ସାନପୁଅ ଉପରେ ଗର୍ବ କଲେ ମାଧୁରୀ ଦୀକ୍ଷିତ, ଏତେ ଛୋଟ ବୟସରୁ କରି ଦେଲେ ଏମିତି କାମ; ସୋସିଆଲ ମିଡିଆରେ ପ୍ରଶଂସାର ସୁଅ

ମାଧୁରୀ ଦୀକ୍ଷିତ ବଲିଉଡ୍‌ର ଟ୍ୟାଲେଣ୍ଟଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ନିଜ ପ୍ରଫେଶନାଲ ଲାଇଫ୍‌ରେ ଯେମିତି ପରଫେକ୍ଟ, ସେମିତି ହିଁ ବ୍ୟକ୍ତିଗତ ଜୀବନରେ ମଧ୍ୟ ପରଫେକ୍ଟ। ଏଥି ସହିତ ସେ ନିଜ ପିଲାମାନଙ୍କୁ ଭଲ ଶିକ୍ଷା ମଧ୍ୟ ଦେଇଛନ୍ତି। ବାସ୍ତବରେ, ମାଧୁରୀ ଦୀକ୍ଷିତଙ୍କ ସାନପୁଅ ରୟାନ କ୍ୟାନ୍ସର ପୀଡ଼ିତ ଲୋକଙ୍କ ପାଇଁ ନିଜ ଚୁଟି ଦାନ କରିଛନ୍ତି। ଏ ନେଇ ମାଧୁରୀ ଇନ୍‌ଷ୍ଟାଗ୍ରାମରେ ରୟାନଙ୍କର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଆପଣ ଦେଖି ପାରିବେ କି, ରୟାନଙ୍କର ବହୁତ ଲମ୍ବା ଚୁଟି ରହିଛି। ହେଲେ ସେ ଏହି ଚୁଟି କାଟି ଦେଉଛନ୍ତି। ଏହାପରେ କଟା ଯାଇଥିବା ତାଙ୍କ ଚୁଟିକୁ ଡୋନେଶନ ପାଇଁ ପଠାଇ ଦିଆଯାଉଛି। ଭିଡିଓ ସେୟାର କରି ମାଧୁରୀ ଲେଖିଛନ୍ତି କି, ‘ସବୁ ହିରୋ କ୍ୟାପ୍ସ ପିନ୍ଧନ୍ତି ନାହିଁ, କିନ୍ତୁ ମୋର ପିନ୍ଧିଥାଏ। ନ୍ୟାଶନାଲ କ୍ୟାନ୍ସର ଡେ’ ଅବସରରେ ମୁଁ ଆପଣଙ୍କ ସହିତ କିଛି ସ୍ପେଶାଲ ସେୟାର କରିବାକୁ ଚାହୁଁଛି’।

ମାଧୁରୀ କହିଥିଲେ ଯେ ‘ରୟାନ ଯେତେବେଳେ ବି କ୍ୟାନ୍ସର ରୋଗୀଙ୍କୁ କେମୋ ଥେରାପି ସହ କଷ୍ଟ ଭୋଗୁଥିବାର ଦେଖୁଥିଲା, ତ ତା’ର ହୃଦୟ ଭାଙ୍ଗି ଯାଉଥିଲା। ସେମାନଙ୍କର ଚୁଟି ଝଡ଼ୁଥିବାର ଦେଖି ରୟାନକୁ ବହୁତ ଖରାପ ଲାଗୁଥିଲା। ଏହାପରେ ମୋ ପୁଅ ନିଷ୍ପତ୍ତି ନେଇଥିଲା କି, ସେ କ୍ୟାନ୍ସର ସୋସାଇଟି ପାଇଁ ତା’ର ଚୁଟି ଦାନ କରିବ। ଆମେ ବାପା, ମାଆ ହିସାବରେ ରୟାନର ଏହି ନିଷ୍ପତ୍ତି ଶୁଣି ଗଭୀର ଭାବରେ ପ୍ରଭାବିତ ହୋଇଥିଲୁ’। ସେ ଆହୁରି କହିଥିଲେ କି, ‘ରୟାନ ୨ ବର୍ଷ ହେବ ହେୟାକଟ୍‌ କରି ନ ଥିଲା। କାହିଁକିନା, ସେ ତା’ର ଚୁଟିକୁ ଲମ୍ବା କରି କ୍ୟାନ୍ସର ରୋଗୀଙ୍କୁ ଡୋନେଟ କରିବାକୁ ଚାହୁଁଥିଲା। ଗାଇଡ୍‌ଲାଇନ୍ସ ମୁତାବକ, ରୟାନକୁ ଏକ ଲେନ୍ଥ ପର୍ଯ୍ୟନ୍ତ ଚୁଟି ରଖିବାରେ ୨ ବର୍ଷ ସମୟ ଲାଗି ଯାଇଥିଲା। ଆଉ ଏବେ ଏହା ଫାଇନାଲ ଷ୍ଟେପ୍‌। ଆଜି ଆମେ ଗର୍ବର ସହିତ ଛିଡ଼ା ହୋଇଛୁ’। ମାଧୁରୀ ନିଜର ଏହି ପୋଷ୍ଟରେ ସ୍ୱାମୀ ଶ୍ରୀରାମ ନେନେଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି।

ଏହି ପୋଷ୍ଟରେ ସମସ୍ତେ ମାଧୁରୀଙ୍କ ପୁଅକୁ ପ୍ରଶଂସା କରୁଛନ୍ତି। କେହି କେହି କମେଣ୍ଟ କରି କହୁଛନ୍ତି କି, ଆପଣଙ୍କ ପୁଅ ଉପରେ ଗର୍ବ ଲାଗୁଛି। ସେପଟେ ଆଉ କିଛିଜଣ ମାଧୁରୀଙ୍କର ଭଲ ଲାଳନପାଳନକୁ ବି ପ୍ରଶଂସା କରୁଛନ୍ତି ଏବଂ ରୟାନଙ୍କୁ ସାଲ୍ୟୁଟ୍‌ କରୁଛନ୍ତି। କହି ରଖୁଛୁ, ମାଧୁରୀ ଓ ଶ୍ରୀରାମଙ୍କ ବଡ଼ ପୁଅ ଅରିନ୍‌ ମଧ୍ୟ ଅଛନ୍ତି, ଯିଏକି ବର୍ତ୍ତମାନ University of Southern Californiaରେ ପଢ଼ୁଛନ୍ତି। ଚଳିତ ବର୍ଷ ସେ ୟୁଏସ୍‌ କଲେଜକୁ ଯାଇଛନ୍ତି। ତେବେ ମାଧୁରୀଙ୍କ ପ୍ରଫେଶନାଲ ଜୀବନ ବିଷୟରେ ଆଲୋଚନା କରିବା ତ ସେ ଶେଷ ଥର ପାଇଁ ଫିଲ୍ମ ‘କଳଙ୍କ’ରେ ନଜର ଆସିଥିଲେ, ଯାହାକି ବର୍ଷ ୨୦୧୯ରେ ରିଲିଜ୍‌ ହୋଇଥିଲା। ଏହାପରଠାରୁ ତାଙ୍କର କୌଣସି ଫିଲ୍ମ ରିଲିଜ୍‌ ହୋଇନାହିଁ।

 

View this post on Instagram

 

A post shared by Madhuri Dixit (@madhuridixitnene)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.