ପାରିସ୍‌‌ ହିଲଟନଙ୍କର ହେଲା ନିର୍ବନ୍ଧ, ପୁରୁଷ ବନ୍ଧୁ ୨ ମିଲିୟନ ଡଲାରର ମୁଦି ପିନ୍ଧାଇ କଲେ ପ୍ରପୋଜ, ଫଟୋ ଭାଇରାଲ

ହଲିଉଡ୍‌ ଅଭିନେତ୍ରୀ ତଥା ବିଜ୍‌ନେସ୍‌ ଓ୍ଵିମେନ ପାରିସ୍‌‌ ହିଲଟନ ନିକଟରେ ନିଜ ଭେଞ୍ଚର କ୍ୟାପିଟାଲିଷ୍ଟ ବୟଫ୍ରେଣ୍ଡ କାର୍ଟର ରିୟମ୍‌ଙ୍କ ସହିତ ଏନ୍‌ଗେଜମେଣ୍ଟ କରିଛନ୍ତି। ଦୁଇଜଣଙ୍କ ନିର୍ବନ୍ଧ ୧୩ ଫେବୃଆରୀରେ ପାରିସ୍‌ଙ୍କ ୪୦ତମ ଜନ୍ମଦିନ ଅବସରରେ ହୋଇଥିଲା। ଏହି ମଉକାରେ ଦୁହେଁ ଏକ ପ୍ରାଇଭେଟ ଆଇଲ୍ୟାଣ୍ଡରେ ଥିଲେ। କାର୍ଟର, ପାରିସ୍‌‌ଙ୍କୁ ଏକ ମହଙ୍ଗା ହୀରା ମୁଦି ପିନ୍ଧାଇ ପ୍ରପୋଜ୍‌ କରିଥିଲେ।

ତେବେ ଏହି ରିଙ୍ଗ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ରିଙ୍ଗ୍‌କୁ Jean Dousset ତିଆରି କରିଛନ୍ତି, ଯିଏ ପ୍ରସିଦ୍ଧ ଫ୍ରେଞ୍ଚ୍‌ ଜୁଏଲେରୀ ଆଇକନ୍‌ Louis Cartierଙ୍କ ଅଣନାତି। ପାରିସ୍‌ ହିଲଟନଙ୍କ େଓ୍ଵବ୍‌ସାଇଟରେ ତାଙ୍କ ନିର୍ବନ୍ଧର କିଛି ଫଟୋ ଶେୟାର କରାଯାଇଛି। କୁହାଯାଉଛି କି, ପାରିସ୍‌‌ଙ୍କ ନିର୍ବନ୍ଧ ମୁଦିର ଦାମ୍‌ ୨ ମିଲିୟନ ଡଲାର, ଯାହାକି ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୧୪,୫୧,୦୮,୬୦୦ ଟଙ୍କା। ପାରିସ୍‌‌ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ମୁଦି ଡିଜାଇନର ଭିଡିଓ ମଧ୍ୟ ଶେୟାର କରିଛନ୍ତି।

କହି ରଖୁଛୁ, ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ନିର୍ବନ୍ଧର କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ। ସେ ନିଜର ଏବଂ କାର୍ଟରଙ୍କ ଭିଡିଓ ଶେୟାର କରି ଲେଖିଥିଲେ, ‘ମୋ ସ୍ୱପ୍ନ ସତ ହୋଇଯାଇଛି। ମୋ ଭାବୀ ସ୍ୱାମୀଙ୍କୁ ମୁଁ ବହୁତ ଭଲ ପାଉଛି। ଏହା ମୋ ଜନ୍ମଦିନର ବେଷ୍ଟ ସରପ୍ରାଇଜ ଥିଲା। ମୁଁ ତୁମ ସ୍ତ୍ରୀ ହେବା ପାଇଁ ଉତ୍ସାହିତ ଅଛି’। ନିର୍ବନ୍ଧରେ ପାରିସ୍‌ ଓ କାର୍ଟର ହ୍ଵାଇଟ୍‌ ରଙ୍ଗର ମ୍ୟାଚିଂ ଆଉଟ୍‌ଫିଟ ପିନ୍ଧିଥିଲେ। ଦୁହେଁ ପରସ୍ପରକୁ ୨ ବର୍ଷ ଧରି ଡେଟ୍‌ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.