ଫିଲ୍ମ ‘ସାଇନା’ର ଫଟୋ ସେୟାର କରି ଟ୍ରୋଲ ହେଲେ ପରିଣୀତି, ୟୁଜର୍ସ କହିଲେ ଏମିତି କଥା

ପରିଣୀତି ଚୋପ୍ରା ତାଙ୍କ ଆଗାମୀ ଫିଲ୍ମ ପାଇଁ ଏବେ ଚର୍ଚ୍ଚାରେ । ଟେନିସ୍ ତାରକା ସାଇନାଙ୍କ ବାୟୋପିକରେ ନଜର ଆସିବେ ପରିଣୀତି। ପରିଣୀତି ସାଇନାଙ୍କ ଲୁକ୍ ଏବଂ ଷ୍ଟାଇଲରେ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସାଇନାଙ୍କ ଲୁକ୍ ଓ ଷ୍ଟାଇଲକୁ କପି କରିଛନ୍ତି ପରିଣୀତି । ଏହି ଫଟୋରେ ଟ୍ୱିଟର ୟୁଜର୍ସମାନେ ଏକ ଅଭାବ ଦେଖିଛନ୍ତି ଏବଂ ଲୁକକୁ ନେଇ ସମାଲୋଚନା କରୁଛନ୍ତି ।

ପରିଣୀତି ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋ ସାଇନା ଏବଂ ଅନ୍ୟଟି ପରିଣୀତିଙ୍କର । କ୍ୟାପସନରେ ଲେଖିଛନ୍ତି, ଜୀବନରେ ଜଣେ ଅଭିନେତା ଭାବରେ ଏହା କରି ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି । ପରିଣୀତିଙ୍କ ଏହି ଫଟୋକୁ କିଛି ଲୋକ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକଙ୍କୁ ତାଙ୍କ ମୁହଁରେ ଥିବା କଳାଜାଇ ପସନ୍ଦ ହେଉନାହିଁ ।

pari
photo credit: Zee News

ଡାଇରେକ୍ଟର ଓ ମେକପ୍ ଆର୍ଟିଷ୍ଟ ଭଲ କାମ କରିନାହାନ୍ତି ବୋଲି କିଛି ୟୁଜର୍ସ କହିଛନ୍ତି । ଏହା ଖୁବ୍ ଖରାପ ମେକ୍ଓଭର ବୋଲି ମଧ୍ୟ କିଛି ୟୁଜର୍ସ କହିଛନ୍ତି । ତେବେ କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା। ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.