସେମାନେ ପାଠରେ କେତେ ଆଗୁଆ ଜାଣି ନଥିବେ ।

ଅଧିକାଂଶ ହିରୋ ଶିକ୍ଷା କ୍ଷେତ୍ରରେ ଜିରୋ ବୋଲି ପ୍ରମାଣିତ ହୋଇଛନ୍ତି। କେହି କେହି ସ୍କୁଲ ପାଠ ସାରିବା ପରେ କଲେଜ ଦୁଆର ମଧ୍ୟ ମାଡ଼ି ନାହାନ୍ତି। ସେହିଭଳି କିଛି କଲେଜ୍ ପାଠ ଅଧାରୁ ଛାଡି ପଳାଇ ଯାଇଛନ୍ତି। କିଛି ଇଂଜିନିୟର ହେବା ପରେ ଅଭିନେତା ହୋଇଛନ୍ତି। ତଥାପି ଆଉ କିଛି ଅଭିନେତା ଅଭିନେତ୍ରୀଙ୍କ ଶିକ୍ଷାତ ଯୋଗ୍ୟତା ବହୁତ ଭଲ । ଯେମିତି ପରିଣିତି ଚୋପ୍ରା ଏବଂ ଅମିଷାଙ୍କ ପଟେଲଙ୍କ ପାଖରେ ବଡ ବଡ ଡିଗ୍ରୀ ରହିଛି । ତେବେ ଆସନ୍ତୁ ଜାଣିବା କିଏ କେତେ ପାଠ ପଢିଛନ୍ତି।
-ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଘରେ ପାଠକୁ ଖୁବ୍‌ ଗୁରୁତ୍ୱ ଦିଆଯାଉଥିଲା । ତେଣୁ ସେ ଗମ୍ଭୀରତାର ସହ ଶିକ୍ଷା ଗ୍ରହଣ କରିଥିଲେ। ଅମିତାଭ ସେରଓ୍ଵଡ କଲେଜ ନୈନତାଲରେ ସ୍କୁଲ ପଢା ସାରିବା ପରେ ଦିଲ୍ଲୀର କିରୋସିଲମ କଲେଜରେ ବିଜ୍ଞାନ ଏବଂ କଳାରେ ଡିଗ୍ରୀ ହାସଲ କରିଥିଲେ।

bollywood-actors--ଅମିର ଖାନ୍‌ଙ୍କୁ ବଲିଉଡରେ ବହୁତ ବୁଦ୍ଧିମାନ ବୋଲି କୁହାଯାଇଥାଏ। କିନ୍ତୁ ସ୍କୁଲରେ ସେ ବେଶି ଭଲ କିମ୍ବା ବେଶି ଖରାପ ଷ୍ଟୁଡେଣ୍ଟ ନଥିଲେ। ତାଙ୍କ ରେଜଲ୍‌ଟ ଆଭରେଜ ରହୁଥିଲା । ଅମିର ଖାନ୍ ଦ୍ୱାଦଶ ପାସ୍ ପରେ କଲେଜ୍ ଦେଖି ନାହାନ୍ତି।
-ସିଂଧିୟା ସ୍କୁଲ ଗ୍ଵାଲିୟର ଏବଂ ସେଣ୍ଟ ଷ୍ଟାନିସଲାସ ହାଇସ୍କୁଲ ମୁମ୍ବାଇରେ ସଲମାନ ଖାନ୍ ସ୍କୁଲ ପଢା ଶେଷ କରିଥିଲେ। ନ୍ୟାସନାଲ କଲେଜ୍ ମୁମ୍ବାଇରେ ନାଁ ଲେଖାଇ ଥିଲେ। କିନ୍ତୁ ଫିଲ୍ମ ଚକ୍କରରେ ସେ କଲେଜ ଛାଡି ଦେଇଥିଲେ।

-ସେ ଥିଲେ ଜଣେ ମଧ୍ୟବିତ୍ତ ପରିବାରର ପିଲା । ପୁଣି ବଲିଉଡ୍‌ ସହିତ ତାଙ୍କର କୌଣସି ସମ୍ପର୍କ ବି ନଥିଲା । ପରେ ସିନା ସେ ବଲିଉଡ୍‌ର ବାଦଶାହ ପାଲଟିଗଲେ ହେଲେ ନିଜ ଛାତ୍ର ଜୀବନରେ ଶାହାରୁଖ ଖାନ୍ ପଢା ଉପରେ ଧ୍ୟାନ ଦେଇଥିଲେ। ପାଠ ପଢା ସହ ଶାହାରୁଖ୍ ସ୍ପୋର୍ଟସ୍‌ରେ ମଧ୍ୟ ଆଗୁଆ ଥିଲେ। ଏଥିସହ ସେ ଦିଲ୍ଲୀର ଜାମିୟା ମିଲିୟା କଲେଜରେ ମାସ୍ କମ୍ୟୁନିକେସନରେ ମାଷ୍ଟର ଡିଗ୍ରୀ ପଢୁଥିବା ବେଳେ ଅଧାରୁ ପାଠ ଛାଡି ଦେଇଥିଲେ।

Qualifications

-ସ୍କୁଲ ପଢା ଶେଷ କରରିବା ପରେ ଦୀପିକା ପାଦୁକୋନ ମାଉଣ୍ଟ କାରମେଲ କଲେଜ୍ ବେଙ୍ଗାଲୁରୁରେ ନାଁ ଲେଖାଇ ଥିଲେ। କିନ୍ତୁ ମଡେଲିଂ ଚକ୍କରରେ କଲେଜ ଛାଡ଼ିଲେ ଏବଂ ସେଇଠି ପାଠପଢ଼ାରେ ଡୋରି ବନ୍ଧା ହେଲା ।
-ଗୁରୁନାନକ ଖାଲସା କଲେଜରେ ଆଡମିସନ୍ ନେବାପରେ ଅକ୍ଷୟ କୁମାର ବୁଝିଥିଲେ କି ବର୍ତ୍ତମାନ ପାଠ ପଢା ଆଉ ସହଜ ନୁହେଁ। ତେଣୁ ଖିଲାଡ଼ି ଷ୍ଟାରଙ୍କ ଶିକ୍ଷା ସେତିକିରେ ରହିଗଲା । ତେବେ ଅଭିନେତା, ନିର୍ଦ୍ଦେଶକ ତଥା ଲେଖକ ଫରହାନ ଅଖ୍ତରଙ୍କ ପାଖରେ ବାଣିଜ୍ୟରେ ଡିଗ୍ରୀ ରହିଛି। ସେହିଭଳି ବିଦ୍ୟା ବାଲନ ସୋସିଓଲଜିରେ ଗ୍ରାଜୁଏଟ୍, ଇମରାନ୍ ହାସମି ଏବଂ ହ୍ରିତ୍ୱିକ୍ ରୋସନ୍ କମର୍ସରେ ଗ୍ରାଜୁଏଟ୍।

-କ୍ୟାଟ୍ରିନା କୈଫଙ୍କ ବିଷୟରେ କହିବାକୁ ଗଲେ ସେ ପିଲାଦିନରୁ ଗୋଟିଏ ଦେଶରୁ ଅନ୍ୟ ଦେଶ ଯାଉଥିଲେ । ଏହି କାରଣରୁ ସେ ସ୍କୁଲ ଯାଇ ପାରିନଥିଲେ। ତାଙ୍କ ମା ତାଙ୍କୁ ଘରେ ପଢାଇ ଥିଲେ। ତେଣୁ ଏକଥା ସ୍ପଷ୍ଟ ହୋଇଗଲା ଯେ ସୁନ୍ଦରୀ ହେଲେ ଆଉ ସବୁ ମାଫ୍‌ ।

bollywood-actors

-ଅର୍ଜୁନ କପୁର ଦ୍ୱାଦଶ ଶ୍ରେଣୀରେ ଫେଲ୍ ହେବା ପରେ ପାଠ ପଢା ବନ୍ଦ କରି ଦେଇଥିଲେ। ସେହିଭଳି ପରିଣିତି ଚୋପ୍ରା ମାଞ୍ଚେଷ୍ଟର ବିଜନେସ୍ ସ୍କୁଲରେ ବିଜନେସ୍, ଫାଇନାନ୍ସ ଏବଂ ଇକୋନୋମିକ୍ସରେ ଟ୍ରିପଲ୍ ଅନର୍ସ କରିଛନ୍ତି। ଅଜୟ ଦେବଗନ୍ ମିଠିବାଇ କଲେଜରେ ଗ୍ରାଜୁଏସନ୍ କରିଛନ୍ତି। ଅର୍ଜୁନ ରାମପାଲ ନୂଆଦିଲ୍ଲୀର ହିନ୍ଦୁ କଲେଜରେ ଗ୍ରାଜୁଏସନ୍ କରିଛନ୍ତି।
-କରିସ୍ମା କପୁରଙ୍କ ପାଠ ପଢାକୁ ନେଇ କୁହାଯାଏ କି ସେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି । ଇମରାନ୍ ହାସମି ସ୍କୁଲ ପଢା ଶେଷ କରିବା ପରେ ନ୍ୟୁୟର୍କରେ ଫିଲ୍ମ ମେକିଂ କୋର୍ସ ଆରମ୍ଭ କରିଥିଲେ।

ଖୋଜିଲେ ତ ବଲିଉଡ୍‌ରେ ଅନେକ ଅପାଠୁଆ ଅବା ଅଧା ପାଠୁଆ କଳାକାର ମିଳିବେ । ହେଲେ ସେମାନେ ଏକଥା ବି ଦେଖାଇ ଦେଇଛନ୍ତି ଯେ ଡିଗ୍ରୀ କିମ୍ବା ସାର୍ଟିଫିକେଟ୍‌ ସବୁକିଛି ନୁହେଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.