ରାଜ୍ଯରେ କଡ଼ ଲେଉଟାଇଲାଣି କରୋନା, ୨୪ ଘଣ୍ଟାରେ ୧୧୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଠିକ୍‌ ବର୍ଷେ ପରେ । ପୁଣି ଫେରିଛି ମହାମାରୀ । ଫେରିଛି କରୋନା । ପୁଣି ଚହଳ ପକାଇଛି କୋଭିଡ୍‌-୧୯ । ମହାରାଷ୍ଟ୍ରରୁ ଆରମ୍ଭ କରି ଦେଶର ପ୍ରାୟ ୧୨ଟି ରାଜ୍ୟରେ କେଉଁଠି ଲକ୍‌ଡାଉନ୍‌ ତ କେଉଁଠି ସଟ୍‌ଡାଉନ୍‌ କଟକଣା ଜାରି ହୋଇଛି । ସେହିଭଳି ଓଡ଼ିଶାରେ ମଧ୍ୟ ଡରାଇଲାଣି କୋଭିଡ୍‌-୧୯ ।

ପୁଣି ଚଳିତ ମାର୍ଚ୍ଚରେ କଡ଼ ଲେଉଟାଇଲାଣି କରୋନା। ଦୀର୍ଘ ଦିନ ପରେ ଆଜି ସଂକ୍ରମିତଙ୍କ ସଂଖ୍ୟା ଶହେ ଟପିଛି । ୨୪ ଘଣ୍ଟାରେ ୧୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୬୪ ଓ ୪୬ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି । କଟକରୁ ସର୍ବାଧିକ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ଯା ୩,୩୮,୫୯୯ ରେ ପହଁଚିଛି । ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩,୩୫,୯୨୩। ବର୍ତ୍ତମାନ ରାଜ୍ଯରେ ଆକ୍ଟିଭ୍ କେସ୍ ରହିଛି ୭୦୫।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.