ସୁର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କୁ କରୋନା, ଆଇସିୟୁରେ ଭର୍ତ୍ତି

ସୁର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କୁ କରୋନା। ଅବସ୍ଥା ସାଂଘାତିକ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। କରୋନା ସଂକ୍ରମିତ ହେବା ପରେ ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ଲତା ମଙ୍ଗେସକରଙ୍କୁ ହସ୍ପିଟାଲରେ ଆଡମିଟ୍‌ କରିଛନ୍ତି। ଲତାଙ୍କ ଶରୀରରେ ସ୍ୱଳ୍ପ ଲକ୍ଷଣ ଥିବାର ତାଙ୍କ ଭାଣିଜୀ ରଚନା ସୂଚନା ଦେଇଛନ୍ତି।


ସୂଚନାଯୋଗ୍ୟ ଯେ କଣ୍ଠ ଶିଳ୍ପୀ ଲତା ମଙ୍ଗେସକର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାର ଦେଖି ପରିବାର ଲୋକେ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଠାରେ କରୋନାର ସ୍ପଳ୍ପ ଲକ୍ଷଣ ପ୍ରକାଶ ପାଇଛି। ଏଣୁ ତାଙ୍କୁ ଆଇସିୟୁକୁ ସିଫ୍ଟ କରାଯାଇଛି। ଏନେଇ ଲତାଙ୍କ ଭାଣିଜୀ ରଚନା ସୂଚନା ଦେଇଛନ୍ତି।