ସୁଇସାଇଡ ନୋଟ ଲେଖି ମିକା ସିଂଙ୍କ ବଙ୍ଗଳାରେ ତାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା, ବର୍ତ୍ତମାନ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ

ବଲିଉଡ ସିଙ୍ଗର ମୀକା ସିଂହଙ୍କ ମ୍ୟାନେଜର ସୌମ୍ୟା ଖାନ୍ ମୁମ୍ବାଇର ଅନ୍ଧେରୀଠାରେ ନିଦ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଶୁକ୍ରବାର ଦିନ ଏହି ସମ୍ପର୍କରେ ସୂଚନା ଜାରି କରିଛି । ବର୍ସୋଭା ପୋଲିସ ଥାନାର ବରିଷ୍ଠ ନିରୀକ୍ଷକଙ୍କ କହିବା ଅନୁଯାୟୀ ସୌମ୍ୟା ଖାନ୍ ମିକା ସିଂହଙ୍କ ଅନ୍ଧେରୀ ସ୍ଥିତ ଚାରି ମହଲା ବଙ୍ଗଳାର ପ୍ରଥମ ମହଲାରେ ଥିବା ଷ୍ଟୁଡ଼ିଓରେ ଆତ୍ମହତ୍ୟା କରିଛନ୍ତି । ଘଟଣା ୨୦୨୦ ଫେବୃଆରୀ ୨ ତାରିଖରେ ଘଟିଛି । ସୌମ୍ୟାଙ୍କ ଶବର ଅନ୍ତମ ସଂସ୍କାର ପାଇଁ ପଞ୍ଜାବରେ ରହୁଥିବା ତାଙ୍କ ପରିଜନଙ୍କୁ ହସ୍ତାନ୍ତର କରିଦିଆଯାଇଛି । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Image result for mika-singh-manager-saumya-khan-commits-suicide-in-his-bunglow

ସୂଚନା ଅନୁଯାୟୀ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ସୌମ୍ୟା ଅନେକ ସୁସାଇଡ୍ ନୋଟ୍ ମଧ୍ୟ ଛାଡ଼ିଛନ୍ତି । ଯେଉଁ କାରଣରୁ ପୋଲିସ ସମସ୍ତ ସମ୍ଭାବନାକୁ ନେଇ ଯାଞ୍ଚ କରୁଛି । ପୋଲିସର କହିବା ଅନୁଯାୟୀ, ଏହି ମାମଲାରେ ଷଡ଼ଯନ୍ତ୍ର ହୋଇଥିବାନେଇ କୌଣସି ଆଶଙ୍କା ଆସୁନାହିଁ । ତେବେ ଏହି ମାମଲାରେ କେବଳ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ ହୋଇଛି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ମିକା ସିଂ ଏହା ଉପରେ ନିଜର କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

Image result for mika-singh-manager-saumya-khan-commits-suicide-in-his-bunglow

ସୂଚନା ଅନୁଯାୟୀ ସୌମ୍ୟାଙ୍କ ମାତା ପିତା ନାହାନ୍ତି । ସେ ତାଙ୍କ ଦାଦା-ଖୁଡ଼ିଙ୍କ ଘର ପଞ୍ଜାବରେ ରହୁଥିଲା । ସୌମାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ଜୋଏବ ଖାନ୍ ଏବଂ ସଙ୍ଗର ମୀକା ସିଂହ ଦୁହେଁ ଇଂଷ୍ଟାଗ୍ରାମରେ ପୋଷ୍ଟ ବି ସେୟାର କରିଛନ୍ତି । ସିଙ୍ଗର ମିକା ସିଂ ବଲିଉଡର ଅନେକ ଫିଲ୍ମରେ ଗୀତ ଗାଈ ସାରିଛନ୍ତି ଯେଉଁଥିରେ ‘ସିଙ୍ଗ ଇଜ କିଙ୍ଗ’ ଓ ‘ଜବ ୱି ମେଟ’ ଭଳି ସୁପରହିଟ ଗୀତ ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.