ଢେଙ୍କାନାଳ ବନଖଣ୍ଡ ଅଧୀନ କପିଳାସ ଅଭୟାରଣ୍ଯ ଜଙ୍ଗଲରୁ ୪ଜଣ ଶିକାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅଧୀନ କପିଳାସ ଅଭୟାରଣ୍ଯ ଜଙ୍ଗଲରୁ ୪ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ। ଶିକାରୀମାନେ ପଡୋଶୀ ଜିଲ୍ଲା କଟକ ଅଞ୍ଚଳର ବୋଲି ଜଣାପଡିଛି । ବନ କର୍ମଚାରୀ ସେମାନଙ୍କଠାରୁ ୨ଟି ଦେଶୀ ବନ୍ଧୁକ ଓ ଡିଆସିଲ ଜବତ କରିଛି ।

ଏହି ଶିକାରୀ ମାନେ ଜଂଗଲ ମଧ୍ୟରେ ବୁଲି ନିଆଁ ଲଗାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ବନ କର୍ମଚାରୀ ଖବର ପାଇ ସେମାନଙ୍କୁ ଗିରଫ କରିଛନ୍ତି । ଘଟଣା ସମ୍ପକରେ ବନଖଣ୍ଡ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.