ଦୃଢ ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ଅକ୍ଷମତା , ଗୋଟିଏ ଗୋଡ ହରାଇବା ସତ୍ୱେ ଚଢିଲେ ମାଉଣ୍ଟ ଏଭରେଷ୍ଟ

ଗୋଟିଏ ଗୋଡ ହରାଇବା ପରେ ମଧ୍ୟ ଚଢିଲେ ମାଉଣ୍ଟ ଏଭେରେଷ୍ଟ । ଲୋମ ଟାଙ୍କୁରୀ ଉଠିବ ଶୁଣିଲେ ଏହି କାହାଣୀ । ସେଦିନ ଥିଲା ଅକ୍ଟୋବର ୨୮, ୨୦୧୧ ମସିହା । ସେହି ଦିନ ଜାତୀୟ ସ୍ତରର ଭଲିବଲ ଖେଳାଳି ଅରୁଣିମା ସିହ୍ନାଙ୍କୁ କିଛି ଗୁଣ୍ଡା ଚଳନ୍ତା ଟ୍ରେନରୁ ଫୋପାଡି ଦେଇଥିଲେ । ଅସହାୟ ଯନ୍ତ୍ରଣାରେ ପୁରା ରାତି ରେଲୱେ ଟ୍ରାକରେ ଛଟପଟ ହେଉଥିବା ଅରୁଣିମାଙ୍କର ଏହି ଘଟଣା ପରେ ଗୋଟିଏ ଗୋଡ ହରାଇବାକୁ ପଡିଥିଲା ଏବଂ ଅନ୍ୟ ଗୋଟିଏ ଗୋଡରେ ରଡ୍ ଲଗାଇବାକୁ ପଡିଥିଲା ।

2ଏପରି ଯନ୍ତ୍ରଣାଦାୟକ ଘଟଣା ପରେ ଯେଉଁଥିରେ ଜଣେ ସାଧାରଣ ଲୋକକୁ ନିଜ ପୂର୍ବାବସ୍ଥାକୁ ଫେରିବାପାଇଁ ୪ରୁ ୫ବର୍ଷ ଲାଗିଥାଏ । ସେଥିରେ ଅରୁଣିମା ଜଣେ ଖେଳାଳି ଭାବେ ନିଜ ଭିତରେ ଥିବା ଆବେଗକୁ ବଜାୟ ରଖି ଘଟଣାର ଦୁଇବର୍ଷ ମଧ୍ୟରେ ହିଁ ଦୁନିଆର ସବୁଠୁ ଉଚ୍ଚ ସ୍ଥାନ , ମାଉଣ୍ଟ ଏଭେରେଷ୍ଟରେ ଚଢିଥିଲେ । ଦୁନିଆର ସବୁଠୁ ଉଚ୍ଚ ପର୍ବତର ଅଗ୍ରଭାଗରେ ଆରୋହଣ କରିଥିବା ପ୍ରଥମ ଦିବ୍ୟାଙ୍ଗ ମହିଳା ପର୍ବତାରୋହୀ ଭାବେ ଇତିହାସରେ ତାଙ୍କ ନାମ ଲେଖିଥିଲେ ।

3ଅରୁଣିମାଙ୍କ ଏହି ଆବେଗ କେବଳ ଗୋଟିଏ  ବିଶ୍ୱର ସର୍ବୋଚ୍ଚ ଶିଖର ଆରୋହଣ କରିବାର କାହାଣୀ ନୁହେଁ ବରଂ ତାଙ୍କର ଅତୁଟ ବିଶ୍ୱାସର କାହାଣୀ ମଧ୍ୟ । କାରଣ ସେହି ସମୟରେ ସେ ନିରାଶରେ ଅସହାୟ ହେବା ପରିବର୍ତ୍ତେ ସମସ୍ତ ବାଧାବିଘ୍ନକୁ କାଟି ନିଜର ସମସ୍ତ ବଡ ଦୁର୍ବଳତାକୁ ସବୁଠୁ ବଡ ଶକ୍ତି କରିବାର ସାହସ ଦେଖାଇଛନ୍ତି ।

4ନିଜର ଯନ୍ତ୍ରଣାକୁ ପଛରେ ଛାଡି ଅରୁଣିମା ନିଜର ଯାତ୍ରାରେ କେବଳ ମାଉଣ୍ଟ ଏଭେରେଷ୍ଟକୁ ଚଢିବାରେ ସୀମିତ ନରଖି ପରବର୍ତ୍ତୀ ସମୟରେ ବିଭିନ୍ନ ମହାଦ୍ୱୀପର ପାଞ୍ଚୋଟି ଓ ଅନ୍ୟାନ୍ୟ ପର୍ବତର ଶିଖରରେ ମଧ୍ୟରେ ଚଢିଛନ୍ତି । ତାଙ୍କର ଲକ୍ଷ୍ୟ ବର୍ତ୍ତମାନ କଠିନ ପରୀକ୍ଷା ଯାହା ଆଣ୍ଟାର୍କଟିକାର ସବୁଠୁ ଉଚ୍ଚ ଶିଖର ‘ ଏଭେରେଷ୍ଟ ୱିନସନ ମାସିଫ୍ ‘ ରେ ଭାରତର ପତାକା ଉଡେଇବା ।
ଉଲ୍ଲେଖଯୋଗ୍ୟ ଅରୁଣିମା ଟ୍ରାକରେ ଯାଉଥିବା ଟ୍ରେନରେ ପିଟିହୋଇଥିଲେ , ଯାହା ଫଳରେ ସେ ତଳେ ପଡିଯାଇଥିଲେ । ତାପରେ କଣ ହୋଇଥିଲା , ତାଙ୍କର ମନେ ନାହିଁ ।

6ସେ କେବଳ ଏତିକି ଜାଣନ୍ତି ଯେ ଚେତା ଆସିଲା ପରେ ତାଙ୍କୁ ଅସହନୀୟ ଯନ୍ତ୍ରଣା ହୋଇଥିଲା ଓ ଏହା ବି ଅନୁଭବ କରିଥିଲେ କି ସେ ନିଜର ଗୋଟିଏ ଗୋଡ ହରାଇ ସାରିଛନ୍ତି ଓ ଅନ୍ୟଟିରେ ଗଭୀର ଆଘାତ ଲାଗିଛି ।
ସେ କହିଥିଲେ , ‘ ମୁଁ ସାହାଯ୍ୟ ପାଇଁ ପାଟି କରୁଥିଲି , କିନ୍ତୁ ପାଖା-ଆଖରେ କୌଣସି ବ୍ୟକ୍ତି ନଥିଲେ , ଯିଏ ମୋତେ ସାହାଯ୍ୟ କରିପାରିବେ । ମୂଷା ମାନେ ମୋର ଆଘାତ ହୋଇଥିବା ଗୋଡଟିକୁ କାମୁଡୁ ଥିଲେ ଆଉ ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିଲି। ମୁଁ ଟ୍ରେନ ମଧ୍ୟ ଗଣିଥିଲି , ମୋ ପାଖଦେଇ ୪୯ଟି ଟ୍ରେନ ଗତି କରିଥିଲା।

8ଘଟଣାର ପରଦିନ ସକାଳେ କିଛି ଗାଁ ଲୋକେ ଅରୁଣିମାଙ୍କୁ ଦେଖି ତାଙ୍କୁ ପାଖ ଡାକ୍ତରଖାନାକୁ ନେଇଥିଲେ , ଯେଉଁଠାରେ ଡାକ୍ତରଙ୍କୁ ତାଙ୍କ ଗୋଡଟିକୁ କାଟିବାକୁ ପଡିଥିଲା ଓ ଅନ୍ୟଟିରେ ରଡ ଖଞ୍ଜିଥିଲେ । ଅରୁଣିମା କହିଥିଲେ କି ତାଙ୍କ ପାଖରେ ଆନାସ୍ଥିସିଆ ନଥିଲା ଏବଂ ମୁଁ କହିଥିଲି କି ମୋତେ ଆନାସ୍ଥିସିଆ ନଦେଇ ଆଘାତ ହୋଇଥିବା ଗୋଡକୁ ଠିକ କରନ୍ତୁ । ମୁଁ ପୁରା ରାତି ଅସହନୀୟ ଯନ୍ତ୍ରଣାକୁ ସହିଥିଲି ଓ ସେଥିପାଇଁ ମୁଁ ଜାଣିଥିଲି ଠିକ ହେବା ପାଇଁ ମୁଁ ଆଉଟିକେ ଯନ୍ତ୍ରଣା ସହିପାରିବି ।
ଏହାପରେ , ଅରୁଣିମାଙ୍କୁ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତି କରାଯାଇଥିଲା , ଯେଉଁଠାରେ ତାଙ୍କର ପାଖାପାଖି ୪ମାସ ପର‌୍ୟ୍ୟନ୍ତ ଚିକିତ୍ସା ଚାଲିଥିଲା । ସେଠାରେ ହିଁ ସେ ସଙ୍କଳ୍ପ ନେଇଥିଲେ କି ସେ ମାଉଣ୍ଟ ଏଭେରେଷ୍ଟ ଆରୋହଣ କରିବେ ।

5ଦୁର୍ଘଟଣା ପରେ ଯେଉଁ ଅବସ୍ଥାରେ ସେ ଥିଲେ , ସେହି ପରିସ୍ଥିତିରେ ଟିକେ ହଲିବା ବି ବହୁତ କଠିନ ଥିଲା । କିନ୍ତୁ ଦୃଢ ଇଚ୍ଛାଶକ୍ତି ଥିବା ଅରୁଣିମାଙ୍କ କାହାଣୀ ହାର ନମାନିବା ସହ ଦୃଢ଼ ବିଶ୍ୱାସ ଥିବା ଝିଅ ରୂପେ ପ୍ରମାଣିତ କରିଛି। ଯେଉଁଠାରେ ଗୋଟିଏ ପଟେ ପୁରା ଦୁନିଆ ତାଙ୍କ ଇଚ୍ଛା ଶକ୍ତିରେ ସନ୍ଦେହ କରୁଥିବା ବେଳେ , ତାଙ୍କ ପରିବାର ବା ଖାସ କରି ତାଙ୍କ ଭିଣେଇ ଓମ୍ ପ୍ରକାଶ ତାଙ୍କୁ ସାହାସ ଦେଇଥିଲେ । ୪୨ ବର୍ଷୀୟ ଓମ୍ ପ୍ରକାଶ ଅରୁଣିମାଙ୍କୁ ତାଙ୍କ ଲକ୍ଷ୍ୟ ଆଡକୁ ପ୍ରେରିତ କରିବା ପାଇଁ ନିଜର କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ଚାକିରିକୁ ତ୍ୟାଗ କରିଦେଇଥିଲେ ।

01ଯେଉଁ ପରିସ୍ଥିତିରେ ଅରୁଣିମା ଥିଲେ , ସେହିଥିରେ ଲୋକମାନେ ଛିଡା ହେବା ପାଇଁ ବର୍ଷ ବର୍ଷ ଲାଗିଥାଏ , ସେଠାରେ ଅରୁଣିମା କେବଳ ଚାରିମାସରେ ଉଠିକି ଛିଡା ହୋଇଥିଲେ । ଆଗାମୀ ଦୁଇ ବର୍ଷରେ ସେ ଏଭେରେଷ୍ଟ ଚଢିଥିବା ପ୍ରଥମ ଭାରତୀୟ ମହିଳା ବଛେନ୍ଦ୍ରୀ ପାଲଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ । ତାଙ୍କୁ ସ୍ପଂଶୋର ମିଳିବାପରେ ତାଙ୍କ ଯାତ୍ରା ଆରମ୍ଭ ହୋଇଥିଲା ଓ ପରେ ସେହି ଦିନ ଆସିଲା ଯେବେ ସେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଂଚିଥିଲେ ।

02ଅରୁଣିମା କହିଛନ୍ତି ଯେ ଏହି ପ୍ରୟାସ ସମୟରେ ତାଙ୍କ ଗୋଡରୁ ରକ୍ତ ବାହାରୁଥିଲା ଏବଂ ସେ ବାରମ୍ବାର ତଳେ ପଡିଯାଉଥିଲେ । ଲୋକମାନେ ତାଙ୍କୁ ପାଗଳ ମଧ୍ୟ କହୁଥିଲେ ଓ ତାଙ୍କୁ ମଧ୍ୟ କେବେ ଲାଗେ କି ସେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ ନାହିଁ କିନ୍ତୁ ତାଙ୍କ ଦୃଢ ଇଚ୍ଛାଶକ୍ତିରୁ ସେ ଅଜ୍ଞ ଥିଲେ । ଅରୁଣିମା ତାଙ୍କ କୃତ୍ରିମ ଗୋଡର ଦମରେ ଏବେ ପର‌୍ୟ୍ୟନ୍ତ ଏଭେରେଷ୍ଟ ବ୍ୟତୀତ , ମାଉଣ୍ଟ କିଲିମଞ୍ଜାରୋ (ଆଫ୍ରିକା) , ମାଉଣ୍ଟ କୋଜିଓସ୍କୋ (ଅଷ୍ଟ୍ରେଲିଆ) , ମାଉଣ୍ଟ ଅକୋଁକାଗୁଆ (ଦକ୍ଷିଣ ଆମେରିକା) , କାରଷ୍ଟେଞ୍ଜ ପିରାମିଡ(ଇଣ୍ଡୋନେସିଆ) ଓ ମାଉଣ୍ଟ ଆଲବ୍ରସ (ୟୁରୋପ)ରେ ଚଢିସାରିଛନ୍ତି ।

Leave A Reply

Your email address will not be published.