ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂଙ୍କ ସହ ନେହା କକ୍କରଙ୍କ ବିବାହ ସ୍ଥିର ! ଏହି ମାସ ଶେଷରେ ବାଜିବ ଶାହାନାଇ

ବଲିଉଡର ଟପ ସିଙ୍ଗର ନେହା କକ୍କର ତାଙ୍କ ବିବାହକୁ ନେଇ ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏହାପୂର୍ବରୁ ତାଙ୍କ ବିବାହକୁ ନେଇ ଅନେକ ଥର ଚର୍ଚ୍ଚା, ଆଲୋଚନା ହୋଇସାରିଛି। ସିଙ୍ଗିଙ୍ଗ ରିୟାଲିଟି ଟିଭି ଶୋ’ ‘ଇଣ୍ଡିଆନ ଆଇଡଲ’ର ଗତ ସିଜନରେ ଲଗାତାର ଏମିତି ଚର୍ଚ୍ଚା ଜାରି ରହିଥିଲା ଯେ ନେହା କକ୍କର ଓ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ପରେ ଜଣାପଡିଥିଲା, ଶୋ’ ପାଇଁ ଏମିତି ଜାଣିଶୁଣି ଡ୍ରାମା କରାଯାଇଛି, କିନ୍ତୁ ସେମାନଙ୍କ ଭିତରେ ସେମିତି କିଛି ନାହିଁ।
ପ୍ରଥମେ ନେହା କକ୍କର ଆକ୍ଟର ହିମାଂଶ କୋହଲିଙ୍କ ସହିତ ଅନେକ ଦିନ ଧରି ରିଲେସନଶିପରେ ଥିଲେ। ଦୁଇଜଣଙ୍କ ବିବାହ ପର୍ଯ୍ୟନ୍ତ ବି କଥା ଚାଲିଯାଇଥିଲା। କିନ୍ତୁ ପରେ ସେମାନଙ୍କ ଭିତରେ ବ୍ରେକଅପ ହୋଇଯାଇଥିଲା। ଏବେ ପୁଣି ଜଣେ ନୂଆ ମୁଁହ ସହିତ ନେହାଙ୍କ ବିବାହ ହେଉଥିବା ନେଇ ଖବର ସାମ୍ନାକୁ ଆସିଛି।
ଏଥର ଶୁଣିବାକୁ ମିଳୁଛି, ନେହା ନିଷ୍ପତ୍ତି ନେଇସାରିଛନ୍ତି ଯେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ। ମିଡିଆ ରିପୋର୍ଟସ ମୁତାବକ, ସିଙ୍ଗର ରୋହନପ୍ରୀତ ସିଂଙ୍କ ସହିତ ନେହା କକ୍କରଙ୍କ ବିବାହ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦୁଇଜଣଙ୍କ ମଧ୍ୟରେ ବିବାହକୁ ନେଇ ମଧ୍ୟ କଥା ଫାଇନାଲ ହୋଇସାରିଛି।
କହି ରଖୁଛୁ, ରୋହନପ୍ରୀତ ସିଂ ସିଙ୍ଗିଙ୍ଗ ରିୟାଲିଟି ଶୋ’ ‘ରାଇଜିଙ୍ଗ ଷ୍ଟାର’ରେ ପ୍ରଥମ ରନର୍ସ ଅପ ହୋଇଥିଲେ। ଏହାସହିତ ସେ ‘ବିଗ ବସ’ ଫେମ ଶହନାଜ ଗିଲଙ୍କ ସ୍ଵୟମ୍ବର ରିୟାଲିଟି ଶୋ’ ‘ମୁଝସେ ଶାଦି କରୋଗେ’ରେ ନଜର ଆସିଥିଲେ।