ବାହାଘର ପରେ ପ୍ରଥମ ଥର ମିଡିଆ ସାମ୍ନାକୁ ଆସିଲେ ବିକ୍କି ଏବଂ କ୍ୟାଟ୍ରିନା, ଭିଡ଼ରେ କ୍ୟାଟ୍ରିନାଙ୍କୁ ଏମିତି ସମ୍ଭାଳିଲେ ବିକ୍କି

ବଲିଉଡର ନବବିବାହିତ ଯୋଡି ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ ବାହାଘର ପରେ ପ୍ରଥମ ଥର ମିଡିଆ ସାମ୍ନାକୁ ଆସିଛନ୍ତି। ଦୁହେଁ ବହୁତ ଖୁସି ଥିବା ନଜର ମଧ୍ୟ ଆସିଛନ୍ତି। କ୍ୟାଟ୍ରିନା ଓ ବିକ୍କି ପରସ୍ପରର ହାତ ଧରିଥିବା ନଜର ଆସିଛନ୍ତି। କ୍ୟାଟ୍ରିନା ଗୋଲାପୀ ରଙ୍ଗର ସୁଟ୍‌, ହାତରେ ଚୂଡା ଏବଂ ମଥାରେ ସିନ୍ଦୁର ପିନ୍ଧିଥିବା ବେଳେ ବିକ୍କି କ୍ରିମ ରଙ୍ଗର ସାର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ଡିସେମ୍ବର ୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ବାହାଘର ପରେ ବିକ୍କି-କ୍ୟାଟ୍ରିନାଙ୍କ ପରିବାର ସଦସ୍ୟ ରାଜସ୍ଥାନରୁ ଫେରି ସାରିଛନ୍ତି। କିନ୍ତୁ ଏ ଦୁହେଁ ସେଠାରୁ ସିଧାସଳଖ ହନିମୁନ ପାଇଁ ବାହାରି ଯାଇଥିଲେ। ବିକ୍କି ଓ କ୍ୟାଟ୍ରିନା ହନିମୁନ ପାଇଁ ମାଳଦ୍ଵୀପ ଯାଇଥିଲେ ବୋଲି ଜଣାପଡିଛି। ବାହାଘର ପରେ ପ୍ରଥମଥର ଦୁହେଁ ଏକାସାଙ୍ଗେ ନଜର ଆସିଛନ୍ତି।

ମିଡିଆ ସାମ୍ନାରେ ବିକ୍କି ଜଣେ ଦାୟିତ୍ୱବାନ୍‌ ସ୍ୱାମୀ ଭାବେ କ୍ୟାଟ୍ରିନାଙ୍କୁ ଭିଡ ଭିତରୁ ଧ୍ୟାନର ସହିତ ନେଉଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଦୁହେଁ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ କରିବାକୁ ଯାଉଛନ୍ତି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ଏହି ଗ୍ରାଣ୍ଡ ରିସେପ୍ସନରେ ପୁରା ବଲିଉଡ ସାମିଲ ହେବ।

 

View this post on Instagram

 

A post shared by Viral Bhayani (@viralbhayani)

ରାଜସ୍ଥାନ ସଓ୍ଵାଇ ମାଧୋପୁର ଜିଲ୍ଲା ସ୍ଥିତ ସିକ୍ସ ସେନ୍‌ସ ବରଓ୍ଵାଡ଼ା ଫୋର୍ଟରେ କ୍ୟାଟ୍‌ ଓ ବିକ୍କିଙ୍କ ବିବାହ ଆୟୋଜିତ ହେଇଥିଲା। ବିବାହରେ ବଛା ବଛା ୧୨୦ ଜଣ ଅତିଥି ଯୋଗ ଦେଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା ବିବାହ ପରେ ଉଭୟେ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ୍‌ ଦେବେ ବୋଲି ସୂଚନା ମିଳିଛି। ମିଡିଆ ରିପୋର୍ଟ ମୁତାବକ, ବିକ୍କି ଓ କ୍ୟାଟ୍ରିନାଙ୍କ ବିବାହରେ ସୁରକ୍ଷା ବ୍ୟବସ୍ଥା ବେଶ୍‌ କଡ଼ାକଡ଼ି ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.