ଆଜି ମେଟ୍‌ ଗାଲା ୨୦୨୨: କାର୍ଯ୍ୟକ୍ରମରେ ଧୂମପାନ ଓ ପିଆଜ-ରସୁଣ ବ୍ୟାନ୍‌, ସେଲିବ୍ରିଟିଙ୍କୁ ମାନିବାକୁ ପଡ଼ିବ ଏସବୁ କଡ଼ା ନିୟମ

ସାରା ବିଶ୍ୱର ସବୁଠୁ ଚର୍ଚ୍ଚିତ ଫ୍ୟାଶନ୍‌ ଇଭେଣ୍ଟ ମେଟ୍‌ ଗାଲା ୨୦୨୨ ଆଜି ଅର୍ଥାତ୍‌ ମେ’୨ରେ ଆୟୋଜିତ ହେଉଛି। ଏଥରକ ଆମେରିକାର ନ୍ୟୁୟର୍କରେ ଫ୍ୟାଶନ୍‌ ନାଇଟ୍‌ ଆଉଟ୍‌ର ଆୟୋଜନ ହୋଇଛି। ମେଟ୍‌ ଗାଲା ୨୦୨୨ ପାଇଁ ଅନେକ ବଲିଉଡ୍‌ ଷ୍ଟାର ବି ନିଜ ନାଁ ରେଜିଷ୍ଟ୍ରେସନ୍‌ କରିଛନ୍ତି। ଚଳିତବର୍ଷର ଥିମ୍‌ ରହିଛି ‘In America: An Anthology of Fashion’। ମେଟ୍‌ ଗାଲାରେ ପ୍ରବେଶ ପାଇଁ ଅନେକ କଡ଼ା ନିୟମ ରହିଛି। ଯାହାକୁ ପାଳନ ନ କଲେ ସେଲିବ୍ରିଟିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ବି ହୋଇପାରେ।

ବୟସ ସୀମା:

ମେଟ୍‌ ଗାଲା ୨୦୨୨ରେ ଏଥରକ ହୋଷ୍ଟ୍‍ କରୁଛନ୍ତି ଭେନେସା ଫ୍ରିଡମେନ୍‌, ରେଜିନା କିଙ୍ଗ୍‌, ବ୍ଲାକ୍‌ ଲାଇବଲୀ, ରୟାନ୍‌ ରେନାଲ୍ଡସ୍‌, ଲିନ୍‌ ମେନୁଆଲ ମିରାଣ୍ଡା। ଏହି କାର୍ଯ୍ୟକ୍ରମରେ ହଲିଉଡ୍‌ର ବଡ଼ ବଡ଼ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ବଲିଉଡ୍‌ ଓ ଅନ୍ୟ ଫିଲ୍ମ ଦୁନିଆର ଷ୍ଟାରମାନେ ଯୋଗ ଦେବେ। ମେଟ୍‌ ଗାଲା ଇଭେଣ୍ଟରେ ଯୋଗ ଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ବି ରହିଛି। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଲୋକଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। କୁହାଯାଏ ଯେ ଏହି ଇଭେଣ୍ଟ ୧୮ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଠିକ୍‌ ନୁହେଁ।

 

View this post on Instagram

 

A post shared by Met Gala 2022 (@metgalaofficial)

ଧୂମପାନ ଓ ସେଲ୍‌ଫି ନିଷେଧ:

ଏଥିସହ ଏହି ଇଭେଣ୍ଟରେ ସେଲଫି ନେବା ଉପରେ ବି ପ୍ରତିବନ୍ଧକ ଲାଗିଛି। ୨୦୧୫ ମସିହାରେ ଇଭେଣ୍ଟ ବେଳେ ସୋସିଆଲ ମିଡିଆ ବ୍ୟବହାର ଉପରେ ରୋକ୍‌ ଲଗାଇବା ନେଇ ରିପୋର୍ଟ ସାମ୍ନାକୁ ଆସିଥିଲା। କିନ୍ତୁ ଏହି ନିୟମ ଠିକ୍‌ ଭାବେ ପାଳନ ହୋଇପାରିନଥାଏ। ୨୦୧୭ରେ କାଇଲି ଜେନ୍‌ ବାଥରୁମ୍‌ରେ ଏକ ସେଲ୍ଫି ନେଇଥିଲେ, ଯାହା ପରେ ଏହି ନିୟମକୁ ଅଧିକ କଡ଼ାକଡ଼ି କରାଯାଇଥିଲା। ସେଲ୍‌ଫି ବ୍ୟତୀତ ଇଭେଣ୍ଟରେ ଧୂମପାନକୁ ବି ବ୍ୟାନ୍‌ କରାଯାଇଛି। ୨୦୧୭ରେ ବେଲା ହଦୀଦ ଓ ଡକୋଟା ଜନ୍‌ସନ୍‌ ବାଥ୍‌ରୁମ୍‌ରେ ସିଗାରେଟ୍‌ ପିଉଥିବା ବେଳେ ଧରାପଡ଼ିଥିଲେ। ତା’ ପରଠାରୁ ବୋର୍ଡ ଏହି ନିୟମକୁ ଶକ୍ତ କରିଛି।

ମିଳିବ ବିନା ପିଆଜ ରସୁଣ ଖାଦ୍ୟ:

ଖାଇବା ସୌଖିନ୍‌ ଲୋକଙ୍କୁ ଏହି ନିୟମ ଟିକେ ଅଜବ ଲାଗିପାରେ। କିନ୍ତୁ ମେଟ୍‌ ଗାଲା ଇଭେଣ୍ଟରେ ବିନା ପିଆଜ ରସୁଣ ଯୁକ୍ତ ଖାଦ୍ୟ ହିଁ ମିଳିଥାଏ। ମେଟ୍‌ ଗାଲାରେ କକ୍‌ଟେଲ୍‌ ଓ ଫର୍ମାଲ ଡିନରର ଆୟୋଜନ କରାଯାଏ। କିନ୍ତୁ ସେଠାକୁ ଆସୁଥିବା ଅତିଥିଙ୍କୁ ଖାଦ୍ୟରେ ପିଆଜ ଓ ରସୁଣ ଯୁକ୍ତ ଖାଦ୍ୟ ପରସାଯାଏ ନାହିଁ। କୁହାଯାଏ ଯେ ମୁହଁରୁ ଦୁର୍ଗନ୍ଧକୁ ରୋକିବାକୁ ଏଭଳି ନିୟମ କରାଯାଇଛି।

Also Read: ସପ୍ତାହେ ଭିତରେ ୪୧ ପ୍ରତିଶତ ବଢ଼ିଲାଣି କରୋନା ରୋଗୀଙ୍କ ସଂଖ୍ୟା, ନୋଏଡ଼ାରେ ଲାଗୁ ହେଲା ୧୪୪ ଧାରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.