ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍ ଅଭିନେତ୍ରୀ ଲିପ୍ସା ମିଶ୍ର, ଗ୍ରାଣ୍ଡ ଏଣ୍ଟ୍ରିରେ ଝୁମିଲେ ସମସ୍ତେ

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍ ଅଭିନେତ୍ରୀ ଲିପ୍ସା ମିଶ୍ର। ଖୁବ୍‌ ମସ୍ତିର ମାହୋଲ୍ ଭିତରେ ସମ୍ପନ୍ନ ହୋଇଛି ଅଭିନେତ୍ରୀ ଲିପ୍ସାଙ୍କ ବାହାଘର । ଗତକାଲି ଭୁବନେଶ୍ୱର ପଟିଆ ସ୍ଥିତ ଏକ ମଣ୍ଡପରେ ସାଙ୍ଗସାଥୀ,ବନ୍ଧୁ ବାନ୍ଧବ ତଥା ପରିବାର ଲୋକଙ୍କ ଉପସ୍ଥିତିରେ ହାତକୁ ଦିହାତ ହୋଇଛନ୍ତି ଲିପ୍ସା। ଆକାଶ ଆଚାର୍ଯ୍ୟଙ୍କ ସହିତ ତାଙ୍କର ବାହାଘର ସମ୍ପନ୍ନ ହୋଇଛି ।

lipsa entry

ଅନେକ ଟେଲି ଧାରାବାହିକ, ଓଡ଼ିଆ ଫିଲ୍ମ ଏବଂ ଆଲବମ୍‌ରେ ଅଭିନୟ କରି ଦର୍ଶକଙ୍କ ଭଲ ପାଇବା ସାଉଣ୍ଟିଥିବା ଲିପ୍ସାଙ୍କ ବାହାଘରରେ ଓଲିଉଡ୍‌ର ଅନେକ ଅଭିନେତା ଓ ଅଭିନେତ୍ରୀ ସାମିଲ ହୋଇଥିଲେ। ତେବେ ଲିପ୍ସା ନିଜ ଗ୍ରାଣ୍ଡ ଏଣ୍ଟ୍ରିରେ ସମସ୍ତଙ୍କୁ ଝୁମେଇ ଥିଲେ। ତାଙ୍କ ସହିତ ତାଙ୍କ ସାଥୀ ଅଭିନେତ୍ରୀମାନେ ମଧ୍ଯ ଠୁମକା ଲଗାଇଥିଲେ। ଏକ ସୁନ୍ଦର ରେଡ୍ ଲେହେଙ୍ଗାରେ ନଜର ଆସିଥିଲେ ଲିପ୍ସା।

ବେଶ୍‌ ମଜାଦାର ପରିବେଶରେ ବାହାଘର ହୋଇଥିଲା ଏବଂ ଅନ୍ୟମାନଙ୍କ ସହିତ ଲିପ୍ସା ମଧ୍ୟ ଖୁବ୍‌ ନାଚିଥିଲେ ନିଜ ବାହାଘରରେ । ଅଭିନେତ୍ରୀ ଲିପ୍ସା ଓଲିଉଡ୍‌ର ଅନେକ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଏପଟେ ଆକାଶ ଜଣେ ମେକାନିକାଲ୍‌ ଇଞ୍ଜିନିୟର ଓ ମାର୍କେଟିଂରେ ଏମ୍‌ବିଏ କରିଛନ୍ତି। ବର୍ତ୍ତମାନ ସେ ନିଜ ପରିବାର ବ୍ୟବସାୟର ତଦାରଖ କରୁଛନ୍ତି।