ହ୍ୟାଟ୍ରିକ ବିଜୟ ପରେ ବାଂଲାଦେଶ ବିପକ୍ଷରେ ଖେଳିବା ପାଇଁ ପ୍ରସ୍ତୁତ ଟିମ୍‌ ଭାରତ, ବୋଲିଂ ଅଭ୍ୟାସ କରୁଛନ୍ତି ରୋହିତ !

ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ୍‌ ଆଗାମୀ ମ୍ୟାଚ ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ଖେଳିବ । ଏଥିପାଇଁ ରୋହିତ ବାହିନୀ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଏହି ମ୍ୟାଚରେ ରୋହିତ ବୋଲିଂ କରିପାରନ୍ତି ବୋଲି ଫ୍ୟାନ୍ସ ଆକଳନ କରୁଛନ୍ତି ।

ବିଶ୍ୱକପ ୨୦୨୩ରେ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିସାରିଛି । ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଯୋଗଦାନ ଟିମରେ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱକପରେ ୩ଟି ଇନିଂସରେ ୧ଟି ଶତକ ଏବଂ ୧ଟି ଅର୍ଦ୍ଧଶତକ ମାରିସାରିଛନ୍ତି । ତେବେ ବିଶ୍ୱକପରେ ଆସନ୍ତାକାଲି ଭାରତ ବାଂଲାଦେଶ ଟକ୍କର ହେବ। ପୁଣେରେ ମୁହାଁମୁହିଁ ହେବେ ଦୁଇ ପଡ଼ୋଶୀ ଦେଶ ।

ବିଶ୍ବକପରେ ଏପର୍ଯ୍ୟନ୍ତ ଖେଳିଥିବା ୩ଟି ଯାକ ମ୍ୟାଚ ଜିତିଛି ଭାରତ । ସେପଟେ ୩ଟି ମ୍ୟାଚ୍ ଖେଳି କେବଳ ଗୋଟିଏ ବିଜୟ ହାସଲ କରିଛି ବାଂଲାଦେଶ । ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ନେଟସରେ ବୋଲିଂ ଅଭ୍ୟାସ କରୁଛନ୍ତି ରୋହିତ ଶର୍ମା । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ପୂର୍ବରୁ ୨୦୧୬ରେ ରୋହିତ ଦିନିକିଆ ମ୍ୟାଚରେ ଶେଷ ଥର ବୋଲିଂ କରିଥିଲେ । ରୋହିତ ଏକ ଓଭର ବୋଲିଂ କରି ୧୧ ରନ୍‌ ଦେଇଥିଲେ । ତା’ପରେ ରୋହିତ ୩ଟି ଫର୍ମାଟରେ ବୋଲିଂ କରିସାରିଛନ୍ତି । ଆଇପିଏଲରେ ରୋହିତଙ୍କ ନାମରେ ହ୍ୟାଟ୍ରିକ ରେକର୍ଡ ରହିଛି । ତାଙ୍କ କାନ୍ଧରେ ଆସିଥିବା ଆଘାତ ଯୋଗୁଁ ବୋଲିଂ କରୁନାହାନ୍ତି ।

ଭାରତ ଓ ବାଂଲାଦେଶ ଭିତରେ ଏପର୍ଯ୍ୟନ୍ତ ୪୦ଟି ଦିନିକିଆ ଖେଳାଯାଇଛି । ଭାରତ ୩୧ଟି ମ୍ୟାଚ୍ ଜତିଥିବା ବେଳେ ୮ଟି ମ୍ୟାଚ ଜିତିଛି ବାଂଲାଦେଶ । ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି । ବିଶ୍ବକପରେ ଉଭୟ ଦଳ ୪ଥର ମୁହାଁମୁହିଁ ହୋଇଛନ୍ତି । ବଂଲାଦେଶ ଗୋଟିଏ ମ୍ୟାଚ୍ ଏବଂ ଭାରତ ଜିତିଛି ୩ଟି ମ୍ୟାଚ୍ । ରୋହିତ ବାହିନୀ କିନ୍ତୁ ଚଳିତ ବିଶ୍ବକପରେ ଚତୁର୍ଥ ବିଜୟ ହାସଲ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.