ଜନ୍ମ ନେଲା ଶରୀରରେ କୋଭିଡ ଆଣ୍ଟିବଡ଼ି ମହଜୁଦ ଥିବା ବିଶ୍ୱର ପ୍ରଥମ ଶିଶୁ

ଆମେରିକା: ଜନ୍ମ ନେଲା ଶରୀରରେ କୋଭିଡ ଆଣ୍ଟିବଡ଼ି ମହଜୁଦ ଥିବା ବିଶ୍ୱର ପ୍ରଥମ ଶିଶୁ । ଆମେରିକାର ଫ୍ଲୋରିଡାର ଏକ ଡାକ୍ତରଖାନାରେ ଜନ୍ମ ନେଇଛି ଶିଶୁ । ଗର୍ଭଧାରଣ ବେଳେ ତାଙ୍କ ମା’ଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଥିବା ବେଳେ ଶିଶୁ ଠାରେ କୋଭିଡ ଆଣ୍ଟିବଡି ବିକଶିତ ହୋଇଥିବା କୁହାଯାଇଛି । ଏନେଇ ଫ୍ଲୋରିଡାର ଆଟଲାଣ୍ଟିକ ୟୁନିଭର୍ସିଟି ପକ୍ଷରୁ ଗବେଷଣା କରାଯାଇଛି ।

ନବଜାତକର ମାଙ୍କୁ ମୋଡେର୍ଣ୍ଣା ଟିକାର ପ୍ରଥମ ଡୋଜ ଦେବାର ତିନିସପ୍ତାହ ପରେ ଶିଶୁଟି ଜନ୍ମ ଗ୍ରହଣ କରିଛି । ଟିକା ନେବା ପରେ ପ୍ରସୂତୀଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥିଲା । ଜନ୍ମ ସମୟରେ ଶିଶୁ ଶରୀରରେ କୋଭିଡ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇସାରିଥିଲା । ଏହାଦ୍ୱାରା ଭବିଷ୍ୟତରେ ଜନ୍ମଗ୍ରହଣ କରିବାକୁ ଥିବା ଶିଶୁମାନେ କୋଭିଡ ବିରୋଧରେ ଲଢିବା ନେଇ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବ ବୋଲି ଗବେଷଣାରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.