ରଣବୀର ସିଂଙ୍କ ପାଇଁ ପୁରୁଣା କପଡ଼ା ସଂଗ୍ରହ କରୁଛି NGO, ଭିଡିଓ ଦେଖି ଖୁବ୍‌ ମଜା ନେଉଛନ୍ତି ଲୋକେ

ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ସମସ୍ୟା କମିବାର ନାଁ ଧରୁନାହିଁ। ସୋସିଆଲ ମିଡିଆରୁ ନେଇ ରାସ୍ତା ପର୍ଯ୍ୟନ୍ତ, ସବୁ ଜାଗାରେ ରଣବୀରଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି। ନିକଟରେ ଅଭିନେତାଙ୍କ ଫଟୋଶୁଟ୍‌କୁ ନେଇ ଥାନା ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ଏବେ ଇନ୍ଦୋରର ଏକ NGO ଘଟଣାକୁ ନିଜ ତରିକାରେ ହିଁ ବିରୋଧ କରିଛି।

ମୁମ୍ବାଇ ଭଳି ଇନ୍ଦୋରରେ ମଧ୍ୟ ରଣବୀରଙ୍କ ନ୍ୟୁଡ୍‌ ଫଟୋଶୁଟ୍‌ ବିରୋଧରେ ଅଭିଯୋଗ ହୋଇଛି। ଏଠାରେ ଗରିବ ଲୋକଙ୍କ ପାଇଁ କାମ କରୁଥିବା ଏକ NGO ରଣବୀରଙ୍କ ଫଟୋଶୁଟ୍‌କୁ ବିରୋଧ କରି ଏହାକୁ ‘ମାନସିକ ଅଳିଆ’ ବୋଲି ଦର୍ଶାଇଛି।

ଏହି ପରିପ୍ରେକ୍ଷୀରେ ସଂସ୍ଥା ସହରର ବିଭିନ୍ନ ସ୍ଥାନରେ ଏଭଳି ଏକ ବାକ୍ସ ରଖିଛି, ଯେଉଁଥିରେ ଲେଖା ହୋଇଛି, ‘ସଙ୍କଟରେ ବଲିଉଡ୍‌, ମାନସିକ ଅଳିଆ। ମୋ ସ୍ୱଚ୍ଛ ଇନ୍ଦୋର ସ୍ଥିର କରିଛି, ସହରରୁ ମାନସିକ ଅଳିଆ ବି ହଟାଯିବ। ଏହି ପ୍ରକାରର ହୋର୍ଡିଂ ଉପରେ ରଣବୀର ସିଂଙ୍କ ନ୍ୟୁଡ୍‌ ଫଟୋଗୁଡ଼ିକୁ ବ୍ଲାକ୍‌ ପଟ୍ଟିରେ କଭର କରି ଦେଖାଯାଇଛି।

ranveer
photo: NPG.NEWS

ସହରରେ ଲାଗିଥିବା ଏହି ପ୍ରକାର ହୋର୍ଡିଂ ଏବଂ ଫଟୋଗୁଡ଼ିକର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହାକୁ ଅଧିକ ମାତ୍ରାରେ ସେୟାର ମଧ୍ୟ କରାଯାଉଛି। ଜଣେ ୟୁଜର ଭିଡିଓ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ରଣବୀର ସିଂ ଭାଇଙ୍କ ପାଇଁ ବସ୍ତ୍ର ଦାନ କରନ୍ତୁ, କପଡ଼ା ଦାନ ମହାଦାନ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.