ହଠାତ୍ ରାସ୍ତାକୁ ଚାଲି ଆସି ଧମାକେଦାର ଡ୍ୟାନ୍ସ କଲେ ନିଆ ଶର୍ମା, ଆପଣ ଦେଖନ୍ତୁ ଏହି ସୁନ୍ଦର ଭିଡିଓ

ନିଆ ଶର୍ମା ନିଜ ଷ୍ଟାଇଲ ବ୍ୟତୀତ ନିଜ ଡ୍ୟାନ୍ସ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ସବୁ ଦିନ ପ୍ରାୟ ଆକ୍ଟ୍ରେସଙ୍କର ନୂଆ ଡ୍ୟାନ୍ସ ଭିଡିଓ କିମ୍ବା ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଏବେ ମଧ୍ୟ ନିଆଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ସେ ଆଉ ୩ ଜଣଙ୍କ ସହ ମିଶି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ନିଆ ଧମାକେଦାର ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି।

ନିଆ ଶର୍ମାଙ୍କ ଏହି ଡ୍ୟାନ୍ସ ଭିଡିଓରେ ଫ୍ୟାନ୍ସ ଅନେକ ପ୍ରତିକ୍ରିୟା ଦେଉଛନ୍ତି। କମେଣ୍ଟସ ଜରିଆରେ ଆକ୍ଟ୍ରେସଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। ଭିଡିଓକୁ ସେୟାର କରି ନିଆ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କିଏ ତାରିଫ କରୁଛନ୍ତି ତ ଆଉ କିଏ ରାସ୍ତା ଉପରେ ଡ୍ୟାନ୍ସ କରୁଥିବା ନେଇ ମନ୍ତବ୍ୟ ଦେଇଛନ୍ତି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିକଟରେ ନିଆ ଶର୍ମାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ନିଜ ସାଙ୍ଗମାନଙ୍କ ସହିତ ପିଙ୍କ କଲର ଡ୍ରେସରେ କରୁଥିବା ଦେଖିବାକୁ ମିଳିଥିଲା। ଆକ୍ଟ୍ରେସଙ୍କ ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବା ତ ନିଆଙ୍କୁ ଶେଷ ଥର ଏକତା କପୁରଙ୍କ ଶୋ ‘ନାଗିନ ୪’ରେ ଦେଖିବାକୁ ମିଳିଥିଲା।

video courtesy : Viral Masti Bollywood

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.