ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଗୁନ୍‌ଗୁନ୍‌, ସୋସିଆଲ ମିଡିଆରେ ଦେଲେ ସୂଚନା

ଏବେ ସିନେ ଇଣ୍ଡଷ୍ଟ୍ରୀରେ ଆରମ୍ଭ ହୋଇଯାଇଛି ବିବାହ ଋତୁ। ବଲିଉଡ୍‌ ଠାରୁ ଆରମ୍ଭ କରି ଛୋଟ ପରଦା ଯାଏଁ କେହି ନା କେହି ଏବେ ବିବାହ କରୁଛନ୍ତି। ବଲିଉଡ୍‌ ଅଭିନେତା ରାଜକୁମାର ଓ ପତ୍ରଲେଖା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେହିପରି କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲଙ୍କ ବିବାହ ଖବର ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ଟିଭି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ମଧ୍ୟ ହାତକୁ ଦି ହାତ ହୋଇଛନ୍ତି। ତେବେ ଏହି ତାଲିକାରେ ଏବେ ଜଣେ ଓଲିଉଡ୍‌ ତାରକାଙ୍କ ନାଁ ଯୋଡ଼ି ହୋଇଛି। ଏହି ଓଲିଉଡ୍‌ ତାରକା ହେଉଛନ୍ତି ଗୁନ୍‌ଗୁନ୍‌।

ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ତଥା ଟିଭି ଉପସ୍ଥାପିକା ଗୁନ୍‌ଗୁନ୍‌ ଏବେ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ସେ ବିଜନେସ୍‌ ମ୍ୟାନ୍‌ ଅଭିସ୍ମିତ ନାୟକଙ୍କୁ ବିବାହ କରୁଛନ୍ତି। ଆସନ୍ତାକାଲି ବା ନଭେମ୍ବର ୩୦ରେ ଗୁନ୍‌ଗୁନ୍‌ ଓ ଅଭିସ୍ମିତ ସାତ ଜନ୍ମ ପାଇଁ ପରସ୍ପରର ହୋଇଯିବେ। ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନିଜେ ଗୁନ୍‌ଗୁନ୍‌।

 

View this post on Instagram

 

A post shared by Gungun (@gungun.official)

ଗୁନ୍‌ଗୁନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରି ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଫଟୋରେ ଗୁନ୍‌ଗୁନ୍‌ ଓ ଅଭିସ୍ମିତ ରୋମାଣ୍ଟିକ୍‌ ପୋଜ୍‌ ଦେଉଥିବାର ନଜର ଆସିଛନ୍ତି। ପୋଷ୍ଟ ସେୟାର କରି ଗୁନ୍‌ଗୁନ୍‌ କ୍ୟାପସନ୍‌ରେ ଲେଖିଛନ୍ତି- ଈଶ୍ୱର ଓ ଭଗବାନଙ୍କ ଆର୍ଶୀବାଦରୁ ୩୦ ନଭେମ୍ବର, ୨୦୨୧ରେ ଆମେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ।

 

View this post on Instagram

 

A post shared by Abhismit Nayak (@abhismitnayak)

ଆପଣମାନେ ମଧ୍ୟ ମୋର ଆଉ ଏକ ପରିବାର, ଯେଉଁମାନେ ସବୁବେଳେ ମୋତେ ସପୋର୍ଟ କରି ଆସିଛନ୍ତି। ମୋର ଏହି ଗୁରୁତ୍ୱପୂର୍ଣ୍ଣ ଦିବସରେ ଆପଣଙ୍କୁ କେମିତି ଭୁଲିଯିବି। ଆପଣଙ୍କ ଆଶୀର୍ବାଦ କାମନା କରୁଛି।

ଅନ୍ୟପଟେ ଅଭିସ୍ମିତ୍‌ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଗୁନ୍‌ଗୁନ୍‌ଙ୍କ ସହ ଫଟୋ ସେୟାର କରିଛନ୍ତି। ସେଥିରେ ସେ ଗୁନ୍‌ଗୁନ୍‌ଙ୍କୁ ବିବାହ କରୁଥିବା ନେଇ ଉଲ୍ଲେଖ କରିଛନ୍ତି।

 

View this post on Instagram

 

A post shared by Abhismit Nayak (@abhismitnayak)

ତେବେ ଗୁନ୍‌ଗୁନ୍‌ଙ୍କର ଏହି ପୋଷ୍ଟରେ ଓଲିଉଡ୍‌ ଜଗତର ବହୁ ନାମୀ ଦାମୀ ଷ୍ଟାର କମେଣ୍ଟ କରି ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.