ପୁଣି ବିବାଦରେ ମଣିକର୍ଣ୍ଣିକା, ସହ-ଅଭିନେତା ଆଣିଲେ ନିର୍ମାତାଙ୍କ ବିରୁଦ୍ଧରେ ଟଙ୍କା ନଦେବାର ଆଭିଯୋଗ

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାଓ୍ବାତଙ୍କର ଆଗାମୀ ଫିଲ୍ମ ମଣିକର୍ଣ୍ଣିକା ଆସନ୍ତା ବର୍ଷ ଜାନୁଆରୀ ୨୫ରେ ରଲିଜ୍ ହେବାକୁ ଯାଉଛି। ନିକଟରେ ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ତାହା ଦର୍ଶକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି। କିନ୍ତୁ ରିଲିଜ୍ ପୂର୍ବରୁ ହିଁ ଫିଲ୍ମଟି ଅନେକ ବିବାଦରେ ଘେରି ହୋଇସାରିଲାଣି । ଏନେଇ ଏବେ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଏଣ୍ଡି ୱାନ ଇଚ ନିର୍ମାତାଙ୍କ ଉପରେ ପ୍ରାରିଶ୍ରମିକ ନଦେବାର ଭଳି ଆଭିଯୋଗ ଲଗାଇଛନ୍ତି।

kangana

ୱାନ ଇଚ୍ ଫିଲ୍ମରେ ଇଂରେଜଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ସେ ଏବେ ଟଙ୍କା ନମିଳିବା ଅଭିଯୋଗ କରିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି, ଆଜି ମଣିକର୍ଣ୍ଣିକାର ଟ୍ରେଲର ରିଲିଜ୍ କରାଯାଇଛି। କିନ୍ତୁ ଏପର‌୍ୟ୍ୟନ୍ତ ପ୍ରଡ଼ୋକ୍ଟସନ ତରଫରୁ ମତେ ସଂପୂର୍ଣ୍ଣ ପାରିଶ୍ରମିକ ମିଳିନାହିଁ। ତେବେ ପରିବର୍ତ୍ତୀ ମୂହୂର୍ତ୍ତରେ ୱାନ ଏହି ଟ୍ବିଟକୁ ସୋସିଆଲ ମିଡ଼ିଆରୁ ଡ଼ିଲିଟ କରିଦେଇଛନ୍ତି।

କଙ୍ଗନାଙ୍କ ବ୍ୟତୀତ ଫିଲ୍ମରେ ଗୁଲାମ୍ ଗସ୍ ଖାନଙ୍କ ଭୂମିକାରେ ନଜର ଆସିଛନ୍ତି ଡ୍ୟାନୀ ଡେଞ୍ଜୋପ୍ପା । ରାଣୀ ଲକ୍ଷ୍ମୀବାଇଙ୍କ ମୁଖ୍ୟ କମାଣ୍ଡର ଥିଲେ ଗୁଲାମ୍ ଗସ୍ ଖାନ୍ । ଯେତେବେଳେ ଝାନସୀର ଦୁର୍ଗରେ ଇଂରେଜମାନେ ଅଧିକାର କରିବାକୁ ପହଂଚିଥିଲେ ସେତେବେଳେ ଗୁଲାମ ଗସଙ୍କ ନେତୃତ୍ୱରେ ହିଁ ରାଣୀ ଇଂରେଜ ମନରେ ଭୟ ସଂଚାର କରିଦେଇଥିଲେ । ଫିଲ୍ମରେ ୧୫୦ ବର୍ଷ ପୁରୁଣା ହତିୟାର ବ୍ୟବହାର କରାଯାଇଛି । ଅଙ୍କିତା ଲୋଖଣ୍ଡେ ଝଲକାରୀ ବାଇ ଭୂମିକାରେ ଅଭିନୟ କରିଛନ୍ତି ।

You might also like