ଲୋକପ୍ରିୟ କଳାକାର ଶାହନଓ୍ଵାଜ ପ୍ରଧାନଙ୍କ ପରଲୋକ, ଓଡିଶାରେ ପିଲାଦିନ ବିତାଇବା ପରେ ବଲିଉଡରେ କରିଥିଲେ କାମ

ବଲିଉଡର ଲୋକପ୍ରିୟ କଳାକାର ଶାହନଓ୍ଵାଜ ପ୍ରଧାନଙ୍କ ପରଲୋକ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା ।

ବଲିଉଡରୁ ଆସିଲା ପୁଣି ଏକ ଦୁଃଖଦ ଖବର । ଚାଲିଗଲେ ଲୋକପ୍ରିୟ ଅଭିନେତା ଶାହନଓ୍ଵାଜ ପ୍ରଧାନ । ମାତ୍ର ୫୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶହନଓ୍ଵାଜ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ପରେ ତୁରନ୍ତ ତାଙ୍କ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ମୃତୁ ପରେ ସୋସିଆଲ ମିଡିଆରେ ଫ୍ୟାନ୍ସ ଏବଂ ସେଲିବ୍ରିଟି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଖବର ମୁତାବକ, ଶାହନଓ୍ଵାଜ ପ୍ରଧାନ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଏହା ପରେ ତାଙ୍କୁ ତରନ୍ତ ମୁମ୍ବାଇର ଅନ୍ଧେରୀ ସ୍ଥିତି କୋକିଲାବେନ ଧୀରୁଭାଇ ଅମ୍ବାନୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହାର୍ଟଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।

ଅଭିନେତା ଜଣକ ୮୦ ଦଶକରେ ଅନେକ ଫିଲ୍ମ ଏବଂ ସିରିଅଲରେ କାମ କରିଛନ୍ତି ।ଆମାଜନ ପ୍ରାଇମ େଓ୍ଵବ ସିରିଜ ମିର୍ଜାପୁରରେ ଲୋକପ୍ରିୟ ଭୂମିକାରେ ନଜର ଆସିଥିଲେ । କିଛି ଦିନ ପୂର୍ବରୁ ମିର୍ଜାପୁର ୩ର ସୁଟିଂ ଶେଷ କରିଛନ୍ତି ।

କେବଳ ମିର୍ଜାପୁର ନୁହେଁ, ଦ ଫ୍ୟାମିଲ ମ୍ୟାନ, ରଇସ, ଖୁଦା ହାଫିଜ ଭଳି ଫିଲ୍ମର କାମ କରିଛନ୍ତି । ଶାହନଓ୍ଵାଜ ପ୍ରଧାନ ଜନ୍ମ ଓଡିଶାରେ ହୋଇଥିଲା । ଓଡିଶାର ରାୟପୁରରେ ପିଲା ଦିନରୁ ରହୁଥିଲେ । ୭ମ କ୍ଲାସରେ ପଢୁଥିବା ସମୟରେ ପ୍ରଥମ ଥର ପାଇଁ ଷ୍ଟେଜ ଶୋ କରିଥିଲେ । ଏହା ପରେ ଆକ୍ଟିଂରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.