ବବିରୁ ନମସ୍ତେ ଲଣ୍ଡନ ଯାଏ ଏଇ ବିନ୍ଦାସ ଆକ୍ଟରଙ୍କ ବିଷୟରେ ଜାଣନ୍ତୁ ଅନେକ କଥା

ମୁମ୍ବାଇ: ଋଷି କପୁର ଓରଫ ଚିଣ୍ଟୁ ବାବା । ଏମିତି ଏକ ନାଁ ଯିଏ ନିଜ ଅଭିନୟର ଯାଦୁରେ ଘରେ ଘରେ ପରିଚିତ । ପିଲାଟି ବେଳୁ ନିଜ କଳା ମାଧ୍ଯମରେ ସମସ୍ତଙ୍କ ହୃଦୟ ଜିତିପାରିଥିଲେ ଋଷି । କଳାକାର ପରିବାରରେ ଜନ୍ମ ତାଙ୍କର । ବାପା ରାଜ କୁପର, ଜେଜେ ବାପା ପୃଥ୍ଵୀରାଜ କପୁର, କକା ଶମ୍ମି କପୁର ଓ ଶଶି କପୁର । ପୁଣି ବଡ଼ ଭାଇ ରଣଧୀର କପୁର । ସମସ୍ତେ ବଲିଉଡ୍‌ର ଷ୍ଟାର ଅଭିନେତା ଥିଲେ । ତେଣୁ ଋଷିଙ୍କ ପାଇଁ ରୁପେଲୀ ପରଦା ପ୍ରତି ଆକର୍ଷଣ ପିଲା ବେଳୁ ଥିଲା ।

୧୯୫୨ ସେପ୍ଟେମ୍ବର ୪ରେ ସେ ବମ୍ବେର ଚେମ୍ବୁରରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାମ କରଣ ଋଷି ରାଜ କପୁର ଭାବରେ କରାଯାଇଥିଲା । ସେ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜ କପୁର ଏବଂ ତାଙ୍କ ପତ୍ନୀ କୃଷ୍ଣ ରାଜ କପୁରଙ୍କ ଦ୍ୱିତୀୟ ପୁତ୍ର ଥିଲେ।

childହିନ୍ଦୀ ସିନେମାରେ ସେ ଜଣେ ଭଲ ଅଭିନେତା, ନିର୍ଦ୍ଦେଶକ ଏବଂ ନିର୍ମାତା ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ। ୧୯୭୦ ମସିହାରେ ତାଙ୍କ ପିତା ରାଜ କପୁରଙ୍କ ଚଳଚ୍ଚିତ୍ର ମେରା ନାମ ଜୋକରରେ ସେ ଡେବ୍ୟୁ କରିଥିଲେ । ଯେଉଁ ଭୂମିକା ପାଇଁ ସେ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ। ୧୯୭୩ ବବି ଚଳଚ୍ଚିତ୍ରରେ ଡିମ୍ପଲ୍ କାପାଡିଆଙ୍କ ବିପକ୍ଷରେ ସେ ଆଡଲ୍ଟ ଭାବରେ ତାଙ୍କର ପ୍ରଥମ ମୁଖ୍ୟ ଭୂମିକା କରିଥିଲେ ଏବଂ ୧୯୭୪ରେ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିଲେ | ସେ ୧୯୭୩ ରୁ ୨୦୦୦ ମଧ୍ୟରେ ପାଖାପାଖି ୯୨ଟି ଚଳଚ୍ଚିତ୍ରରେ ରୋମାଣ୍ଟିକ୍ ଚରିତ୍ରରେ ଲିଡ୍ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ |

bobbyହିନ୍ଦୀ ଚଳଚ୍ଚିତ୍ରରେ ତାଙ୍କର ପ୍ରଥମ ଭୂମିକା ରାଜ କପୁରଙ୍କ ଫିଲ୍ମ ଶ୍ରୀ ୪୨୦ ପାଇଁ ଥିଲା। ଯେଉଁଠାରେ “ପ୍ୟାର ହୁଆ, ଇକ୍ରାର ହୁଆ” ଗୀତରେ ସେ ଅନ୍ୟ ୨ ଛୋଟ ପିଲାଙ୍କ ସହ ବର୍ଷାରେ ବୁଲୁଥିଲେ | ସେ ସେତେବେଳେ ପ୍ରାୟ ୩ ବର୍ଷର ହୋଇଥିଲେ । ସେ ଥରେ ଏକ ଇଣ୍ଟରଭ୍ଯୁରେ କହିଥିଲେ ଯେ କିଛି ଚକୋଲେଟ୍ ସହିତ ଏହି ଦୃଶ୍ୟ କରିବା ପାଇଁ ନର୍ଗିସ୍ ତାଙ୍କୁ ଲାଞ୍ଚ ଦେଇଥିଲେ। ତେବେ ‘ଚାନ୍ଦିନୀ’ ଫିଲ୍ମରେ ବଳିଷ୍ଠ ଅଭିନୟ କରି ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ଋଷି କପୁର ୨୨ ଜାନୁଆରୀ ୧୯୮୦ରେ ଅଭିନେତ୍ରୀ ନୀତୁ ସିଂଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ, ଅଭିନେତା ରଣବିର୍ କପୁର ଏବଂ ଡିଜାଇନର୍ ରିଦ୍ଧିମା କପୁର ସାହାଣୀ ।

rishii

ତେବେ ଆଜି ସେହି ବର୍ଷିୟାନ୍ ବଲିଉଡ ଅଭିନେତା ଋଷି କପୁରଙ୍କର ପରଲୋକ ହୋଇଛି। ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତକାଲି ମୁମ୍ବାଇର ଏକ ହସ୍‌ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ୨୦୧୮ରୁ ସେ କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି। ପ୍ରାୟ ବର୍ଷେ ଧରି ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। କିଛିଦିନ ତଳେ ଆମେରିକାରୁ ଭାରତ ଫେରିଥିଲେ ଋଷି ।

RISHI-SRI

ବବି, ଖେଲ ଖେଲ ମେ, ରଫୁ ଚକ୍କର, ହମ୍‌ କିସିସେ କମ୍‌ ନେହିଁ, ଲୈଲା ମଜନୁ, ବଦଲତେ ରିସ୍ତେ, ଅମର ଆକବର ଆନ୍ଥୋନୀ, ପ୍ରେମ୍‌ ରୋଗ, ନସିବ, କୁଲି, ଚାନ୍ଦନୀ, ସାଗର, ଦିଓ୍ଵାନା, ବୋଲ ରାଧା ବୋଲ୍‌, ନଗିନା, ହୀନା ଭଳି ସୁପରହିଟ୍‌ ଫିଲ୍ମରେ ସେ ଅଭିନୟ କରିଥିଲେ । ୧୯୯୯ରେ ଋଷି ‘ଆ ଅବ୍‌ ଲୌଟ ଚଲେ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ଐଶ୍ୱରିୟା ରାୟ ଓ ଅକ୍ଷୟ ଖାନ୍ନାଙ୍କ ସହିତ ରାଜେଶ ଖାନ୍ନା ଅଭିନୟ କରିଥିଲେ ।

RISHI-FAMILY

ପରବର୍ତ୍ତୀ ସମୟରେ ସେ ନମସ୍ତେ ଲଣ୍ଡନ, ହମତୁମ୍‌, ଲଭ୍‌ ଆଜକଲ୍‌, ପଟିଆଲା ହାଉସ୍‌, ଦୋ ଦୁନି ଚାର୍‌, ହ୍ରିତିକ ରୋଷନଙ୍କ ଅଗ୍ନିପଥ, ହାଉସ୍‌ଫୁଲ-୨ରେ ପାର୍ଶ୍ୱ ଅଭିନେତାର ଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ୨୦୦୮ରେ ତାଙ୍କ ଜୀବନ ବ୍ୟାପି ଅବଦାନ ପାଇଁ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା । କପୁର ଆଣ୍ଡ ସନ୍ସ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ସେ ଅନେକ ପୁରସ୍କାର ଲାଭ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.