ଅଭିନେତ୍ରୀ ମହିମା ଚୌଧୁରୀ କ୍ୟାନ୍ସର ରୋଗରେ ପୀଡିତ, ଇନ୍ଷ୍ଟଗ୍ରାମରେ ସୂଚନା ଦେଲେ ଅନୁପମ ଖେର

ଗୁରୁବାର ବଲିଉଡ ଜଗତର ବର୍ଷିୟାନ ଅଭିନେତା ଅନୁପମ ଖେର ଏକ ବଡ ଘୋଷଣା କରିଛନ୍ତି । ଅନୁପମ କହିଛନ୍ତିକି ଅଭିନେତ୍ରୀ ମହିମା ଚୌଧୁରୀ ବ୍ରେଷ୍ଟ କ୍ୟାନ୍ସର ରୋଗରେ ପୀଡିତ ବୋଲି ସୂଚନା ଦେଇଛନ୍ତି । ଏନେଇ ନିଜ ଇନ୍ଷ୍ଟଗ୍ରାମ ହ୍ୟାଣ୍ଡଲରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଇନ୍ଷ୍ଟଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓଟିରେ ଅନୁପମ ଖେରଙ୍କ ସହିତ ମହିମା ଚୌଧୁରୀ ନଜର ଆସିଛନ୍ତି । ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି, ବର୍ତ୍ତମାନ ସମୟରେ ମହିମା ବ୍ରେଷ୍ଟ କ୍ୟାନ୍ସର କିମ୍ବା ସ୍ତନ କର୍କଟ ରୋଗରେ ପୀଡିତ ଅଛନ୍ତି । ଏହା ସହ ଅନୁପମ, ମହିମାଙ୍କୁ ହିରୋ ବୋଲି ସମ୍ବର୍ଦ୍ଧନା କରିଛନ୍ତି । ମହିମା ନିଜ ଫ୍ୟାନ୍ସ ମାନଙ୍କ ନିକଟରେ ଏହି ଖବର ପହଞ୍ଚାଇବାକୁ ଚାହୁଁଥିବାରୁ ଅନୁପମ ଏହି ପୋଷ୍ଟ କରିଥିବା କହିଛନ୍ତି ।

 

View this post on Instagram

 

A post shared by Anupam Kher (@anupampkher)

କ୍ଲିପଟିକୁ ପୋଷ୍ଟ କରି ଅନୁପମ ଲେଖିଛନ୍ତିକି, “ମହିମାଙ୍କ ସାହସ, ଧର୍ଯ୍ୟ ଓ କ୍ୟାନ୍ସରର କାହାଣୀ: ସେ ଏହା ମଧ୍ୟ ଲେଖିଛନ୍ତିକି ମାସକ ତଳେ ସେ ମହିମାଙ୍କ ନିକଟକୁ ୟୁଏସରୁ ଫୋନ କରିଥିଲେ । ତାଙ୍କ ୫୨୫ତମ ଫିଲ୍ମ #TheSignatureରେ ମହିମା ଅଭିନୟ କରନ୍ତୁ ବୋଲି ଅନୁଭବ ଚାହୁଁଥିଲେ । ଏହି ସମୟରେ କଥାବାର୍ତ୍ତାରୁ ମୁଁ ଜାଣିବାକୁ ପାଇଥିଲିକି ମହିମା ଏବେ ସ୍ତନ କର୍କଟ ରୋଗରେ ପୀଡିତ ଅଛନ୍ତି । ଆମ କଥାବାର୍ତ୍ତାରୁ ଏମିତି ଏକ ସତ୍ୟ ପଦାକୁ ଆସିବ ବୋଲି ମୁଁ କେବେ ଭାବିନଥିଲି ବୋଲି ଅନୁଭବ କହିଛନ୍ତି । ମହିମାଙ୍କ ଧର୍ଯ୍ୟ ଓ ସାହସ ବିଶ୍ୱରେ ଲକ୍ଷ ଲକ୍ଷ ସ୍ତ୍ରୀ ଲୋକଙ୍କୁ ସାହସ ଦେବ ବୋଲି ସେ କହିଛନ୍ତି । ମୁଁ ଏନେଇ ସତ ପଦାକୁ ଆଣେ ବୋଲି ମହିମା ଚାହୁଁଥିଲେ । କାରଣ ସବୁବେଳେ ମହିମା ମୋତେ ଜଣେ ସୁବ୍ୟକ୍ତି ଭାବରେ ଦେଖି ଆସୁଥିଲେ | କିନ୍ତୁ ମୁଁ କହିବି, “ମହିମା ତୁମେ ମୋ ହିରୋ !”ସାଙ୍ଗମାନେ ତାଙ୍କୁ ଖୁବ ସାରା ଭଲ ପାଇବା, ଶୁଭେଚ୍ଛା, ଶୁଭକାମନା ଦିଅନ୍ତୁ । ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଯେମିତିକି ଖୁବ ଶୀଘ୍ର ସେ ତାଙ୍କ ନିଜ ସ୍ଥାନକୁ ଫେରି ଆସନ୍ତୁ । ସେ ଏବେ ଉଡିବାକୁ ପ୍ରସ୍ତୁତ ଅଛନ୍ତି । ସମସ୍ତ ପ୍ରଯୋଜକ ତଥା ନିର୍ଦ୍ଦେଶକଙ୍କୁ ଅନୁରୋଧ । ଏବେ ଆପଣ ମାନଙ୍କ ନିକଟରେ ସୁଯୋଗ ରହିଛି ତାଙ୍କ କଳାକୁ ବିକଶିତ କରନ୍ତୁ । ତାଙ୍କୁ ଅନେକ ଅନେକ ଶୁଭେଚ୍ଛା!! #Cancer #Courage #Hope #Prayersss.”

ଏହି ଭିଡିଓରେ ମହିମା କହିଛନ୍ତିକି ସେ ହସ୍ପିଟାଲରେ ରହି ଚିକିତ୍ସିତ ହେବା ସମୟରେ ଅନୁପମ ତାଙ୍କୁ ତାଙ୍କ ଫିଲ୍ମରେ ଅଭିନୟ କରିବାକୁ ଡାକିଥିଲେ । ଏବେ ବି ସେ ଅନେକ ୱେବ ଶୋ’ ତଥା ଫିଲ୍ମରେ ଅଭିନୟ କରିବାକୁ ଡକରା ପାଉଛନ୍ତି । କିନ୍ତୁ ତାଙ୍କ ମୁଣ୍ଡରେ ଏବେ କେଶ ନଥିବାରୁ ସେ ଏନେଇ ହଁ କରିପାରୁନାହାନ୍ତି ବୋଲି କହିଛନ୍ତି । ଏହା ତାଙ୍କୁ ସେସମୟରେ ଖୁବ ବ୍ୟଥିତ କରିଥିଲା । ଆଉ ସେ ଅନୁପମଙ୍କ ଫିଲ୍ମରେ ନକଲି କେଶ ପିନ୍ଧି କରିପାରିବେ କି ନାହିଁ ପଚାରିଥିଲେ । ସେ ଏହା ମଧ୍ୟ କହିଥିଲେକି ତାଙ୍କର କୌଣସି ପ୍ରକାର ଚିହ୍ନ କିମ୍ବା ଲକ୍ଷଣ ନଥିଲା । କିନ୍ତୁ ପରେ ସେ କ୍ୟାନ୍ସର ପୀଡିତ ବୋଲି ଚିହ୍ନଟ ହୋଇଥିଲେ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.