ଅଭିନେତ୍ରୀ ମଲାଇକା ଆରୋରାଙ୍କ କାର ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ : ଶନିବାର ଦିନ ଏକ କାର ଦୁର୍ଘଟଣାରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ମୁମ୍ବାଇ ପୁଣେ ଏକ୍ସପ୍ରେସରେ ମଲାଇକାଙ୍କ କାର ଦୁର୍ଘଟଣା ଘଟିଛି। ରିପୋର୍ଟକୁ ଅନୁଯାୟୀ ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲା ଖୋପୋଲି ଠାରେ ୩ଟି ଗାଡ଼ି ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ ମଲ୍ଲାଇକାଙ୍କ ଗାଡ଼ି ବି ଦୁର୍ଘଟଣା ଶିକାର ହୋଇଥିଲା ଏହି ଦୁର୍ଘଟଣାରେ ମଲାଇକା ସାମାନ୍ୟ ଆହତ ହୋଇଛନ୍ତି। ତେବେ ମଲାଇକାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହା ପରେ ତାଙ୍କୁ ମୁମ୍ବାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟଯେ, ଶନିବାର ଅପରାହ୍ନରେ ମଲାଇକା ଆରୋରା ଏକ ଫ୍ୟାଶନ ଇଭେଣ୍ଟରେ ଭାଗ ନେବାକୁ ପୁଣେ ଯାଇଥିଲେ।

accident

ଖବର ଅନୁଯାୟୀ, ଖୋପୋଲି ନିକଟ ମୁମ୍ବାଇ ପୁଣେ ଏକ୍ସପ୍ରେସୱେରେ ମଲାଇକର କାର ଦୁର୍ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ୩୮ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି ଯାହା ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଅଟେ। ଯେଉଁଠାରେ ତିନୋଟି ଯାନ ମୁହାଁମୁହିଁ ଧକ୍କା ହୋଇଥିଲା। ସମସ୍ତ ତିନୋଟି ଗାଡିରେ କ୍ଷତି ଘଟିଛି। ଦୁର୍ଘଟଣାର କିଛି ସମୟ ପରେ ମୋଟର ଚାଳକମାନେ ପଳାଇ ଯାଇଥିଲେ, ପରେ ଅଭିନେତ୍ରୀଙ୍କୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା, ପରେ ଏହି ଦୁର୍ଘଟଣାରେ ଅଭିନେତ୍ରୀଙ୍କର ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା, ଖୋପୋଲି ପୋଲିସର ସୂଚନା।

ତେବେ ଦୁର୍ଘଟଣା ବିଷୟରେ ମଲାଇକାଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ତାଙ୍କ ସମ୍ପର୍କୀୟ ଲୋକଙ୍କ କହିବା କଥା ହେଲା ଦୁର୍ଘଟଣାରେ ମଲାଇକାଙ୍କର ଦୁଇଟି ଷ୍ଟିଜ୍ ପଡିଛି। ରବିବାର ତାଙ୍କୁ ଡିସ୍‌ଚାର୍ଜ କରାଯାଇପାରେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.