‘କୌନ ବନେଗା କରୋଡ଼-ପତି’ର ଅପକମିଂ ସୋ’ରେ ନଜର ଆସିବେ ଭାରତୀୟ ଅଲମ୍ପିକ ବିଜେତା ନୀରଜ ଚୋପ୍ରା

ଟିଭିର ଫେବରାଇଟ ଗେମ ସୋ କନ ବନେଗା କରୋଡ ପତି ସଜିନ-୧୩ ରେ ଅଡିଏନ୍ସଙ୍କ ବା ଦର୍ଶକଙ୍କ ବହୁତ ଭଲ ରେସପନ୍ସ ଆସିଛି । କେବିସି ସୋ ଆରମ୍ଭ ହେବା ଆଗରୁ ହିଁ ଲାଇମଲାଇଟରେ ରହିଛି। ସୋରେ ସବୁ ସପ୍ତାହରେ ପପୁଲାର କ୍ୟାରେକ୍ଟର ଆସୁଥିବାର ଦେଖିବାକୁ ମିଳିଛି। ଏବେ ସୋର ଶାନଦାର ଶୁକ୍ରବାର ଏପିସୋଡରେ ଅଲମ୍ପିକରେ ଭାରତ ପାଇଁ ଗର୍ବ ଆଣିଥିବା ନୀରଜ ଚୋପ୍ରା ଏବଂ ଶ୍ରୀଜେଶ ଏପିସୋଡରେ ନଜର ଆସିବେ।

ସୋସିଆଲ ମିଡିଆରେ ଏବେ ଏହି ଫଟୋ ଖୁବ ଭାଇରାଲ ହୋଇଛି। ଫଟୋରେ ଅମିତାଭ ବଚ୍ଚନଙ୍କ ସହ ଉଭୟ ଖେଳାଳି ନଜର ଆସିଛନ୍ତି। ଏହାର ଏକ ପ୍ରମୋ ଭିଡ଼ିଓ ସେୟାର ହୋଇଛି। ଭିଡ଼ିଓରେ ଅଲମ୍ପିକ ବିଜେତା ନୀରଜ ଏବଂ ହକି ଖେଳାଳି ଶ୍ରୀଜେଶ ନଜର ଆସିଛନ୍ତି।

 

ତେବେ ଏହି ଏପିସୋଡରେ ଉଭୟ ନିଜର ଜୀବନ ସହ ଜଡ଼ିତ ଥିବା କିଛି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ସେୟାର କରିଥିବାର ଦେଖିବାକୁ ମିଳିବେ। ଏହି ଏପିସୋଡ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଶୁଣିବାକୁ ମିଳିଛ ି।