ମା’ଙ୍କ ପରେ ଆରପାରିକୁ ଚାଲିଗଲେ ସୁପରଷ୍ଟାର ମହେଶ ବାବୁଙ୍କ ବାପା, ନିଜ ସମୟର ହିଟ୍‌ ହିରୋ କୃଷ୍ଣା

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ମହେଶ ବାବୁଙ୍କ ବାପା କୃଷ୍ଣ ଘଟ୍ଟାମାନେନୀଙ୍କ ପରଲୋକ ହୋଇଛି । ସୋମବାର ରାତିରେ ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଭୋର ୪ଟାରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ହାଇଦ୍ରାବାଦର ପ୍ରାଇଭେଟ ହସପିଟାଲରେ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ଖବର ମିଳିଛି। ସୂଚନାଯୋଗ୍ୟ, ଗତ ଦୁଇମାସ ତଳେ ମହେଶ ବାବୁଙ୍କ ମା ଇନ୍ଦିରା ଦେବୀଙ୍କ ପରଲୋକ ହୋଇଥିଲା ।

ସୂଚନା ମୁତାବକ, ସୋମବାର ରାତିରେ ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ଵାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ସିଫ୍ଟ କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଭେଣ୍ଟିଲେଟରରେ ମଙ୍ଗଳବାର ଭୋର ୪ଟାରୁ ତାଙ୍କର ଜୀବନ ଚାଲିଯାଇଥିଲା । ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ୍ସମାନେ ବି ଦୁଃଖିତ ହୋଇପଡ଼ିଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଓ ସେଲିବ୍ରିଟମାନେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

କୃଷ୍ଣଙ୍କ ଦେହାନ୍ତରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶର ସିଏମ ଜଗନ ମୋହନ ରେଡ୍ଡୀ ଶୋକପ୍ରକାଶ କରିଛନ୍ତି। ୧୯୬୧ ମସିହାରେ ଅଭିନୟ ଦୁନିଆରେ ଡେବ୍ୟୁ କରିଥିଲେ। କୃଷ୍ଣ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ଯୋଗଦାନ କରିଛନ୍ତି । ନିଜ କ୍ୟାରିୟରରେ ପ୍ରାୟ ୩୫୦ ଫିଲ୍ମରେ କାମ କରିଥିଲେ। କୃଷ୍ଣଙ୍କୁ ପଦ୍ମ ବିଭୂଷଣ ପଦବୀରେ ସମ୍ମାନିତ କରାଯାଇଥିଲା। ମା’ଙ୍କ ନିଧନ ମହେଶ ବାବୁ ଭାଙ୍ଗିପଡିଥିବା ବେଳେ ଏବେ ବାପାଙ୍କ ମୃତ୍ୟୁ ଅଭିନେତାଙ୍କ ଉପରେ ଦୁଃଖ ଲଦିଦେଇଛି ।

ଇନ୍ଦିରା ଦେବୀ ସାଉଥ ସୁପରଷ୍ଟାର କୃଷ୍ଣାଙ୍କ ପତ୍ନୀ ଥିଲେ। କିନ୍ତୁ କୃଷ୍ଣା ଇନ୍ଦିରାଙ୍କୁ ଛାଡପତ୍ର ଦେବା ପରେ କୃଷ୍ଣା ବିଜୟାନିର୍ମଳାଙ୍କୁ ବିବାହ କରିଥିଲେ। ତା’ ପରେ ଇନ୍ଦିରା ଦେବୀ ଏକା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ।

କୃଷ୍ଣା ନିଜ ସମୟର ଜଣେ ସୁପରଷ୍ଟାର ହିରୋ ଥିଲେ । ସେ ପଦ୍ମାଳୟା ନାମରେ ଏକ ପ୍ରଯୋଜନା ସଂସ୍ଥା ମଧ୍ୟ କରିଥିଲେ । ଦକ୍ଷିଣ ଭାରତରେ ତାଙ୍କର ହିଟ୍‌ ଫିଲ୍ମଗୁଡ଼ିକୁ ନେଇ ସେ ହିସନ୍ଦୀ ଚଳଚନିତ୍ର ମଧ୍ୟ ନିର୍ମାଣ କରିଥିଲେ । ଯେଉଁଥିରେ ଅଧିକାଂଶ ଭାବେ ଜିତେନ୍ଦ୍ର ହିରୋ ହେଉଥିଲେ ।

You might also like