ନେହା କକ୍କଡ଼ ମାନିଲେ ସେ ହୋଇଛନ୍ତି ଡିପ୍ରେସନର ଶିକାର

ମୁମ୍ବାଇ : ସିଙ୍ଗିଂ ରିଆଲିଟି ସୋ ଏବଂ ବଲିଉଡ଼ର ପ୍ରସିଦ୍ଧ ଗାୟିକା ନେହା କକ୍କଡ଼ ଏବେ କିଛି ଦିନ ହେବ ମାନସୀକ ଚାପରେ ବିତାଉଛନ୍ତି। କାରଣ ତାଙ୍କର ପ୍ରେମିକ ତଥା ବଲିଉଡ଼ ଅଭିନେତା ହିଂମାନ୍ସଙ୍କ ସହ ତାଙ୍କର ବ୍ରେକଅପ୍। ଏନେଇ ବହୁଥର ସୋସିଆଲ ମିଡ଼ିଆରେ ଅନେକ କିଛି ପୋଷ୍ଠ କରିଛନ୍ତି ଗାୟିକା। ତେବେ ନିକଟରେ କରିଥିବା ଏକ ପୋଷ୍ଠରେ ସେ ସ୍ବୀକାର କରିଛନ୍ତି କି, ସେ ଏବେ ଡିପ୍ରେସନର ଶିକାର ହୋଇଛନ୍ତି।
ନେହା ପୋଷ୍ଠରେ ତାଙ୍କ ଅବସ୍ଥାର ଦୋଷ ପାଖରେ ଥିବା ନକାରତ୍ମକ ଲୋକଙ୍କୁ ଦେବା ସହ ଲେଖିଛନ୍ତି, ହଁ ମୁଁ ଡିପ୍ରେସନରେ ଅଛି। ଏହା ଦୁନିଆରେ ରହିଥିବା ନକାରତ୍ମକ ଲୋକଙ୍କ କାରଣରୁ। ଆପଣମାନେ ମୋ ଜୀବନ ବରବାର କରିବାରେ ସଫଳ ହେଲେ। ଆପଣମାନଙ୍କୁ କହିବାକୁ ଚାହିଁବି ଆପଣମାନେ ସଫଳ ହେଲେ।
ଆପଣଙ୍କୁ କହିବାକୁ ଚାହିଁବୁ, ଗାୟିକା ନେହା ଏବଂ ହିମାଂଶଙ୍କ ସଂପର୍କଙ୍କୁ କାହାକୁ ଅଛପା ରହିନଥିଲା। ଯଦି କିଏ ନେହାଙ୍କ ପ୍ରେମ ସଂପର୍କ ବିଷୟରେ କହିବାକୁ ଯାଏ ତେବେ ସବୁବେଳେ ତାଙ୍କ ସହିତ ବଲିଉଡ଼ ଅଭିନେତା ହିମାଂଶ କୋହଲିଙ୍କୁ ନାଁକୁ ଯୋଡ଼ିଦିଆଯାଇଥାଏ । ଏପରିକି ନିକଟରେ ଏକ ରିଆଲିଟି ସୋରେ ହିମାଂଶ ତାଙ୍କ ମନ କଥା ନେହାଙ୍କୁ କହିବା ସହ ନିଜ ସଂପର୍କକୁ ଆଗକୁ ନେବାକୁ ଚାହାଁନ୍ତି ବୋଲି କହିଥିଲେ। କିନ୍ତୁ ଏବେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳୁଛି।