ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଧକ୍କା, ହୃଦ୍ଘାତରେ ଚାଲିଗଲେ ଲୋକପ୍ରିୟ ଅଭିନେତା କୁନ୍ଦ୍ରା ଜୋନି
ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା କୁନ୍ଦ୍ରା ଜୋନିଙ୍କ ପରଲୋକ । କେରଳର କୋଲ୍ଲମରେ ଏକ ଘରୋଇ ହସପିଟାଲରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା ।
ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନେଭେଟିଭ ଭୂମିକାରେ ନଜର ଆସୁଥିବା ଲୋକପ୍ରିୟ ଅଭିନେତା କୁନ୍ଦ୍ରା ଜୋନିଙ୍କ ପରଲୋକ । କେରଳର କୋଲ୍ଲମରେ ଏକ ଘରୋଇ ହସପିଟାଲରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ୧୯୯୧ରେ ଫିଲ୍ମ ଗଡ୍ ଫାଦରରେ କାମ କରିଥିବା ଏହି ଅଭିନେତାଙ୍କ ଅନ୍ତିମ ସଂସ୍କାର ଆଜି ହେବ ବୋଲି ସୂଚନା ମିଳିଛି ।
ଏଫଇଏଫକେଏ ଡାରେକ୍ଟର୍ସ ୟୁନିୟମ ଏକ ଫେସବୁକ ପୋଷ୍ଟ କରି କୁନ୍ଦ୍ରା ଜୋନିଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛି । ତେବେ ଏହି ଅଭିନେତାଙ୍କ ମୃତ୍ୟୁରେ କେରଳର ଅର୍ଥମନ୍ତ୍ରୀ କେଏନ ବାଲଗୋପାଳ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, କୁନ୍ଦ୍ରା ଜୋନି ଚାରି ଦଶକ ଧରି ଲମ୍ବା କ୍ୟାରିଅରରେ ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଏହି ଅଭିନେତାଙ୍କ ବିୟୋଗରେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଶକ୍ତ ଧକ୍କା ଲାଗିଛି । ସମସ୍ତ ସେଲିବ୍ରିଟି ଏବଂ ଫ୍ୟାନ୍ସ ଦୁଃଖ ପ୍ରକାଶ କରିଛନ୍ତି ।
୧୯୭୯ରେ ନିତ୍ୟା ବସନ୍ତମଙ୍କ ସହିତ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ମାଲାୟାଲମ ଫିଲ୍ମରେ ନେଗେଟିଭ ଭୂମିକା କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ବ୍ଲକବଷ୍ଟର ଫିଲ୍ମ କିରୀଦମ ଏବଂ ଚେନକୋଲରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ଏହାପରେ ବଳରାମ ବନାମ ଧରାଦାସ, ଭାରତ ଚନ୍ଦ୍ରନ ଆଇପିଏଲ, ଦାଦା ସାହେବ, କ୍ରାଇମ ଫାଇଲ, ସାମନ୍ଥରମ, ସାଗରମ ସାକ୍ଷୀ ଭଳି ଫିଲ୍ମରେ ନଜର ଆସିଛନ୍ତି ।
RIP
That role in #Kireedam / #Chenkol 🙏🙏🙏#KundaraJohny pic.twitter.com/X7nB91paXq
— ImUtopian (@ImUtopian1990) October 17, 2023
I’m really sorry to hear about the passing of Malayalam actor Kundara Johny. May his soul rest in peace. 🙏🕯️ #NambiarAdarshNarayananPV #RipKundaraJohny #RIP #KundaraJohny @Mohanlal @ManjuWarrier4 @ttovino @bheemanraghuu @MafiaShashi pic.twitter.com/C9SOSD2SmL
— Nambiar Adarsh Narayanan P V (@NaAdarshNaPV) October 18, 2023