ଭୁଲ ଜାଗାରେ କାର ରଖି ହଟହଟା ହେଲେ ଅନନ୍ୟା ପାଣ୍ଡେ, ଦୌଡ଼ିବାକୁ ପଡ଼ିଲା ପୋଲିସ ଷ୍ଟେସନ୍‌

ଅନନ୍ୟା ପାଣ୍ଡେ ବଲିଉଡ୍‌ର ଏକ ଚର୍ଚ୍ଚିତ ନାଁ। ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଅନନ୍ୟା ଏବେ ଫିଲ୍ମ ଗେହେରାଇୟାଁ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ଏହି ଫିଲ୍ମରେ ଦୀପିକା ପାଦୁକୋନ୍‌, ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି। ଏହି ଫିଲ୍ମ ଏବେ ଭଲ ରୋଜଗାର ବି କରୁଛି। ଗେହେରାଇୟାଁର ଅଭୁତପୂର୍ବ ସଫଳତା ପରେ ଅନ୍ୟ ପ୍ରୋଜେକ୍ଟର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଏବେ ମୁମ୍ବାଇର ଏକ ଷ୍ଟୁଡିଓରେ ସୁଟିଂ କରୁଛନ୍ତି। ତେବେ ନିକଟରେ ସୁଟିଂ ବେଳେ ଅନନ୍ୟା ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଯେଉଁଥିପାଇଁ ତାଙ୍କୁ ଥାନାର ଚକ୍କର ମାରିବାକୁ ପଡ଼ିଛି।

 

View this post on Instagram

 

A post shared by Ananya 💛💫 (@ananyapanday)

ରିପୋର୍ଟ ମୁତାବକ, ଅନନ୍ୟା ମୁମ୍ବାଇର ଏକ ଷ୍ଟୁଡିଓରେ ନିଜ ଆଗାମୀ ଫିଲ୍ମ ପାଇଁ ସୁଟିଂ କରୁଥିଲେ। ଏଥିପାଇଁ ସେ ଷ୍ଟୁଡ଼ିଓ ବାହାରେ ଗାଡ଼ି ପାର୍କିଂ କରିଥିଲେ। ସେ ଯେଉଁ ସ୍ଥାନରେ କାର୍‌ ପାର୍କ କରିଥିଲେ, ସେହି ସ୍ଥାନରେ ଷ୍ଟୁଡିଓର ଇକ୍ୟୁପମେଣ୍ଟ ରଖାଯାଏ। କେବଳ ଅନନ୍ୟା ନୁହେଁ, ଅନ୍ୟ କ୍ରୁ ମେମ୍ବର ମଧ୍ୟ ସେଠାରେ ଗାଡ଼ି ପାର୍କ କରିଥିଲେ। ଏଣୁ ମୁମ୍ବାଇ ପୋଲିସ ସେମାନଙ୍କ ଗାଡ଼ିକୁ ଲକ୍‌ କରି ଦେଇଥିଲା। ଏ ନେଇ ଜାଣିବା ପରେ ଅନନ୍ୟା ପାଣ୍ଡେଙ୍କ ସିକ୍ୟୁରିଟି ମୁମ୍ବାଇ ପୋଲିସ ସହ କଥା ହୋଇଥିଲେ। ଫଳରେ ମାମଲା ସମାଧାନ ହୋଇଥିବା ଜଣାଯାଇଛି। ପରେ ମୁମ୍ବାଇ ପୋଲିସ ତାଙ୍କ ଗାଡ଼ିକୁ ଛାଡ଼ିଥିଲା।

 

View this post on Instagram

 

A post shared by Ananya 💛💫 (@ananyapanday)

ସୂଚନାଯୋଗ୍ୟ ଯେ ନିକଟରେ ଅନନ୍ୟା ପାଣ୍ଡେ ଅଣ୍ଡର ଓ୍ଵାଟର ଫଟୋ ସୁଟ୍‌ର କେତେକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ସେ ହ୍ଵାଇଟ୍‌ ସୁଇମ୍‌ ସୁଟ୍‌ରେ ପାଣି ଭିତରେ ପୋଜ୍‌ ଦେଉଥିବାର ଦେଖାଯାଇଥିଲା। ଫ୍ୟାନ୍‌ ଏହି ଫଟୋକୁ ଖୁବ୍‌ ପସନ୍ଦ କରିବା ସହ ବିଭିନ୍ନ କମେଣ୍ଟ କରିଛନ୍ତି। ପ୍ରକାଶ ଯେ ଅନନ୍ୟା ପାଣ୍ଡେ ଖୁବ୍‌ ଶୀଘ୍ର ସାଉଥ୍‌ ଷ୍ଟାର ବିଜୟ ଦେବର କୋଣ୍ଡାଙ୍କ ସହ ‘ଲାଇଗର’ରେ ନଜର ଆସିବେ। ତାଙ୍କ ହାତରେ‘ଖୋ ଗଏ ହମ୍‌ କହାଁ’ ବି ରହିଛି। ଏଥିରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଆଦର୍ଶ ଗୌରବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.