Below header

୧୭ ବର୍ଷ ପରେ ଗାୟକ କୁମାର ସାନୁ କଲେ ଖୁଲାସା, “ପ୍ରଥମ ଝିଅ ମୋ ପୋଷ୍ୟ ସନ୍ତାନ ଏବଂ…..”

ମୁମ୍ବାଇ : ସମୟ ଥିଲା ପ୍ରେମୀକଙ୍କ ମନରେ ରାଜ କରୁଥିଲେ ଗାୟକ କୁମାର ସାନୁ। ତାଙ୍କର ତୁ ପ୍ୟାର କିସି ଓର କା, ତେରେ ଦର ପର ଆଦି ଗୀତ ଆଜି ମଧ୍ୟ ଲୋକଙ୍କ ମନରେ ଚିର ସବୁଜ ହୋଇ ରହିଛି। ତେବେ ଗାୟକ ଏବେ ତାଙ୍କ ଗୀତ ପାଇଁ ନୁହଁ ବରଂ ତାଙ୍କ ଦ୍ବାରା ହୋଇଥିବା ଏକ କଥାର ଖୁଲାସ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଏବେ କୁମାର ସାନୁଙ୍କ ପତ୍ନୀ ହେଉଛନ୍ତି ସଲୋନୀ ଭଟ୍ଟାଚାର୍ୟ୍ୟ  । କିନ୍ତୁ ଏହା ପୂର୍ବରୁ ସେ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀଙ୍କୁ ବିବାହ କରିଥିଲେ। କିନ୍ତୁ କିଛି କାରଣ ବଶତଃ ତାଙ୍କର ବିଛେଦ ହୋଇଯାଇଥିଲା । କୁମାର ସାନୁଙ୍କର ନିଜ ଝିଅ ଏନା ଲଣ୍ଡନରେ ରୁହନ୍ତି। ନିକଟରେ ରିୟଲିଟି ସୋ’ ଦିଲ୍ଲ ହୈ ହିନ୍ଦୁସ୍ତାନୀକୁ ଅତିଥି ଭାବେ ଆସିଥିବା ସମୟରେ ସେ କହିଛନ୍ତି କି ତାଙ୍କ ବଡ଼ ଝିଅ ସେନନ୍ ତାଙ୍କର ପୋଷ୍ୟ ସନ୍ତାନ। ଏହା ବିଷୟରେ ସେ କାହାକୁ କହିବାକୁ ଚାହୁଁ ନଥିଲେ କାରଣ ସେ ଜାଣିନଥିଲେ ଏହା ବିଷୟରେ କିଏ କିପରି ପ୍ରତିକ୍ରିୟା ରଖିଥାନ୍ତି। ଏବେ କିନ୍ତୁ ଏହା ବିଷୟରେ ସମସ୍ତେ ଜାଣିସାରିଛନ୍ତି । ମୁଁ ମୋ ଝିଅ ପାଇଁ ବହୁତ ଗର୍ବିତ। ମତେ କିଛି ଫରକ୍ ପଡ଼େନି କି ସେ ମୋର ନିଜ ଝିଅ ନୁହଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.